Jyotish Shastra- ଶନି ହେଲେ ବକ୍ରୀ, ଏହି ରାଶି ହେବେ ମାଲାମାଲ, ରାଶି ଅନୁସାରେ ଜାଣନ୍ତୁ ଆପଣଙ୍କ ଉପରେ କିପରି ରହିବ ଏହାର ପ୍ରଭାବ

ନମସ୍କାର ବନ୍ଧୁଗଣ ଶନିଦେବଙ୍କୁ ନ୍ୟାୟ ର ଦେଵତା ବୋଲି କୁହାଯାଏ । ସିଏ ସମସ୍ତ ଙ୍କ କର୍ମ ଅନୁସାରେ ଫଳ ପ୍ରଦାନ କରିଥାନ୍ତି । କିନ୍ତୁ ବୈଦିକ ଧର୍ମ ରେ ଶନିଦେବଙ୍କୁ କ୍ରୁର ବୋଲି ମଧ୍ୟ କୁହାଯାଏ ।

ନଅ ଟି ଗ୍ରହ ମାନଙ୍କ ମଧ୍ୟରୁ ନ୍ୟାୟାଧୀଶ ର ଭୂମିକା ଯଦି କାହାର ଅଛି ତେବେ ସେ ହେଉଛନ୍ତି ଶନି ମହାରାଜା । ହିନ୍ଦୁ ଧର୍ମ ଅନୁସାରେ ଶନି ଦେଵଙ୍କ କୁଦୃଷ୍ଟି ଯାହା ଉପରେ ପଡିଯାଏ ସେ ତାର ଜୀଵନ ରେ ବହୁତ କଷ୍ଟ ପାଏ କିନ୍ତୁ ଶନିଙ୍କ କୃପା ଦୃଷ୍ଟି ଯାହା ଉପରେ ପଡ଼ିଥାଏ ସେ ତା ଜୀଵନ ରେ ବହୁତ ସୁଖ ର ଅନୁଭବ କରିଥାଏ । ତେବେ ଏହି ବର୍ଷ ୨୩ ମଇ ରୁ ଅକ୍ଟୋବର ୧୧ ପର୍ଯ୍ୟନ୍ତ ନିଜ ରାଶି ମକର ରେ ଵକ୍ର ଚଳନ କରୁଛନ୍ତି ।

୨୩ ମଇ ୨:୨୩ ରୁ ଓଲଟା ଚଳନ ଆରମ୍ଭ କରିବେ । ଏହା ଅକ୍ଟୋବର୧୧ ରେ ସକାଳ ୭:୫୮ ପର୍ଯ୍ୟନ୍ତ ରହିବେ । ତେବେ ଏହାର ପ୍ରଭାବ କେଉଁ କେଉଁ ରାଶି ମାନଙ୍କ ଉପରେ କି ପ୍ରଭାବ ପକାଇବ ତାହା ଜାଣିନେବା । ତେବେ ଶନିଦେବଙ୍କ ଵକ୍ର ହେବାର ଘଟଣା ବହୁତ ଗୁରୁତ୍ୱ ପୂର୍ଣ ଥାଏ ଏହା ର ପ୍ରଭାବ କେବଳ ବ୍ୟକ୍ତି ଉପରେ ନୁହଁ ବରଂ ସମାଜ ଉପରେ ପଡ଼ିଥାଏ । ତେବେ ଏହି କରୋନା ମହାମାରୀ ସମୟରେ ଏହାର ପ୍ରଭାବ କିପରି କଣ ରହିବ ତାହା ସମୟ କହିବ । ତେବେ ବର୍ତ୍ତମାନ ଏହା ରାଶି ମାନଙ୍କ ଉପରେ କଣ ପ୍ରଭାବ ପକାଉଛି ଜାଣିନେବା ।

୧- ପ୍ରଥମ ରାଶି ମେଷ ରାଶି । ମେଷ ରାଶି ର ଜାତକ ରେ ଶନି ଦଶମ ସ୍ଥାନରେ ଵକ୍ର ହେବେ ତା ଦ୍ୱାରା ସେମାନଙ୍କ କାମ ଉପରେ ଅଧିକ ପ୍ରଭାବ ପକାଇବ ସେମାନେ ନିଜ କାମ ପାଇଁ ଟିକେ ଅସୁବିଧା ର ସାମ୍ନା କରିବେ ।

୨- ଦ୍ଵିତୀୟ ରେ ହେଉଛି ବୃଷ ରାଶି । ଶନିଦେବଙ୍କ ଵକ୍ର ହେବା ଯୋଗୁଁ ଏହି ରାଶି ମାନଙ୍କ ଉପରେ ଧନ କୁ ନେଇ କିଛି ଅସୁବିଧା ଆସି ପାରେ ।

୩- ତୃତୀୟ ରେ ହେଉଛି ମିଥୁନ ରାଶି । ଏହି ରାଶି ର ବ୍ୟକ୍ତି ମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡି ପାରେ ତେଣୁ ଏମାନେ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ ।

୪- ଚତୁର୍ଥ ରେ ହେଉଛି କର୍କଟ । ଏହି ରାଶି ମାନଙ୍କ ଦାମ୍ପତ୍ୟ ଜୀଵନ ରେ ବାଦ ବିବାଦ ଆସିବ । ଏହା ଛଡା ପଇସା କିମ୍ବା ବିବାହ ଆଦି କାର୍ଯ୍ୟ ରେ ଅସୁବିଧା ହୋଇ ପାରେ ।

୫-ପଞ୍ଚମ ରେ ହେଉଛି ସିଂହ ରାଶି । ଏହି ରାଶି ମାନଙ୍କ ଉପରେ ଶନି ଙ୍କ ଵକ୍ର ଯୋଗୁଁ ସ୍ୱାସ୍ଥ୍ୟ ରେ ପରିବର୍ତ୍ତନ ଆସିପାରେ । ସେମାନେ କୌଣସି ବେମାରୀ ର ଶିକାର ମଧ୍ୟ ହୋଇ ପାରନ୍ତି ।

୬- ଷଷ୍ଠ ରେ ହେଉଛି କନ୍ୟା । ଏହି ରାଶି ମାନଙ୍କ ଉପରେ ଶିକ୍ଷା କୁ ନେଇ ଅସୁବିଧା ଆସିପାରେ । ଖର୍ଚ୍ଚ ଅଧିକ ହେବ ଏବଂ ନିଜ ଲୋକଙ୍କ ସହିତ ବାଦ ବିବାଦ ହୋଇପାରେ ।

୭- ସପ୍ତମ ରେ ହେଉଛି ତୁଳା । ଏହି ରାଶି ର ବ୍ୟକ୍ତି ମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିପାରେ । ଏହା ଛଡା ଆୟ ମଧ୍ୟ କମ ହେବ ।

୮- ଅଷ୍ଟମ ରେ ହେଉଛି ବିଛା ରାଶି । ଏହି ରାଶି ର ବ୍ୟକ୍ତି ମାନଙ୍କ ର ବାଦ ବିବାଦ ବଢ଼ିପାରେ । ଏହା ଛଡା ଖର୍ଚ୍ଚ ମଧ୍ୟ ବଢି ପାରେ ।

୯- ନବମ ରେ ଧନୁ ରାଶି । ଏହି ରାଶି ର ଲୋକମାନେ ଧନର ଅଭାବ ହୋଇ ପାରେ । କଥା ବାର୍ତ୍ତା ରେ ସଂଯମ ରଖିବା ଆବଶ୍ୟକ ।

୧୦- ଦଶମ ରେ ହେଉଛି ମକର । ଏହି ରାଶି ର ବ୍ୟକ୍ତି ମାନେ ମାନସିକ କଷ୍ଟ,ରୋଗ ଏବଂ ଚିନ୍ତା ଅଧିକ ହୋଇ ପାରେ ।

୧୧- ଏକାଦଶ ରେ ହେଉଛି କୁମ୍ଭ ରାଶି । ଏହି ରାଶି ର ବ୍ୟକ୍ତି ମାନଙ୍କ ଅଧିକ ଖର୍ଚ୍ଚ ଏବଂ ଧୋର୍ୟ୍ଯ ର ସହିତ କାର୍ଯ୍ୟ କରିବେ ।

୧୨- ଦ୍ୱାଦଶ ରେ ହେଉଛି ମୀନ । ଏହି ରାଶି ର ବ୍ୟକ୍ତି ମାନେ ଖର୍ଚ୍ଚ କୁ ସମ୍ଭାଳିକରି କରିବା ଆବଶ୍ୟକ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *