ସକାଳୁ ଉଠିବା ମାତ୍ରେ 10 ମିନିଟ ଗରମ ନଡିଆ ତେଲରେ ମିଶାଇ ଲଗାନ୍ତୁ, ହୀରା ପରି ଚମକିବ ଚେହେରା, ସମସ୍ତେ ବୁଲି ବୁଲି ଚାହିଁବେ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନିଜର ସ୍କିନ ଓ ହେୟାରକୁ ସୁନ୍ଦର ଓ ଚମକଦାର କରିବା ପାଇଁ ବହୁତ ଲୋକ ବହୁତ ପ୍ରକାର ନୁସକାର ନିଜ ସ୍କିନ ଓ ହେୟାର ଉପରେ ପ୍ରୟୋଗ କରିଥାନ୍ତି । ଏଥିପାଇଁ ଲୋକମାନେ ବହୁତ ଖର୍ଚାନ୍ତର ମଧ୍ୟ ଶିକାର ହୋଇଥାନ୍ତି । ଏତେ ସବୁ ଜିନିଷ ବ୍ୟବହାର କରିବା ପରେ ମଧ୍ୟ ବହୁତ ଲୋକ ନିଜ ଇଛା ମୁତାବକ ସ୍କିନ ଓ ହେୟାରକୁ ସୁନ୍ଦର କରିପାରିନଥାନ୍ତି ।

ତେଣୁ ଏଥିପାଇଁ ଆପଣଙ୍କୁ ବହୁତ ସହଜ ଓ ସରଳ ଉପାୟ ଆଜି କହିବାକୁ ଯାଉଛୁ । ଯେଉଁଥି ପାଇଁ ଆପଣଙ୍କୁ ଜମାରୁ ଅଧିକ ଖର୍ଚାନ୍ତ ହେବାକୁ ମଧ୍ୟ ପଡିନଥାଏ । ଏଥିପାଇଁ ନିହାତି ଦରକାର ହେଉଥିବା ଚମତ୍କାରୀ ଜିନିଷଟି ହେଉଛି ନଡିଆ ତେଲ । ହଁ ବନ୍ଧୁଗଣ ନଡିଆକୁ ବହୁତ ପୁରାତନ କାଳରୁ ବହୁତ ଲୋକ ବହୁତ ପ୍ରକାର କାମ ପାଇଁ ବ୍ୟବହାର କରି ଆସିଛନ୍ତି ।

ତେବେ ସେହି ନଡିଆ ତେଲର ସାହାଜ୍ଯରେ ଆପଣ ଆପଣଙ୍କ କେଶ ଓ ସ୍କିନ ୨ ଟିକୁ ହିଁ ସୁନ୍ଦର କରିପାରିବେ । ତେବେ ପ୍ରଥମେ ନିଜର ସ୍କିନରୁ ଦାଗ ବ୍ରଣ ଦୂର କରି ସ୍କିନ ଗ୍ଲୋ କରିବା ପାଇଁ ଚାହୁଁଥିଲେ । ତେବେ ଆପଣ ଚାମଚ ନଡିଆ ତେଲକୁ ଗରମ କରି ଦିଅନ୍ତୁ । ତେଲ ଗରମ କରିବା ସମୟରେ ତେଲକୁ ସିଧାସଳଖ ନିଆଁରେ ଦେଖାଇ ଗରମ କରିବା ଉଚିତ ନୁହେଁ ।

ଆପଣ ଏକ ପାତ୍ରରେ ପାଣି ଗରମ କରି ସେହି ଗରମ ପାଣି ଉପରେ ନଡିଆ ତେଲକୁ ରଖି ଅଳ୍ପ ଉଷୁମ କରନ୍ତୁ । ତାପରେ ସେହି ୧ ଚାମଚ ଉଷୁମ ନଡିଆ ତେଲ ସହ ୧ ଚାମଚ ଆଲୋଭେରା ଜେଲ ମିଶାଇ ମୁହଁରେ ଲଗାନ୍ତୁ । ଦେଖିବେ ରାତି ସମୟରେ ଏହାକୁ ନିଜ ମୁହଁରେ ଭଲ ଭାବରେ ମସାଜ କରି ଲଗାଇ ଶୋଇ ପଡନ୍ତୁ । ସକାଳୁ ଆପଣଙ୍କ ସ୍କିନ ପ୍ରଥମ ଦିନରୁ ଉଜ୍ଜଳ ହୋଇ ଗ୍ଲୋ କରିବା ଆରମ୍ଭ କରିଦେବ ।

ଆପଣ ଚାହିଁଲେ ଆଲୋଭେରା ଜେଲ ସ୍କିପ କରିକି କେବଳ ଅଳ୍ପ ଉଷୁମ ନଡିଆ ତେଲକୁ ମଧ୍ୟ ନିଜ ମୁହଁରେ ଲଗାଇ ପାରିବେ । ଏହା ସ୍କିନର କଳା ଦାଗ, ରୀଙ୍କଲକୁ ଦୂର କରିବା ସହ ଚେହେରାକୁ ଟାଇଟ ଓ ଗ୍ଲୋଇଙ୍ଗ କରିବାରେ ସାହାଜ୍ଯ କରିଥାଏ । ଏହା ସହିତ ନଡିଆ ତେଲ ମଧ୍ୟ ହେୟାର ପାଇଁ ବହୁତ ଭଲ ଏକଇ ସାମଗ୍ରୀ ହୋଇଥାଏ ।

ସମସ୍ତେ ନଡିଆ ତେଲକୁ ଅଳ୍ପ ଉଷୁମ କରି ସେଥିରେ ସୋରିଷ ତେଲ ମିଶାଇ ନିଜ କେଶରେ ଭଲ ଭାବରେ ମାଲିସ କରି ଲଗାଇ ପାରିବେ । ଏହା କେଶକୁ କୌଣସି ପ୍ରକାର ନଷ୍ଟ କରିନଥାଏ । ଏହା ସହିତ କେଶ ଘନ, ଲମ୍ବା ଓ ସୁନ୍ଦର କରିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *