ଜୀବନରେ ସଫଳ ହେବାକୁ ଚାହୁଁଥିଲେ ସକାଳୁ ଉଠିବା ପରେ ମାତ୍ର 1 ମିନିଟ ପାଇଁ ଏହି 5 ଟି କଥା ଅନୁସରଣ କରନ୍ତୁ (Best Motivational Tips)

ନମସ୍କାର ବନ୍ଧୁଗଣ, ସକାଳର ସମୟର ଦିନର ଆରମ୍ଭ ହୋଇଥାଏ । ଯାହାକି ଆପଣଙ୍କୁ ସତେଜ ଅନୁଭବ କରାଇଥାଏ । ଯଦି ଆପଣଙ୍କ ସକାଳ ଭଲ ରହିବ ତେବେ ଆପଣଙ୍କ ସମ୍ପୂର୍ଣ ଦିନ ମଧ୍ୟ ଆନନ୍ଦଦାୟକ ଏବଂ ଭଲ ରହିବ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଆପଣ ସକାଳୁ ଉଠି କେଉଁ 5ଟି କଥା କହିବା ଦ୍ଵାରା ଆପଣଙ୍କ ମନ ପବିତ୍ର ରହିଥାଏ ଏବଂ କାମ ସୁରୁଖୁରୁରେ ହୋଇଯାଇଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ସକାଳୁ ଉଠିବା ସମୟରେ ସବୁବେଳେ ହସ ହସ ମୁଖରେ ଉଠିବା ଆବଶ୍ୟକ । ପ୍ରଥମ: ସକାଳୁ ଉଠି ବିଛଣା ତ୍ୟାଗ କରିବା ପୂର୍ବରୁ ଆପଣଙ୍କୁ କହିବା ଦରକାର କି “ମୁଁ ହେଉଛି ଶ୍ରେଷ୍ଠ ଈଶ୍ଵରଙ୍କ ଶ୍ରେଷ୍ଠକୃତି ହେଉଛି ମୁଁ, ମୁଁ ତୁଛ ମାନବ ନୁହେଁ, ମୁଁ ଶ୍ରେଷ୍ଠ ପ୍ରାଣୀ” । ସବୁବେଳେ ନିଜ ଉପରେ ବିଶ୍ଵାସ ରଖିବେ ଏବଂ ଭାବିବେ ମୁହଁ ହେଉଛି ଈଶ୍ଵରଙ୍କ ଅଂଶ । କେବେ ମଧ୍ୟ ନିଜକୁ ଅନ୍ୟ ସହ ତୁଳନା କରିବେ ନାହିଁ ସବୁବେଳେ ନିଜକୁ ନିଜ ଜାଗାରେ ଶ୍ରେଷ୍ଠ ଭାବିବା ଉଚିତ ।

ଦିତୀୟ: ଆତ୍ମବିଶ୍ଵାସ କେବେ ମଧ୍ୟ ହରାଇବାକୁ ଦେବେ ନାହିଁ ନିଜର । ନିଜ ଉପରେ ପୂର୍ଣ ବିଶ୍ଵାସ ସର୍ବଦା ରଖିବେ । ଆପଣ ଦେଖିଥିବା ସ୍ଵପ୍ନକୁ ଆପଣ ନିଜେ ପୁରା କରିପାରିବେ । ଯଦି ଆପଣ ନିଜେ ନିଜ ସ୍ଵପ୍ନକୁ ଭଲ ପାଉଛନ୍ତି ତେବେ ଅନ୍ୟ କଥା ନ ଶୁଣି ଯିଏ ଯାହା ବି କହୁ ଆପଣ ନିଜ ଭିତରେ ଜିଦି ରଖି ଆପଣ କହିବେ ନା ମତେ କରିବାର ଅଛି ତେବେ ଆପଣ ନିଶ୍ଚୟ କରିପାରିବେ ।

ତୃତୀୟ: ଈଶ୍ଵରଙ୍କୁ ସର୍ବଦା ନିଜର ପରମ ପିତା ଭାବିବା ଉଚିତ । ତାଙ୍କ ପାଇଁ ଆପଣ ଆଜି ପରିଚୟ ପାଇଛନ୍ତି । ନିଜକୁ ସର୍ବଦା ନିଜକୁ ଈଶ୍ଵରଙ୍କ ସନ୍ତାନ ବୋଲି କହିବା ଦରକାର । ନିଜକୁ କେବେ ମଧ୍ୟ ଏକା ନ ଭାବି ଭଗବାନଙ୍କୁ ନିଜ ସାଥି ଭାବିବା ଉଚିତ । ଭଗବାନଙ୍କୁ ନିଜ ସାଥି ବନାଇ ଜୀବନର ସମସ୍ତ କାର୍ଯ୍ୟକୁ ପୁରା କରିବାରେ ଲାଗିବି ବୋଲି ସକାଳୁ ଉଠି କୁହନ୍ତୁ ।

ଚତୁର୍ଥ: ନିଜକୁ ଦୁର୍ବଳ ନ ଭାବି ପରିସ୍ଥିତି ସହ ଲଢିବା ଶିଖନ୍ତୁ । ଜୀବନରେ ଯୋଦ୍ଧା ହୁଅନ୍ତୁ ସମସ୍ୟା ସହ ସାହାସର ସହ ଲଢନ୍ତୁ । ଆପଣ ନିଜ ଶରୀରକୁ ବ୍ୟବହାର କରନ୍ତୁ ଶରୀର ଆପଣଙ୍କୁ ବ୍ୟବହାର ନ କରୁ ମନେ ରଖିଥିବେ ଏହି କଥା । କୌଣସି ବି ବଡ ଅସୁବିଧା ଆସିଲେ ଭିରୁଙ୍କ ଭଳି ପଛ ଘୁଞ୍ଚା ନ ଦେଇ ଆଗକୁ ବଢିବି ବୋଲି କୁହନ୍ତୁ ନିଜକୁ ।

ପଞ୍ଚମ: ସକାଳୁ ଉଠି କାଲିର କଥା ନ ଭାବି ଆଜିର କଥା ମୁଣ୍ଡରେ ରଖନ୍ତୁ । ଆଜି ମୁଁ ଖୁସିରେ ରହିବି । ଯାହା ବି ହେଇଯାଉ ଆଜି ମୁଁ ନିଜକୁ ଖୁସିରେ ରଖିବି ଏଭଳି ମନଭାବ ନେଇ ସକାଳୁ ଉଠିବ ଆବଶ୍ୟକ । ଆଜି ମୁଁ ନିଜ ଅନ୍ତର ଅନୁଯାୟୀ ଚାଲିବି ବୋଲି ସଂକଳ୍ପ କରନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *