Ajira Anuchinta- ସକାଳୁ ଉଠି କେଉଁ କାମ କଲେ ଧନୀ ହେବେ ଏବଂ କେଉଁ କାମ କଲେ ଭିକାରୀ ?

ନମସ୍କାର ବନ୍ଧୁଗଣ , ସକାଳୁ ଉଠି କେଉଁ କାମ କଲେ ମଣିଷ ଧନୀ ହୋଇଥାଏ ଏବଂ କେଉଁ କାମ କଲେ ମଣିଷ ଭିକାରୀ ହୋଇଥାଏ । ଦିନ ର ଆରମ୍ଭ ରୁ ଆମେ ଯେଉଁ ସବୁ କାମ କରିଥାଉ ତାହା ଆମ ଜୀବନ ଉପରେ ବିଶେଷ ପ୍ରଭାବ ପକେଇ ଥାଏ । ତେଣୁ କରି ସକାଳେ ଉଠିଲା ପରେ କିଛି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ କୁ କରିବା ଜରୁରୀ  ହୋଇଥାଏ । ଯଦି ଆପଣ ଠିକ କାମ କରି ଧାର୍ମିକ ପଥରେ ଚାଲିଥାଆନ୍ତି ତେବେ ତାହା ଆମକୁ ଧନୀ କରିଥାଏ ।

କିନ୍ତୁ ଆମେ ଯାହା କରିବା କଥା ନୁହେଁ ବା ଅନୁଚିତ୍ ବିଷୟବସ୍ତୁ କୁ କରିଥାଉ , ତେବେ ତାହା ଆମ ଭିକାରୀ କରିଥାଏ । ତେଣୁ ଆସନ୍ତୁ ଜାଣିବା ଏହା ବିଷୟରେ ନିମ୍ନରେ ଏହା ବର୍ଣନା କରାଯାଇଛି ।

1- ସକାଳୁ ଶୀଘ୍ର ଉଠିବା  ଦ୍ଵାରା ଶରୀର ସତେଜ ରହିଥାଏ , ଯେକୋଣସି କାମରେ ମନ ଲାଗିଥାଏ ଏବଂ ଶରୀରର ବ୍ଲଡ଼ସୁଗାର , କୋଲୋଷ୍ଟ୍ରୋଲ ନିୟନ୍ତ୍ରଣରେ ରହିଥାଏ ।

2- ସକାଳୁ ଉଠି ଜଳଖିଆ ଶୀଘ୍ର କଲେ ଶରୀର ପୂତ୍ତି ରହିଥାଏ ।

3-ସକାଳୁ ଉଠିବା  ଦ୍ଵାରା ପୂତଦିନ ମନ ପ୍ରଫୁଲିତ ରହିଥାଏ ଏବଂ ଚିନ୍ତାଧାରା ସକାରାତ୍ମକ ହୋଇଥାଏ ।

4- ସକାଳୁ ଉଠିବା  ଦ୍ଵାରା ଯେକୋଣସି କାର୍ଯ୍ୟ କରିବା ପାଇଁ ଅଧିକ ସମୟ ମିଳିଥାଏ ଏବଂ ନିଜ ପାଇଁ ମଧ୍ୟ ଅଧିକ ସମୟ ମିଳିଥାଏ ।

5- ସକାଳୁ ଉଠିବା ଦ୍ଵାରା ମସ୍ତିସ୍କ ସୁସ୍ଥ ରହିଥାଏ ଏବଂ ଏକାଗ୍ରତା ବୃଦ୍ଧି ହୋଇଥାଏ ।

6- ସକାଳ ସମୟ ଶରୀର ପାଇଁ ଉତ୍ତମ ହୋଇଥାଏ ସକାଳୁ କିଛି ସମୟ ବ୍ୟାୟାମ କିମ୍ବା ଯୋଗ କରିବା ଦ୍ଵାରା ଶରୀର ଓ ମନ ସୁସ୍ଥ ରହେ ।

7-ସକାଳୁ ଉଠି ସୂର୍ଯ୍ୟଙ୍କ କିରଣରେ କିଛି ସମୟ ବସିବା ଦ୍ଵାରା ହାତ ଏବଂ ଗଣ୍ଠି ଜନିତ ସମସ୍ଯା ଦୂର ହୋଇଥାଏ । ସାହାଲୁ ଆମ କୁ ଭିଟାମିନ – ଡି ମିଳିଥାଏ ।

8-ସକାଳୁ ଉଠିବା ଦ୍ଵାରା ପେଟଜନିତ ରୋଗ ଦୂର ହୋଇଥାଏ ଏବଂ ହଜମ ଶକ୍ତି ବୃଦ୍ଧି ହୋଇଥାଏ ।

9- ସକାଳୁ ଉଠି ବାହାର ତାଜା ପବନରେ ନିଶ୍ଵାସ ନେବା ସ୍ଵର ଏବଂ କିଛି ସମୟ ବ୍ୟାୟାମ କରିବା ଦ୍ଵାରା ଶ ଦ୍ଵାରା ରୀରର ସୁନ୍ଦରତା ବୃଦ୍ଧି ହୋଇଥାଏ ।

10 -ସକାଳର ପବନରେ ନିଶ୍ଵାସ ନେବା ଦ୍ଵାରା ଫୁସଫୁସ ସୁସ୍ଥ ଓ ମଜବୁତ ହୁଏ ଏହା ଦ୍ଵାରା ରକ୍ତ ପରିଷ୍କାର ହୋଇଥାଏ ।

11- ସକାଳୁ ଉଠି ଘର ଦୁଆର ମୂହରେ ଚିତ ପକେଇବା ଦ୍ଵାରା ଶୁଭ ହୋଇଥାଏ ଏବଂ ଦେବୀ ଦେବତା ଆକର୍ଷିତ ହୋଇଥାନ୍ତି ।

12-ସକାଳୁ ଉଠିଲାପରେ ଶର୍ଯ୍ୟା ରେ ନିଜର ଦୁଇ ପାପୁଲିକୁ ଯୋଡି ପ୍ରଥମେ ଦେଖିବା ଅଭ୍ୟାସ କରିବା ଉଚିତ୍ ଏହା ଦ୍ଵାରା ସୋଭାଗ୍ଯ ଆସିଥାଏ ।

13- ସକାଳୁ ଉଠି ପାଣିରେ ଅଳ୍ପ କ୍ଷୀର ମିଶାଇ ଘରର ଦୁଆର ମୁହଁରେ ବିଞ୍ଚିଲେ ଘରେ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।

14 – ସକାଳୁ ଉଠି ଦୀପ ଜଳାଇବା ଦ୍ଵାରା ଘରେ ସାକାରାତ୍ମକ ପ୍ରଭାବ ବୃଦ୍ଧି ହୋଇଥାଏ ।

15- ସକାଳୁ ଉଠି ତୁଲସୀ ଗଛରେ ପାଣିଦେଲେ ଧନ ସମ୍ପତି ବୃଦ୍ଧି ହୋଇଥାଏ ।

ତେଣୁ ଆପଣ ଯଦି ସକାଳୁ ଉଠି ଏହି ସବୁ ବିଷୟ କରନ୍ତି । ତେବେ ଆପଣ ଭିକାରୀ ହୋଇନଥାନ୍ତି ଏବଂ ଘରେ ଧନ , ସମ୍ପତି ବୃଦ୍ଧି ହୋଇଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *