ପ୍ରୋଷ୍ଟେଟ୍‌ ବଢ଼ିଯିବା ! ଜାଣନ୍ତୁ ଏହାର କାରଣ ଓ ଚିକିତ୍ସା

ନମସ୍କାର ବନ୍ଧୁଗଣ, ପୁରୁଷମାନଙ୍କର ପ୍ରେଷ୍ଟେଟ ଥାଏ । ଏହା ସାଧାରଣତଃ ବୟସ ବଢିବା ସହ ବଢିଥାଏ । ତେଣୁ ଏହା ଚିନ୍ତାର କାରଣ ହୋଇନଥାଏ କିନ୍ତୁ ଯଦି ଏହି ପ୍ରୋଷ୍ଟେଟ ଆବଶ୍ୟକତା ଠାରୁ ବେଶି ବଡ ହୋଇଯାଏ ବା କମ ବୟସରୁ ହିଁ ବଢିବାକୁ ଲାଗେ ବେଶି ତେବେ ଆପଣଙ୍କୁ ଏହାର ଚିକିତ୍ସା କରାଇବା ନିହାତି ଆବଶ୍ୟକ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ପ୍ରୋଷ୍ଟେଟ ବଢିଯିବାର କାରଣ ଏବଂ ଚିକିତ୍ସା ସମ୍ପର୍କରେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ବୟସ ବଢିବା ସହ ପ୍ରୋଷ୍ଟେଟ ମଧ୍ୟ ବଢିଥାଏ  । ଏହା ବଢିବା ଫଳରେ ପରିସ୍ରା ବାଟ ଟାଇଟ ହୋଇଯାଇଥାଏ । ଯାହାଫଳରେ ପ୍ରୋଷ୍ଟେଟ ସମସ୍ୟାର ସଙ୍କେତ ଏହିସବୁରୁ ଆରମ୍ଭ ହୋଇଥାଏ । ପ୍ରୋଷ୍ଟେଟ ବଢିଗଲେ ଆପଣଙ୍କୁ ବାରମ୍ବାର ବାରିସ୍ରା ଲାଗିଥାଏ । ଆପଣ ନିଜ ପରିସ୍ରାକୁ ଅଟକାଇ ପାରିନଥାନ୍ତି । ପ୍ରୋଷ୍ଟେଟ ସମସ୍ୟା ଥିବା ବ୍ୟକ୍ତି ରାତିରେ ଅଧିକ 5 ଥର 7 ଥର ପରିସ୍ରା ଉଠିଥାନ୍ତି । ଏହିସବୁ ହେଉଛି ପ୍ରୋଷ୍ଟେଟ ହେବାର ବଢିବାର ଲକ୍ଷଣ ।

ପରିସ୍ରା କରି ସାରିବା ପରେ ମଧ୍ୟ ଆପଣଙ୍କୁ ଲାଗିଥାଏ ଠିକରେ ପରିସ୍ରା ହୋଇନାହିଁ । ଆପଣଙ୍କର ବହୁତ ଧୀରେ ଏବଂ ପତଳା ଧାରରେ ପରିସ୍ରା ହୋଇଥାଏ । ପ୍ରୋଷ୍ଟେଟ ଏକ ସାଧାରଣ ଗ୍ରନ୍ଥୀ ଅଟେ । ଏହା ବୟସ ଅନୁଯାୟୀ ବଢି ବଢି ଯାଇଥାଏ ଏବଂ ସମସ୍ୟା ଆରମ୍ଭ ହୋଇଥାଏ । ପ୍ରୋଷ୍ଟେଟ ସାଇଜ ସାଧାରଣତଃ 15 ରୁ 20 ଗ୍ରାମ ଥାଏ 40 ବର୍ଷ ପର୍ଯ୍ୟନ୍ତ ତେଣୁ ସେତେବେଳେ ଏହା ସମସ୍ୟା ସୃଷ୍ଟି କରିନଥାଏ ।

ଯେତେବେଳେ ଏହାଠାରୁ ବେଶି ବଡ ସାଇଜ ହୋଇଯାଏ ସେହି ସମୟରେ ଆପଣଙ୍କ ପରିସ୍ରା ରାସ୍ତା ବନ୍ଦ ହୋଇଯାଏ ଆଉ ସମସ୍ୟା ଦେଖା ଦିଏ । ଯଦି ଆପଣ ଏହାର ଚିକିତ୍ସା ନ କରନ୍ତି ତେବେ ଆପଣ ଜୀବନରେ ସମସ୍ତ କ୍ଷେତ୍ରରେ ପଛାଇ ଯାନ୍ତି । ଯଦି ଆପଣ ଲକ୍ଷଣ ଦେଖିବା ପରେ ମଧ୍ୟ ଏହାର କୌଣସି ଚିକିତ୍ସା ନକରନ୍ତି ତେବେ ଏହା ପରିସ୍ରା ରାସ୍ତାକୁ ହଠାତ ଦିନେ ବନ୍ଦ କରିଦେଇଥାଏ ।

ଯାହା ଠାରେ କମ ସମସ୍ୟା ଦେଖା ଦେଇଥାଏ ଏବଂ କୌଣସି ଅସୁବିଧା ହେବାର ଆଶଙ୍କା ନଥାଏ ସେଠାରେ ଡାକ୍ତର ମେଡ଼ିସିନ ଦେଇଥାନ୍ତି । କିଛି ମେଡ଼ିସିନ ଥାଏ ଯାହା ଆପଣଙ୍କ ପରିସ୍ରା ରାସ୍ତାକୁ ପ୍ରସାରିତ କରିଦିଏ । ତେବେ ଆପଣଙ୍କ ପରିସ୍ରା ସାଧାରଣ ଲୋକଙ୍କ ଭଳି ହୋଇଥାଏ । ଆଉ କିଛି ମେଡ଼ିସିନ ଥାଏ ଯାହା ପ୍ରୋଷ୍ଟେଟର ବଢିବାକୁ ନିୟନ୍ତ୍ରଣ କରିଥାଏ ।

ଆପଣଙ୍କୁ ପ୍ରୋଷ୍ଟେଟ ମେଡ଼ିସିନ ସବୁଦିନ ଖାଇବା ପାଇଁ ପଡିବ । ଯଦି ଆପଣ ଭଲ ହୋଇଯିବା ପରେ ମେଡ଼ିସିନ ଖାଇବା ଛାଡିଦେବେ ତେବେ ପୁଣି ଆପଣଙ୍କ ଠାରେ ସେହି ସମସ୍ୟା ଦେଖା ଦେଇଥାଏ । ଯଦି ଆପଣଙ୍କ ଠାରେ ବଡ ଧରଣର ସମସ୍ୟା ରହିଥାଏ ତେବେ ତାହାର ଚିକିତ୍ସା ପାଇଁ ସର୍ଜରୀ କରାଯାଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *