Astrology: ସବୁଠୁ ଅଧିକ ବୁଦ୍ଧିବାନ ପିଲା କେଉଁ ମାସରେ ଜନ୍ମ ହୋଇଥାନ୍ତି ?

ନମସ୍କାର ବନ୍ଧୁଗଣ, ଗର୍ଭରୁ ଜାତ ହେଉଥିବା କୁନି ନିଷ୍ପାପ ସନ୍ତାନ ଆମ ଆଗାମୀ ଭବିଷ୍ୟତ ହୋଇଥାଏ । କୁନି ପିଲାଟି ଦୁନିଆ ସମ୍ପର୍କରେ କିଛି ଜାଣିବା ପୂର୍ବରୁ ହିଁ ମଣିଷ ଅନେକ ଆଶା ସଂଚାର କରିଥାଏ ତାଙ୍କୁ ନେଇ । ତେଣୁ ପିଲା ବୁଦ୍ଧିବାନ ହେଉ ଏହା ସମସ୍ତଙ୍କର ସ୍ଵପ୍ନ ଥାଏ । ପିଲାଟି ବଡ ହେଲେ ଯାଇ ଆପଣ ଚାଲି ଚଳନ ଏବଂ କଥା ବାର୍ତ୍ତାରୁ ଜାଣିଥାନ୍ତି ସେ ବୁଦ୍ଧିବାନ କି ନାହିଁ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ପିଲାମାନେ ଜନ୍ମ ହେଉଥିବା ମାସ ଅନୁଯାୟୀ ଜଣାଇବା ପାଇଁ ଯାଉଛୁ କି କେଉଁ ମାସରେ ଜନ୍ମିତ ପିଲା ହୋଇଥାନ୍ତି ବୁଦ୍ଧିବାନ ।

ଜାନୁୟାରୀ ଏବଂ ଫେବୃୟାରି ମାସରେ ଜନ୍ମ ନେଇଥିବା ପିଲା ବହୁତ ବୁଦ୍ଧିବାନ ହୋଇଥାନ୍ତି । ଏହି ମାସରେ ଜନ୍ମ ନେଇଥିବା ପିଲା ନିଜ ଉପରେ ବିଶ୍ଵାସ ରଖିଥାନ୍ତି । ପିଲା ବେଳୁ ହିଁ ନିଜ ଜୀବନର ଡୋରକୁ ନିଜେ ଧରିଥାନ୍ତି ଏମାନେ । ନିଜେ ନିଜର ମାଲିକ ହୋଇଥାନ୍ତି ଏହି ମାସରେ ଜନ୍ମ ନେଇଥିବା । ଏମାନେ ନିଜ ମାତା ପିତାଙ୍କ ନାମ ରଖିଥାନ୍ତି ସର୍ବଦା ।

ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ଜନ୍ମ ନେଇଥିବା ପିଲା ବହୁତ କ୍ରୋଧୀ ସ୍ଵାଭାବର ହୋଇଥାନ୍ତି । କଥା କଥାରେ ଏମାନେ ରାଗିଥାନ୍ତି । ସବୁବେଳେ ନିଜକୁ ସର୍ବଶ୍ରେଷ୍ଠ ସିଦ୍ଧ କରିବାର ପ୍ରୟାସରେ ଲାଗିଥାନ୍ତି । ନିଜ ଭାଗ୍ୟ ତିଆରି କରିବା ପାଇଁ ଅନ୍ୟ ଜଣଙ୍କର କ୍ଷତି କରିବାକୁ ବିଲକୁଲ ବି ପଛଘୁଞ୍ଚା ଦିଅନ୍ତି ନାହିଁ ।

ମେ ଏବଂ ଜୁନ ମାସରେ ଜନ୍ମିତ ପିଲା ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ମାସରେ ଜନ୍ମ ନେଇଥିବା ପିଲାଙ୍କ ହୃଦୟ ବହୁତ ନିର୍ମଳ ହୋଇଥାଏ । ସବୁବେଳେ ଅନ୍ୟମାନଙ୍କ ସାହାର୍ଯ୍ୟ କରିଥାନ୍ତି । ଜୁଲାଇ ଏବଂ ଅଗଷ୍ଟ ମାସରେ ଜନ୍ମ ନେଇଥିବା ପିଲା ବହୁତ ଦୟାଳୁ ସ୍ଵାଭାବର ହୋଇଥାନ୍ତି । ଏମାନେ ବହୁତ ଭାଗ୍ୟଶାଳୀ ଏବଂ ସରଳ ସ୍ଵାଭାବର ହୋଇଥାନ୍ତି । ଅନ୍ୟକୁ ସାହାର୍ଯ୍ୟ କରିବା ସହ ନିଜ ମାତା ପିତାଙ୍କ ସେବା କରିବା ପାଇଁ କେବେ ପଛଘୁଞ୍ଚା ଦେଇନଥାନ୍ତି । ସବୁବେଳେ ଅନ୍ୟମାନଙ୍କ ନଜରରେ ମହାନ ବନିବାର ଚେଷ୍ଟାରେ ଥାନ୍ତି ।

ସେପ୍ଟେମ୍ବର ଏବଂ ଅକ୍ଟୋବର ମାସରେ ଜନ୍ମ ହୋଇଥିବା ପିଲା ଭଗବାନଙ୍କ ଉପରେ ସବୁବେଳେ ଭରସା ରଖିଥାନ୍ତି । ନିଜ ଭାଗ୍ୟକୁ ତିଆରି କରିବା ପାଇଁ କେବେ କୌଣସି ଛଳ କପଟର ସାହାରା ଏମାନେ ନିଅନ୍ତି ନାହିଁ । ସର୍ବଦା ଏମାନେ ଧର୍ମ ମାର୍ଗରେ ଚାଲିଥାନ୍ତି । ଏବଂ ନିଜ ପରିବାର ଧ୍ୟାନ ରଖିବା ପାଇଁ ସକ୍ଷମ ହୋଇଥାନ୍ତି । ବହୁତ ବୁଦ୍ଧିମାନ ହୋଇଥାନ୍ତି ଏମାନେ ।

ନଭେମ୍ବର ଏବଂ ଡିସେମ୍ବର ମାସରେ ଜନ୍ମ ହୋଇଥିବା ପିଲା ପରିବାର ଠାରୁ ଅଧିକ ଦେଶ ଭକ୍ତିରେ ସମୟ ବିତାଇବା ପସନ୍ଦ କରିଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *