ଆପଣଙ୍କୁ ଥାଇରଏଡ ଅଛି ନା ନାହିଁ, ଘରେ ଏହିପରି କରନ୍ତୁ ଚେକ- Health Tips

ଆଜିକାଲି ଅନେକ ଲୋକଙ୍କୁ ଥାଇରଏଡ ସମ୍ବନ୍ଧିତ ସମସ୍ଯା ଦେଖା ଦେଉଛି । ଅନେକ ଲୋକଙ୍କ ଠାରେ ଏହାର ଲକ୍ଷଣ ଦେଖା ଦିଏ ନାହିଁ ଓ ଆଉ କେତେକ ଲୋକ ଏହି ଲକ୍ଷଣ ସବୁକୁ ସାମାନ୍ଯ ଭାବି ଅବହେଳା କରି ଦିଅନ୍ତି ।

ଆମ ଶରୀରକୁ ଠିକ ଭାବେ କାର୍ଯ୍ୟ କରିବା ପାଇଁ ଥାଇରଏଡ ହରମୋନର ଆବଶ୍ୟକ ହୋଇଥାଏ । ହାଇପୋ ଥାଇରଡିଜିମ ଏପରି ଏକ ସ୍ବାସ୍ଥ୍ୟବସ୍ଥା ଯେଉଁଥିରେ ଆମ ଶରୀରର ଥାଇରଏଡ ଗ୍ରନ୍ଥିରେ ଥାଇରଏଡ ହରମୋନ ବହୁତ କମ ମାତ୍ରାରେ ତିଆରି ହୋଇଥାଏ । ଏହା ଦ୍ଵାରା ଶରୀରରେ ଆହୁରି ଅନେକ ପ୍ରକାର ରୋଗ ମଧ୍ୟ ଦେଖା ଦେଇଥାଏ । ଏବେ ଭାରତରେ କୋଟି କୋଟି ଲୋକ ଏହି ହାଇପୋ ଥାଇରଡିଜିମରେ ପୀଡିତ ଅଟନ୍ତି । ଏହାର ସଠିକ ଭାବେ ଉପଚାର କରା ନ ଗଲେ ଏହା ଆପଣଙ୍କ ପାଇଁ ଭୟଙ୍କର କ୍ଷତିକାରକ ସାବ୍ୟସ୍ତ ହୋଇପାରେ ।

ଥାଇରଏଡର ଲକ୍ଷଣ-

ପୁରୁଷ ଓ ମହିଳାଙ୍କ ଠାରେ ଏହାର ଭିନ୍ନ ଭିନ୍ନ ଲକ୍ଷଣ ଦେଖା ଦେଇ ଥାଏ । ଏହାର ଲକ୍ଷଣ ଗୁଡିକ ହେଉଛି ଶୀଘ୍ର ଥକିଯିବା, ଥଣ୍ଡା ଲାଗିବା ବା କମ୍ପ ହେବା, ଓଜନ ବୃଦ୍ଧି ହେବା, କୋଷ୍ଠକାଠିନ୍ୟ, ଉଦାସୀନତା, ଚାଲିଚଳଣ ଓ ଚିନ୍ତା ବିଚାରରେ ସୁସ୍ତି ଆସିବା ।

 

ଏହାସହ ଦୁର୍ବଳତା, ଚରମରେ ଦାଗ ହେବା, କେଶ ଝଡିବା, ନଖ ପତଳା ହୋଇ ଭାଙ୍ଗିଯିବା, କାମ ଇଚ୍ଛା କମିଯିବା, ଆଙ୍ଗୁଠି ଗୁଡିକରେ ଝିମଝିମ ହେବ, ଅନିୟମିତ ମାସିକ ଚକ୍ର ଆଦି ମଧ୍ୟ ଦେଖା ଦେଇଥାଏ । ଏହା ବ୍ଯତୀତ ବହୁତ ବିରଳ  ଲକ୍ଷଣ ମାନଙ୍କ ମଧ୍ୟରେ ଜୀବନ ଉପରେ ବିପଦ ଥିବା ଭଳି ସମସ୍ଯା ଯଥା ହୃଦଘାତ ଏବଂ କୋମା ମଧ୍ୟ ହୋଇପାରେ ।

ଥାଇରଏଡ ଅଛି ବୋଲି କିପରି ଜାଣିବେ-

ଥାଇରଏଡ ଅଛି ବୋଲି ଜାଣିବାର ସବୁଠୁ ଉତ୍ତମ ପ୍ରକ୍ରିୟା ହେଉଛି ରକ୍ତ ପରୀକ୍ଷା । ଯାହା ଦ୍ଵାରା ଭିନ୍ନ ଭିନ୍ନ ଭାବେ ଆପଣଙ୍କ ଠାରେ ଥାଇରଏଡ ହରମୋନର ସ୍ତର ଜଣା ପଡିଯାଏ । ତେବେ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଯେ ଆପଣ ସାଧାରଣ ଥର୍ମୋମିଟର ଦ୍ଵାରା ମଧ୍ୟ ଥାଇରଏଡ ଯାଞ୍ଚ କିପରି କରି ପାରିବେ । ଏହି ଟେଷ୍ଟ କରିବା ପାଇଁ ଆପଣ ସର୍ବ ପ୍ରଥମେ ଥର୍ମୋମିଟରକୁ ଛାଟି କରି ପାରଦ 35C ବା 95F ତଳକୁ ଖସେଇ ରାତିରେ ଶୋଇବା ବେଳେ ନିଜ ମୁଣ୍ଡ ପାଖରେ ରାଖୀ ଦିଅନ୍ତୁ । ସକାଳୁ ନିଦ ଭାଙ୍ଗିବା ମାତ୍ରେ ସାଙ୍ଗେ ସାଙ୍ଗେ ଉପର ବସ୍ତ୍ର କାଢି ସେହି ଥର୍ମୋମିଟରକୁ କାଖ ତଳେ ୧୦ ମିନିଟ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ ।

ତା ପରେ ଏହାକୁ ବାହାର କରି ଦେଖନ୍ତୁ ଯଦି ପାରଦ 5C ବ 97.7F ଠାରୁ କମ ଅଛି ତେବ ଥାଇରଏଡ ସମନୟ ଠାରୁ ଧୀରେ କାର୍ଯ୍ୟ କରୁଅଛି । ଏହି ଅବସ୍ଥାରେ ଥକାପଣ, ଉଦାସୀନତା, ସଂକ୍ରମଣ, ମୁଣ୍ଡ ବ୍ୟଥା, ସ୍ମରଣ ଶକ୍ତି ହ୍ରାସ ପାଇବା, ଧ୍ୟାନ ନ ରହିବା ଓ କେଶ ଝଡିବା ଆଦି ଲକ୍ଷଣ ଦେଖା ଦେଇଥାଏ ।

ଯଦି ଆପଣଙ୍କ ତାପମାତ୍ରା 8C ବା 98.2F ଠାରୁ ଅଧିକ ଥାଏ ତେବେ, ଥାଇରଏଡ ତୀବ୍ର ବେଗରେ କାର୍ଯ୍ୟ କରୁଅଛି ବା ଶରୀରରେ କୌଣସି ପ୍ରକାରର ସଂକ୍ରମଣ ରହଛି । ଏହାକୁ ଭଲ ଭାବେ ଜାଣିବା ପାଇଁ ଏହି ଟେଷ୍ଟ ୪ ରୁ ୫ ଦିନ ପର୍ଯ୍ୟନ୍ତ ଲଗାତର କରନ୍ତୁ । ଯଦି ଆପଣଙ୍କ ତାପମାତ୍ରା ଆମେ କହିଥିବା ଅନୁଯାୟୀ ଆସୁଛି ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *