ଶନିଙ୍କ ଓଲଟା ଚଳନ। ଶନିଙ୍କ କୃପାରୁ ବଦଳିବାକୁ ଯାଉଛି, ଏହି ୭ଟି ରାଶିର ଭାଗ୍ୟ

ଭଗବାନ ଶନି ନ୍ୟାୟର ଦେବତା ଅଟନ୍ତି । ଶନିଦେଵ ନିଜ ଭକ୍ତ ମାନଙ୍କ ଦୁଃଖ କେବେ ମଧ୍ୟ ସହ୍ୟ କରି ପାରନ୍ତି ନାହିଁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଦେବ ୨୦୨୦ ବର୍ଷ ମାଘ ମାସ ରେ ଓଲଟା ଚଳନ କରୁଛନ୍ତି । ଶନିଦେଵ ବର୍ତ୍ତମାନ ବିଛା ରାଶିରେ ଅବସ୍ଥାନ କରିଛନ୍ତି ଯାହା ଫଳରେ ଏହି ରାଶି ଉପରେ ଶନିଙ୍କ କୃପା ରହିବ ନାହିଁ । ଶନି ଙ୍କ କୁ ପ୍ରଭାବ ଦ୍ୱାରା ଆପଣଙ୍କ ଜୀବନରେ କିଚ୍ଚି ସମସ୍ୟା ଦେଖା ଦେଇ ପାରେ । କିନ୍ତୁ ଏହା ଦ୍ୱାରା ଶନି ଦେବଙ୍କ କୃପାଦୃଷ୍ଟି ୭ ଟି ରାଶି ଉପରେ ପଡିଛି । ଏହି ୭ ଟି ରାଶି ଖୁବ ଶୀଘ୍ର ସଫଳତା ପ୍ରାପ୍ତି କରିବା ପାଇଁ ଯାଉଛନ୍ତି ।

ମେଷ -ରାଜନୀତି କ୍ଷେତ୍ରରେ ମାନ ସମ୍ମାନ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ଭୋଗ ବିଳାସକୁ ତୁଚ୍ଛମଣି କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବାଭଳି ମାନ୍ୟତା ଦେବେ । ପରିବାରର ଉନ୍ନତି ପାଇଁ ପ୍ରୟାସରତ ହେବେ । କର୍ମକ୍ଷେତ୍ରରେ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ । ତଳ ମହଲରୁ ଆଶାତୀତ ଲାଭ ପାଇବେ । କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ ।

ମକର-ପ୍ରତ୍ୟେକ ଦିଗରୁ ଲାଭବାନ୍ ହେବେ ଓ ଯାହା ଖୋଜୁଛନ୍ତି ତାହା ପାଇବେ । ବ୍ୟବସାୟୀରେ ପ୍ରତିଯୋଗିତା ମନୋଭାବ ଉପୁଜିବାର ଆଶଙ୍କା ରହିଛି । ତଥାପି ବ୍ୟବସାୟରେ କୌଣସି ପ୍ରକାର କୁପ୍ରଭାବ ପଡିବ ନାହିଁ । ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ୱିତ କରିବେ ।

ସିଂହ- ଉଚ୍ଚାଧିକାରୀ, ସହକର୍ମୀ, ଭାଇ ବନ୍ଧୁ ବା କୌଣସି ବିଶିଷ୍ଠ ବ୍ୟକ୍ତିଙ୍କର ସହଯୋଗ ପାଇବା ଫଳରେ ମନୋବଳ ଆହୁରି ବଢିବ । ନୂତନ କର୍ମାରମ୍ଭ, ଆନୁଷ୍ଠାନିକ କର୍ମ ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ପନ୍ନ ହେବ ।

ତୁଳା-ଅନ୍ୟମାନଙ୍କ ସହମତିରେ କାମ କରିବା ଫଳରେ କର୍ମକ୍ଷେତ୍ରରେ ସମ୍ମାନ ଓ ପଦମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ । ପୁରୁଣା ସମ୍ପର୍କ, ଜମିଜମା, ଗାଡ଼ି ମୋଟରରୁ ଭଲ ଲାଭ ପାଇବେ । ନିର୍ମାଣାଧୀନ କାର୍ଯ୍ୟ ସମସ୍ୟା ବହୁଳ ରହିବ ।

କୁମ୍ଭ- ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସଙ୍ଗକୁ ପ୍ରକଳ୍ପ କାର୍ଯ୍ୟରେ ଅଗ୍ରଗତି ଘଟିବ । କୌଣସି ଅଭାବ ନ ଥିଲେ ମଧ୍ୟ ପାରିବାରିକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ସମସ୍ୟା ମନକୁ ବିଚଳିତ କରିପାରେ ।

କନ୍ୟା- ଲକ୍ଷ୍ୟ ପୂରଣ ହେବ, କିନ୍ତୁ ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କିଛି ଭୁଲ୍ କାର୍ଯ୍ୟ କରିପାରନ୍ତି । କର୍ମକ୍ଷେତ୍ରରେ ବାରମ୍ବାର ଚେଷ୍ଟା କରି ମଧ୍ୟ ଅସଫଳତା ହେତୁକ ଅପୂରଣୀୟ ଆଶା ଓ ଅଭିଳାଷ ମନରେ ସମ୍ୟକ କ୍ରୋଧ ସୃଷ୍ଟି କରିପାରେ ।

ମୀନ-ବ୍ୟବସାୟରେ ଆୟ ବ୍ୟୟ ପ୍ରାୟ ସମାନ ରହିବ । ସରକାରୀ କାମରେ ସଫଳତା ମିଳିବ । ଆଜି କୌଣସି କ୍ଷେତ୍ରରେ ମଧ୍ୟ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ । ପରିବାରରେ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ । ମାସ ଶେଷକୁ ଆପଣଙ୍କୁ ଅପୂର୍ବ ସଫଳତା ମିଳିବ । ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *