ନପୁଂସକତା ଓ ଯୌନ ଅକ୍ଷମତା (Impotence/ Erectile Dysfunction) କାହିଁକି ହୁଏ ? କେମିତି କରିବେ ଏହି ସମସ୍ଯାର ସମାଧାନ ? Dr. Samir Swain

ଆଜିକାଲି ପୁରୁଷଙ୍କ ଠାରେ ଯ-ଔନ ଅକ୍ଷମତା ଏକ ପ୍ରମୁଖ ସମସ୍ଯା ଭାବେ ଦେଖାଦେଲାଣି । ସରଳ ଭାଷାରେ କହିଲେ ଏହା ଏପରି ଏକ ଅମସ୍ୟା ଯେଉଁଥିରେ ସହବାସ ସମୟରେ ପୁରୁଷଙ୍କ ଠାରେ ଯ-ଔନ ଶିଥିଳତା ଏବଂ ଯ-ଔନାଙ୍ଗ ଠିକ ଭାବେ ଉତ୍ଥାନ ନହେବା ଭଳି ସମସ୍ଯା ଦେଖା ଦେଇଥାଏ । ତେବେ ପୁରୁଷଙ୍କ ଠାରେ ଏପରି ଯ-ଔନ ଅକ୍ଷମତା ଦେଖା ଦେବାର ପ୍ରକୃତ କାରଣ କଣ ହୋଇପାରେ ? ଏହି ସମସ୍ଯାର କେମିତି କରିବେ ଚିକିତ୍ସା ? ଏନେଇ ଜାଣନ୍ତୁ ୟୁରୋଲୋଜିଷ୍ଟ ଡାକ୍ତର ସମୀର ସ୍ଵାଇଁଙ୍କ ଠାରୁ ।

କୌଣସି ବ୍ୟକ୍ତି ଏଭଳି ସମସ୍ୟା ନେଇ ଆସିଲେ ସେ ବିବାହ କରିଛନ୍ତି କି ନାହିଁ ଓ କେତେ ବର୍ଷ ହେବ ବିବାହ ହୋଇଛି ପ୍ରଥମେ ଏହିସବୁ ବିଷୟ ଡାକ୍ତର ପଚାରିଥାନ୍ତି । 25 ରୁ 40 ବର୍ଷ ମଧ୍ୟରେ ଯଦି କାହା ଠାରେ ଏଭଳି ସମସ୍ଯା ଦେଖାଦେଉଛି ତେବେ ଏହା ପର୍ଫମାନ୍ସ ଆଞ୍ଜାଇଟି କି ବୋଲି ଡାକ୍ତର ଜାଣିବାକୁ ଚେଷ୍ଟା କରନ୍ତି । ଏହାର ଅର୍ଥ ଯ-ଔନ ସମ୍ବନ୍ଧ ରଖିବା ଆଗରୁ ଠିକଭାବେ କରିପାରିବେ କି ନାହିଁ ଏନେଇ ବ୍ୟକ୍ତିଙ୍କ ମନରେ ଏକପ୍ରକାର ଭୟ ଆସିଯାଏ ।

ଯେଉଁମାନେ ନୂଆରେ ବିବାହ କରିଥାନ୍ତି ଓ ପୂର୍ବରୁ ଭଲଭାବେ ଯ-ଔନ ଶିକ୍ଷା ପାଇନାହାନ୍ତି । ସେମାନେ ପ୍ରଥମ ଥର ଯେତେବେଳେ ନିଜ ସ୍ତ୍ରୀଙ୍କ ସହ ସହବାସ କରନ୍ତି ସେତେବେଳର ପର୍ଫମାନ୍ସ ସେମାନଙ୍କ ମାନସିକତା ଉପରେ ପ୍ରଭାବ ପକାଇଥାଏ । ତେବେ ଏହା କୌଣସି ରୋଗ ନୁହେଁ । କେବଳ କିଛି କାଉନସେଲିଂ ଓ ସେକ୍ସ ଥେରାପି ଦ୍ଵାରା ଏହି ସମସ୍ୟାକୁ ଠିକ କରିହେବ ।

ସ୍ଵାମୀ ଓ ସ୍ତ୍ରୀ ଉଭୟଙ୍କ ସହ ସଠିକ ଆଲୋଚନା ଦ୍ଵାରା ଡାକ୍ତର ଏହି ସମସ୍ଯାର ପ୍ରକୃତ କାରଣ ଖୋଜି ବାହାର କରିପାରିବେ । ଯଦି ଡାଇବେଟିସ, କିଡନୀ ସମସ୍ଯା ଓ ଅନ୍ୟ କୌଣସି ରୋଗ ଯୋଗୁଁ ଯ-ଔନ ଅକ୍ଷମତା ଦେଖା ଦେଉଛି ତେବେ ସେହି ରୋଗର ଚିକିତ୍ସା କରିବା ଦ୍ଵାରା ହିଁ ଏହି ସମସ୍ଯାକୁ ଦୂର କରିହେବ । ଖାଦ୍ଯାଭ୍ଯାସରେ ପରିବର୍ତ୍ତନ ସହ ମୋଟାପଣ କମ୍ କରିବା ଏବଂ ବ୍ୟାୟାମ ଯୋଗ ଆଦି କରିବା ଦ୍ଵାରା ଯ-ଔନ ସମସ୍ଯା ଦୂର ହୋଇପାରିବ ।

କିଛି ଲୋକଙ୍କର ହରମୋନରେ ଅସନ୍ତୁଳନ ଯୋଗୁଁ ମଧ୍ୟ ଶୀଘ୍ରପତନ ଭଳି ସମସ୍ଯା ଦେଖାଦିଏ । ଏହାସହ ବ୍ୟକ୍ତିଙ୍କର କିଛି ଅନ୍ୟ ସାଇକୋଲୋଜି ସମସ୍ଯା ଅଛି କି ନାହିଁ ତା’ ଉପରେ ମଧ୍ୟ ଡାକ୍ତର ଧ୍ୟାନ ଦିଅନ୍ତି । ଅନେକ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ଘନିଷ୍ଠତା ନ ରହିବା ଓ ମନ ଖରାପ ରହିବା ଯୋଗୁଁ ମଧ୍ୟ ଏପରି ସମସ୍ଯା ଦେଖାଦିଏ ।

ଯ-ଔନ ଅକ୍ଷମତାକୁ ଦୂର କରିବାକୁ ହେଲେ ବ୍ୟକ୍ତିଙ୍କ ଶାରୀରିକ ଓ ମାନସିକ ଉଭୟ ସ୍ଥିତିକୁ ସମୀକ୍ଷା କରିବାକୁ ହୁଏ ଓ ସେନେଇ ତାଙ୍କୁ କିଛି ଥେରାପି ଓ କାଉନସେଲିଂ ପ୍ରଦାନ କରାଯାଏ । ମହିଳା ସାଥିଙ୍କର ସହଯୋଗ ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ, ତେଣୁ ଉଭୟଙ୍କୁ କାଉନସେଲିଂ କରିବା ସହ ଏହି ସମସ୍ୟାର ସମାଧାନ କରିଥାନ୍ତି ଡାକ୍ତର ।

ଯାହାଦ୍ଵାରା ବ୍ୟକ୍ତିଙ୍କର ଯ-ଔନ ଅକ୍ଷମତା ଭଳି କ୍ଷମତା ଧୀରେ ଧୀରେ ଦୂର ହୋଇଥାଏ । ଦରକାର ପଡିଲେ ଡାକ୍ତର ମେଡ଼ିସିନ ମଧ୍ୟ ଦେଇଥାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *