Hair Care Tips- ପତଳା କେଶକୁ ମୋଟା ଓ ଗହବା କରିବାର ଜବରଦସ୍ତ ଉପାୟ, 10 ଦିନରେ ମିଳିବ ରେଜଲ୍ଟ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୁରୁଷ ହେଉ ଅବା ନାରୀ ସମସ୍ତ ନିଜର କେଶକୁ କଳା, ଘନ ଓ ସୁନ୍ଦର କରିବାକୁ ପସନ୍ଦ କରିଥାନ୍ତି । କାରଣ କେଶ ମଧ୍ୟ ମନୁଷ୍ୟ ସୁନ୍ଦରତାର ଏକ ଅଂଶ ହୋଇଥାଏ । କେଶକୁ ନେଇ ଅନେକ ଲୋକଙ୍କର ବିଭିନ୍ନ ପ୍ରକାର ସମସ୍ଯା ରହୁଅଛି । ଯେପରି ଚୁଟି ଝଡିବା, ବହୁତ ଶୀଘ୍ର ଧଳା ହୋଇଯିବା, ଚୁଟି ଅଗ ଫାଟିବା, ଭଲ ଭାବରେ ନବଢିବା ଏହିପରି ଅନେକ ସମସ୍ଯା ଲୋକଙ୍କ କେଶରେ ଦେଖିବାକୁ ମିଳୁଅଛି ।

କେଶରେ ବିଭିନ୍ନ ପ୍ରକାର ସମସ୍ଯା ଆସିବାର ୩ ଟି ପ୍ରମୁଖ କାରଣ ରହିଥାଏ । ପ୍ରଥମେ ବଂଶାନୁଗତ ସମସ୍ଯା, ଦିତୀୟରେ ସଠିକ ଖାଦ୍ୟ ନଖାଇବା ଓ ତୃତୀୟରେ ନିଜର କେଶର ଉପଯୁକ୍ତ ଯତ୍ନ ନନେବା । ବଂଶାନୁଗତ ସମସ୍ଯା ଅନୁସାରେ ଯଦି ଘରର କାହାର ଚୁଟି ପତଳା ରହିଥାଏ । ତେବେ ସେହି ପରିବାରର ଅନ୍ୟ ଜଣଙ୍କର ସେପରି ଚୁଟି ପତଳା ରହିବାର ସମ୍ଭାବନା ରହିଥାଏ ।

ତେଣୁ ବଂଶାନୁଗତ ସମସ୍ଯା କୁ ବଦଳାଇ ହୋଇପାରିବ ନାହିଁ । ଆପଣ ଚୁଟି ର ସୁସ୍ଥତା ପାଇଁ ସଠିକ ଖାଦ୍ୟ ଖାଇବା ଉଚିତ । ଏହା ସହିତ ଚୁଟିର ଉପଯୁକ୍ତ ଯତ୍ନ ନେବା ମଧ୍ୟ ଉଚିତ।   ଖାଦ୍ଯରେ ଆପଣ ଭିଟାମିନ-E ର ଆବଶ୍ୟକତା ଚୁଟି ପାଇଁ ରହିଅଛି । ଯାହା ଆପଣ ଆଲମୋଣ୍ଡ ବାଦାମ ଖାଇବା ଦ୍ଵାରା ଭିଟାମିନ-E ଆପଣଙ୍କ ଚୁଟି ପାଇଁ ମିଳିଯାଇଥାଏ ।

ଏହା ସହିତ ଚୁଟିର ମଜଭୁତ ଓ ସୁନ୍ଦରତା ପାଇଁ ନିହାତି ଭାବରେ କପର ବା ତମ୍ବା ପାତ୍ରରେ ପାଣି ରଖି ସେବନ କରନ୍ତୁ । ଏହା କେଶ ପାଇଁ ବହୁତ ମାତ୍ରାରେ ପ୍ରଭାବଶାଳୀ ହୋଇଥାଏ । ଏହା ସହିତ କେଶର ଉପଯୁକ୍ତ କେୟାର ନେବା ମଧ୍ୟ ଦରକାର ହୋଇଥାଏ । ଚୁଟିକୁ ତେଲ ଲଗାଇବା ମଧ୍ୟ ନିହାତି ଦରକାର । ଏହା ସହିତ ବିନା କେମିକାଲ୍ ସାମ୍ପୁରେ ଚୁଟି ସଫା କରିବା ଉଚିତ ।

ଯାହା ଦ୍ଵାରା ଚୁଟି ଉପରେ କେମିକାଲ୍ ର କିଛି ଖରାପ ପ୍ରଭାପ ପଡିବ ନାହିଁ । ଚୁଟି ପାଇଁ ନଡିଆ ତେଲ ବହୁତ ମାତ୍ରାରେ ଉପକାରୀ ରହିଥାଏ । ଯଦି ଆପଣ ନଡିଆ ତେଲ ସହ ଭିଟାମିନ-E ର କାପସୁଲର ତେଲକୁ ମିଶାଇ ଚୁଟିରେ ଲଗାଇବେ । ତେବେ ଆପଣଙ୍କ ଚୁଟିର ସମସ୍ଯା ପାଇଁ ଏହା ରାମବାଣ ଭଳି କାର୍ଯ୍ୟ କରିଥାଏ । ଆପଣ ନଡିଆ ତେଲ ସହିତ ଭିଟାମିନ-e କାପସୁଲ ମିଶାଇ ନିଜ କେଶର ମୂଳରେ ଲଗାନ୍ତୁ ।

କାରଣ ମୂଳ ମଜଭୁତ ରହିବା ଦ୍ଵାରା କେଶ ମୂଳରୁ ଝଡିବା ସମସ୍ଯା ବନ୍ଦ ହୋଇବା ସହ କେଶ ଘନ,କଳା ଓ ଚମକଦାର ହୋଇଯାଇଥାଏ । ଯେଉଁ ଦିନ ତେଲ ଲଗାଇ ଥିବେ ତାହାର କିଛି ଘଣ୍ଟା ପରେ ନିଜ କେଶକୁ ଭଲ ସାମ୍ପୁରେ ସଫା କରିଦିଅନ୍ତୁ । ଏହିପରି କିଛି ଦିନ କରିବା ପରେ ଆପଣଙ୍କ ଚୁଟିର ସମସ୍ତ ସମସ୍ଯା ଦୂର ହୋଇଯିବ ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *