ସନ୍ଧି ପୂଜା କ’ ଣ ? ଦୁର୍ଗାଷ୍ଟମୀ ବ୍ରତ କିପରି ପୂଜା ହୋଇଥାଏ ! ଦୂର୍ଗା ବ୍ରତ କରୁଥିଲେ, ଜାଣି ରଖନ୍ତୁ ପୂଜାର ବିଶେଷ ନିୟମ ! Puja Tips

ବନ୍ଧୁଗଣ, ନବରାତ୍ର ର ନଅ ଦିନ ଧରି ଦେବୀ ମା ଙ୍କର ପୂଜା କରାଯାଇଥାଏ । ଏହି ଦିନ ମାନଙ୍କ ମଧ୍ୟରୁ ସବୁଠାରୁ ମହତ୍ଵପୂର୍ଣ୍ଣ ଦିନ ହେଉଛି ଅଷ୍ଟମୀ ଦିନ । ଏହି ଦିନ କୁ ମହା ଅଷ୍ଟମୀ କୁହାଯାଇଥାଏ । ଏହି ଅଷ୍ଟମୀ ତିଥିର ମହତ୍ଵ କାହିଁକି ଏତେ ଅଧିକ ଏବଂ କାହିଁକି ଏହାକୁ ମହା ଅଷ୍ଟମୀ ବୋଲି କୁହାଯାଇଥାଏ ? ଏହିଭଳି ପ୍ରଶ୍ନ ସାଧାରଣତ ସମସ୍ତଙ୍କ ମନରେ ରହିଥାଏ । ଅଷ୍ଟମୀ ଦିନ ହିଁ ଦେବୀ ମା ଙ୍କର ସନ୍ଧି ପୂଜା କରାଯାଇଥାଏ । ଅଷ୍ଟମୀ ଏବଂ ନବମୀ ତିଥିର ମିଳନ କୁ ସନ୍ଧି କ୍ଷଣ କୁହାଯାଇଥାଏ । ଏହି ସମୟରେ ମା ଙ୍କର ସନ୍ଧି ପୂଜା କରାଯାଇଥାଏ ।

ସେହି ସମୟର ପୂଜା ହିଁ ସବୁଠାରୁ ଅଧିକ ମହତ୍ଵ ରଖିଥାଏ । ଏହି ସନ୍ଧି ପୂଜା ସମୟରେ ଦେବୀ ମା ଧରା ପୃଷ୍ଠ କୁ ଆସିଥାନ୍ତି । ଅଷ୍ଟମୀ ଦିନ ସନ୍ଧି ପୂଜା ସକାଳ ୭.୪୭ ରୁ ଆରମ୍ଭ ହେଉଅଛି । ଏବଂ ୮.୩୫ ମିନିଟ ରେ ସନ୍ଧି ପୂଜା ସମାପନ ହେଉଅଛି । ଏହାପରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବ । ଆପଣ ଏହି ସମୟରେ ଦେବୀ ମା ଙ୍କ ଆଳତି କରନ୍ତୁ । ଏହି ସମୟ ମଧ୍ୟରେ ନିଶ୍ଚିତ ସନ୍ଧି କ୍ଷଣ ଆସିବ ଏବଂ ଦେବୀ ମା ଙ୍କ ନଜର ଆପଣଙ୍କ ଉପରେ ନିଶ୍ଚିତ ପଡିବ । ଆପଣ ସେ ଦିନ ମାତା ଙ୍କ ପାଖରେ ନଡିଆ ମା ଙ୍କ ପାଖରେ ଭୋଗ ଲଗାଇବେ ନାହିଁ ଅଥବା ଆପଣ ପ୍ରସାଦ ରୂପରେ ମଧ୍ୟ ଗ୍ରହଣ କରନ୍ତୁ ନାହିଁ ।

ଯଦି ଆପଣ ନବରାତ୍ରି କରି ପାରୁ ନାହାଁନ୍ତି, ତେବେ ଆପଣ ଗୋଟିଏ ଦିନ ଆଗରୁ ହବିସ କରି ନିଅନ୍ତୁ । ଅର୍ଥାତ ମହାଅଷ୍ଟମୀ ର ପୂର୍ବ ଦିନ ଆପଣ ହଳଦୀ ଲଗାଇ ଗାଧୋଇ ଅରୁଆ ଅର୍ଣ୍ଣ ସେବନ କରି ରହିଥିବେ । ଏହା ଆପଣଙ୍କ ଏକବାର ଅଥବା ହବିଷରେ ଯିବ ଏବଂ ଏହା ପରଦିନ ବ୍ରତ କରିବେ । ନବରାତ୍ର ହେଉଅଛି ଦେବୀ ମା ଙ୍କ ଦିନ ଆପଣ ଯାହା ଚିନ୍ତା କରିଥିବେ ତାହା ଆପଣଙ୍କର ଦେବୀ ମା ନିଶ୍ଚିତ ଭାବରେ ପୂରଣ କରିଥାନ୍ତି । ସ୍ଵଛ ମନରେ ମାତା ଙ୍କୁ ଡାକିଲେ ସେ ନିଶ୍ଚିତ ଭାବରେ ଆପଣଙ୍କ ମନୋଷ୍କାମନା ପୂରଣ କରିଥାନ୍ତି ।

ମା ଙ୍କୁ ସମସ୍ତ ପ୍ରକାରର ଫଳ ବହୁତ ଭଲ ଲାଗିଥାଏ ଏହା ମଧ୍ୟରୁ ଡାଳିମ୍ବ ମା ଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ସପ୍ତମୀ ପୂଜା ଆପଣ ଘରେ କରନ୍ତୁ ଅଥବା ମନ୍ଦିରରେ ଦେବୀ ମା ଙ୍କୁ ନିଶ୍ଚିତ ରୂପରେ ଆପଣ ଡାଳିମ୍ବ ଅର୍ପଣ କରନ୍ତୁ । ପତ୍ର ମାନଙ୍କ ମଧ୍ୟରେ ବେଲପତ୍ର ମା ଙ୍କର ଅତ୍ୟନ୍ତ ପ୍ରିୟ । ଏଣୁ ଆପଣ ଦେବୀ ମା ଙ୍କୁ ବେଲ ପତ୍ର ନିଶ୍ଚିତ ରୂପରେ ଅର୍ପଣ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ  ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *