‘K’ ନାମ ର ବ୍ୟକ୍ତି ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

କୌଣସି ବ୍ୟକ୍ତି ର ସ୍ୱଭାବ କିପରି ହୋଇଥାଏ ତାହା ସେହି ବ୍ୟକ୍ତି ର ନାମର ପ୍ରଥମ ଅକ୍ଷରରୁ ଜଣା ପଡ଼ିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଧ୍ୟ କୌଣସି ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ହିଁ ସେହି ବ୍ୟକ୍ତି ର ସ୍ୱଭାବ ସମ୍ବନ୍ଧରେ ଜଣାଇଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ‘K’ ନାମର ବ୍ୟକ୍ତି ଙ୍କ ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ୧. ବନ୍ଧୁଗଣ ‘K’ ନାମର ବ୍ୟକ୍ତି ବହୁତ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି । ଏମାନେ ସାହସୀ ଓ ପ୍ରଭାବଶାଳୀ ବ୍ୟକ୍ତିତ୍ବ ହୋଇଥାନ୍ତି । ଏମାନେ ବହୁତ ଆଦର୍ଶବାଦୀ ଅଟନ୍ତି । ଏମାନେ ସଫା ହୃଦୟ ର ବ୍ୟକ୍ତିତ୍ୱ ଅଟନ୍ତି । ଏମାନେ ସର୍ବଦା ଅନ୍ୟର ସାହାଯ୍ୟ କରିବା ନିମନ୍ତେ ଆଗଭର ରୁହନ୍ତି । ଏହି ଅକ୍ଷରର ବ୍ୟକ୍ତି ବନ୍ଧୁ ହେଉ ଅଥବା ପରିବାର ସମସ୍ତ ସମ୍ପର୍କ କୁ ସଠିକ ଭାବରେ ତୁଲାଇ ଥାଆନ୍ତି ।

୨. ଏହି ନାମର ବ୍ୟକ୍ତି ରହସ୍ୟମୟ ହୋଇଥାନ୍ତି । କୌଣସି କଥା କୁ ଗୁପ୍ତ ରଖିବା ଏମାନଙ୍କୁ ବେଶ ଭଲ ଭାବରେ ଜଣା । କଳା କ୍ଷେତ୍ରରେ ଏମାନଙ୍କ ର ପ୍ରମୁଖ ରୁଚି ରହିଥାଏ । ଏହି କ୍ଷେତ୍ରରେ ଏମାନଙ୍କ କ୍ୟାରିଅର ସଫଳ ହୋଇଥାଏ । ଏହି ନାମର ବ୍ୟକ୍ତି ସର୍ବଦା ଅନ୍ୟର ମଙ୍ଗଳ ପାଇଁ କାର୍ଯ୍ୟ କରିଥାନ୍ତି । ଏହି ସ୍ୱଭାବ ଅନ୍ୟ ମାନଙ୍କୁ ବହୁତ ପସନ୍ଦ ଆସିଥାଏ ଏବଂ ସେମାନେ ଏହି ବ୍ୟକ୍ତି ଙ୍କ ଠାରୁ ପ୍ରେରିତ ହୋଇଥାନ୍ତି ।

୩. ଏହି ନାମର ବ୍ୟକ୍ତି ମାନେ ଯେ କୌଣସି କାର୍ଯ୍ୟ କରନ୍ତି ତା’ର ଭିନ୍ନ ଛାପ ଛାଡ଼ି ଦେଇଥାନ୍ତି । ଏମାନେ ଅନ୍ୟ ମାନଙ୍କ ଅପେକ୍ଷା ନିଜର ଅନ୍ଦାଜ ରେ ସମସ୍ତ କାର୍ଯ୍ୟ କରିଥାନ୍ତି । ଯାହା ଅନ୍ୟ ମାନଙ୍କୁ ବହୁତ ପସନ୍ଦ ଆସିଥାଏ । ଏହି ନାମର ବ୍ୟକ୍ତି ମାନଙ୍କୁ ସୁନ୍ଦର ଏବଂ ଦାମୀ ଜିନିଷ ପସନ୍ଦ ହୋଇଥାଏ । ଏମାନେ ଦାମୀ ଓ ସୁନ୍ଦର ଜିନିଷ ପ୍ରତି ଆକର୍ଷିତ ହୋଇଯାନ୍ତି ।

୪. ଏମାନେ ଆଡ଼ମ୍ବର ପୂର୍ଣ ଜୀବନ ଅତିବାହିତ କରିବାକୁ ପସନ୍ଦ କରନ୍ତି । ଅନ୍ୟର ସୁନ୍ଦରତା ଦେଖିଲେ ଏମାନେ ଲୋଭ କରିଥାନ୍ତି । ସୁନ୍ଦରତା ର ପରଖ ଏମାନଙ୍କ ପାଖରେ ରହିଥାଏ । ଏହି ନାମର ବ୍ୟକ୍ତି ମାନେ ଅନ୍ୟ କୌଣସି ବ୍ୟକ୍ତି ଙ୍କୁ ବିପଦ ରେ ଦେଖି ପାରନ୍ତି ନାହିଁ । ଯେଉଁ ବ୍ୟକ୍ତି ଙ୍କୁ କିଛି ଆବଶ୍ୟକ ରହିଥାଏ ଏମାନେ ତାଙ୍କୁ ସର୍ବଦା ସାହାଯ୍ୟ କରିଥାନ୍ତି ।
ଏହି ନାମର ବ୍ୟକ୍ତି ବହୁତ ଭାବୁକ ହୋଇଥାନ୍ତି ଏବଂ ଛୋଟ ଛୋଟ କଥାରେ ଇମୋସନାଲ ହୋଇଯାନ୍ତି । ଏହି ବ୍ୟକ୍ତି ମାନଙ୍କର ଏହି ନେଚର ର ଅନ୍ୟ ମାନେ ବହୁତ ଫାଇଦା ଉଠାଇଥାନ୍ତି । ଏହି ନାମର ବ୍ୟକ୍ତି ଅତ୍ୟନ୍ତ ରାଗୀ ସ୍ୱଭାବ ର ହୋଇଥାନ୍ତି ।

୫. ଏମାନେ ବହୁତ ଶୀଘ୍ର ରାଗୀ ଯାଆନ୍ତି । ଏମାନଙ୍କ ମଧ୍ୟରେ ଏକ ନେଗେଟିଭ ପର୍ସନାଲିଟି ବି ରହିଛି । ଏହି ନାମର ବ୍ୟକ୍ତି ମାନେ ଅନ୍ୟ ମାନଙ୍କ ସାହାଯ୍ୟ କରିଥାନ୍ତି କିନ୍ତୁ ସ୍ୱୟଂ ଚିନ୍ତାଗ୍ରସ୍ତ ରୁହନ୍ତି । ଏହି ନାମର ବ୍ୟକ୍ତି ମାନେ ଯେ କୌଣସି କାର୍ଯ୍ୟ କରିଥାନ୍ତି ସମ୍ପୂର୍ଣ୍ଣ ଜୋଶ ଏବଂ ଉତ୍ସାହ ସହିତ କରିଥାନ୍ତି । ଏମାନେ ନିଜ ଉପରେ ପୂର୍ଣ ବିଶ୍ୱାସ ରଖନ୍ତି । ଏମାନେ କେବେବି କୌଣସି କ୍ଷେତ୍ରରେ ଅଳସୁଆ ହୁଅନ୍ତି ନାହିଁ ଏବଂ କର୍ମଠ ଅଟନ୍ତି । ଏମାନେ ପରିଶ୍ରମ କରିବାକୁ ଆଦୋୖ ଡରନ୍ତି ନାହିଁ । ଏମାନେ ଭାଗ୍ୟ ଭରସା ରେ ରୁହନ୍ତି ନାହଁ ବରଂ କର୍ମ ଉପରେ ବିଶ୍ୱାସ କରନ୍ତି ।

୬. ଏହି ନାମର ବ୍ୟକ୍ତି ରୋମାଣ୍ଟିକ ସ୍ଵଭାବ ର ହୋଇଥାନ୍ତି । ଏମାନେ ଯାହାକୁ ଭଲ ପାଇଥାନ୍ତି ତାଙ୍କ ସହିତ ନିଜର ସମ୍ପୂର୍ଣ୍ଣ ଜୀବନ କୁ ଅତିବାହିତ କରନ୍ତି ଏବଂ ନିଜକୁ ତାଙ୍କ ପ୍ରତି ସମର୍ପଣ କରି ଦେଇଥାନ୍ତି । ଭଲ ପାଇବା କ୍ଷେତ୍ରରେ ଏମାନେ ଉନ୍ନତ ସ୍ଵଭାବ ର ହୋଇଥାନ୍ତି । ଏମାନଙ୍କ ପାଇଁ ନିଜ ପରିବାର ର ବିଶେଷ ମହତ୍ତ୍ୱ ରହିଥାଏ । ତେଣୁ ଏହି ନାମର ବ୍ୟକ୍ତି ପ୍ରାୟତଃ ଆରେଞ୍ଜ ମ୍ୟାରେଜ କରିଥାନ୍ତି ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *