ସକାଳୁ ଶୀଘ୍ର ଉଠିବାର 3 ଟି ଜବରଦସ୍ତ ଟିପ୍ସ ! 3 secret to wake early in the morning

ବନ୍ଧୁଗଣ ଅନେକ ଲୋକ ସକାଳୁ ଶୀଘ୍ର ଉଠିବାକୁ ଚେଷ୍ଟା କରିଥାନ୍ତି । ରାତିରେ ଆଲାରାମ ଦେଇକି ଶୋଇବା ସତ୍ବେ ମଧ୍ୟ ଠିକ ଆଲାରାମ ବାଜିଲା ବେଳକୁ ଆମକୁ ନିଦରୁ ଉଠିବା ପାଇଁ ଇଛା ହୋଇନଥାଏ । ତେବେ ଯଦି ଆପଣ ଆପଣନଳ ଲାଇଫରେ ଏହି 3 ଟି କଥାର ପରିବର୍ତ୍ତନ କରିପାରିବେ । ତେବେ ଆପଣ ମଧ୍ୟ ରାତିରେ ଧାର୍ଯ୍ୟ କରିଥିବା ସକାଳର ସେହି ଏକ ନିର୍ଦ୍ଧିଷ୍ଟ ସମୟରେ ଉଠିପାରିବେ । କାରଣ ସକାଳୁ ଶୀଘ୍ର ଉଠିବା ଦ୍ଵାରା ଆମର ଅନେକ ପ୍ରକାର ଫାଇଦା ହୋଇଥାଏ । ତେବେ ସକାଳୁ ଆପଣ କିପରି ଶୀଘ୍ର ଉଠିପାରିବେ ସେହି ସବୁ ଟିପ୍ସ ବିଷୟରେ ଚାଲନ୍ତୁ ଆଲୋଚନା କରିବା ।

1- ବହୁତ ଲୋକ ସକାଳୁ ଶୀଘ୍ର ଉଠିବା ପାଇଁ ଭୋର 4 ଟା, 5 ଟା ଏହି ସବୁ ସମୟରେ ଆଲାରାମ ଦେଇକି ଶୋଇଥାନ୍ତି । ହେଲେ ଆଲାରାମ ବାଜିଲେ ମଧ୍ୟ ଆମକୁ ଉଠିବାକୁ ଇଛା ହୋଇନଥାଏ । ତେଣୁ ଆପଣ ସକାଳୁ ଶୀଘ୍ର ଉଠିବାକୁ ଚାହୁଁଥିଲେ ସକାଳର ଭୋର ସମୟରେ ଆଲାରାମ ନଦେଇ ସେହି ରାତି 9 ଟା ସମୟର ଆଲାରାମ ନିଜ ଫୋନରେ ଦିଅନ୍ତୁ । କାରଣ ଆପଣ ଶୀଘ୍ର ଶୋଇଲେ ହିଁ ଆପଣଙ୍କର ନିଦ ଶୀଘ୍ର ଭାଙ୍ଗିଥାଏ ।

ହେଲେ ଯଦି ଆପଣ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାଗ୍ରତ ରହି ଫୋନ, ଟିଭି, ଲ୍ୟାପଟପ ଆଦି ଉପକରଣକୁ ଦେଖୁଥିବେ । ତେବେ ଆପଣ ରାତିରେ ଲେଟ୍ ରେ ଶୋଇବା ଦ୍ଵାରା ସକାଳୁ ମଧ୍ୟ ଲେଟ୍ ରେ ଉଠିଥାନ୍ତି । ତେଣୁ ସକାଳୁ ଶୀଘ୍ର ଉଠିବା ପାଇଁ ଆପଣ ରାତି 9 ରୁ 10 ଟା ମଧ୍ୟରେ ନିଜର ସବୁ କାମ ସାରି ଶୋଇ ପଡନ୍ତୁ ।

2- ସକାଳୁ ଯଦି ଆପଣଙ୍କର କିଛି ଗୁରୁତ୍ଵପୂର୍ଣ୍ଣ କାମ ନଥାଏ । ତେବେ ଆପଣଙ୍କୁ ଶୀଘ୍ର ଉଠିବାକୁ ମଧ୍ୟ ଇଛା ହୋଇନଥାଏ । ତେଣୁ ସକାଳୁ ଶୀଘ୍ର ଉଠିବାକୁ ଚାହୁଁଥିଲେ । ପ୍ରଥମେ ଆପଣ ସକାଳେ ଶୀଘ୍ର ଉଠି କେଉଁ କେଉଁ ସବୁ କାର୍ଯ୍ୟ କରିବାର ଅଛି ତାହାର ସବୁ ରୁଟିନ ବନାଇ ରଖନ୍ତୁ । ଯାହା ଦ୍ଵାରା ସେହି ସବୁ ଦ୍ଵାରା ଆପଣ ସକାଳୁ ଶୀଘ୍ର ଉଠିବା ପାଇଁ ଅନୁପ୍ରାଣୀତ ହୋଇପାରିବେ ।

3- ରାତିରେ ଯଦି ଆପଣ ଗରିଷ୍ଠ ବା ହେଭି ଫୁଡ୍ ଖାଇକି ଶୋଇବେ । ତେବେ ସେହି ସବୁ ଭାରୀ ଖାଦ୍ୟକୁ ହଜମ କରିବାରେ ଶରୀରକୁ ବହୁତ ସମୟ ଲାଗିଥାଏ । ଯାହା ଦ୍ଵାରା ଆମକୁ ଗଭୀର ନିଦ ସେହି ସମୟରେ ଆସିନଥାଏ । ତେଣୁ ରାତିରେ ହେଭୀ ଖାଇବା ଦ୍ଵାରା ସକାଳୁକୁ ନିଦ ମଧ୍ୟ ବିଳମ୍ବରେ ଭାଙ୍ଗିଥାଏ । ତେବେ ଆପଣଙ୍କର ସକାଳଉ ଶୀଘ୍ର ଉଠିବା ଚାନ୍ସ ବହୁତ କମ୍ ରହିଥାଏ । ତେଣୁ ରାତିରେ ଯେତେ ସମ୍ଭବ ହାଲୁକା ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ । ତେବେ ଏହି 3 ଟି ଟିପ୍ସ ଆପଣାଇ ଆପଣ ମଧ୍ୟ ସକାଳୁ ଶୀଘ୍ର ଉଠନ୍ତୁ । ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ କରିବା ସହ ବହୁ ମାତ୍ରାରେ ଶେୟାର ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *