Vastu Tips- ଘରର ମୁଖ୍ୟ ଦ୍ବାରରେ କଳସ ବସାଇବା ଠିକ୍ କି ? କେଉଁ ପାର୍ଶ୍ବରେ କଳସ ବସାଇବା ଉଚିତ୍ ?

ନମସ୍କାର  ବନ୍ଧୁଗଣ , ଘରର ମୁଖ୍ୟ ଦ୍ଵାର ରେ କଳସ ବସାଇବା ଠିକ୍ ନା ଭୁଲ୍ ଏବଂ କେଉଁ ପାର୍ଶ୍ଵରେ କଳସ ରଖିବା ଉଚିତ୍ । ଆଜି ଆମେ ଏହା ବିଷୟରେ ଜାଣିବା । ଘରର ମୁଖ୍ୟ ଦ୍ଵାରରେ ଯେଉଁ କଳସ ବସାଇଥାଉ ତାହାକୁ କଳସ କହିବା କଥା ନୁହେ ଏହାକୁ ଆମେ କୁମ୍ଭା କହିପାରୁ  । କାରଣ ଏହା ଏକ ମାଟି କୁଣ୍ଡ ଅଟେ ଏବଂ ଆମ ଏଥିରେ ପାଣି ଭର୍ତ୍ତି କରି ରଖିଥାଉ ତେଣୁ ଏହାକୁ ଆମେ ପାଣି କୁମ୍ଭା କହିପାରିବା ।

ତାଙ୍କୁ ଆମେ କଳସ କହିପାରିବୁ ନାହିଁ ଅନେକ ଲୋକ ଏହାକୁ କଳସ କହିଥାନ୍ତି । ମାତ୍ର ଏହା କଳସ ନୁହେଁ କୁମ୍ଭା ଅଟେ । ପୂଜାରେ ସମୟରେ ଆମେ  ଦେବତାଙ୍କୁ ଯେଉଥିରେ ଆବାହନ କରିଥାଉ , ତାହାକୁ କଳସ କହିଥାଉ । ପ୍ରଥମ କଥା ହେଉଛି ଯେଉଁ କୁମ୍ଭ ରେ ପାଣି ପୂର୍ଣ ହୋଇଥିବା ।ଆମେ ଯଦି ବାହାର କୁ ଯିବା ସମୟରେ ଏହି କୁମ୍ଭ କୁ ଦେଖି ଯାଇଥାଉ , ତେବେ ଏହା ଆମ ପାଇଁ ଅତ୍ୟଧିକ ଶୁଭ ହୋଇଥାଏ ।

ଆମେ ଯାଇଥିବା କାମ ସଫଳ ହୋଇଥାଏ ଏହି ବିଶ୍ଵାସ ରେ ସେହି କଳସ କୁ ଘରର ମୁଖ୍ୟ ଦ୍ଵାର ରେ ରଖିଥାଉ । ମୁଖ୍ୟ ଦ୍ଵାର ରେ ଏକ ପୂର୍ଣ୍ଣ କୁମ୍ଭ ଶୁଭ ର ପ୍ରତୀକ ଅଟେ । ଘର ରୁ ବାହାର କୁ ଯିବା ପୂର୍ବରୁ ଏହି ପୂର୍ଣ୍ଣ କୁମ୍ଭ କୁ ଦେଖିକି ଯିବା ଦ୍ଵାରା ଆମ ସମସ୍ତ କାମ ସଫଳ ହୋଇଥାଏ । ମାତ୍ର ଯଦି ଆମେ ଘରୁ ବାହାରକୁ  ଯିବା ବେଳେ ଖାଲି କୁମ୍ଭ କୁ ଦେଖିକି ଯାଇଥାଉ ।

ତେବେ ଏହା ଆମ ପାଇଁ ଅଶୁଭ ହୋଇଥାଏ ଏବଂ ଆମର କାର୍ଯ୍ୟ ମଧ୍ୟ ସଫଳ ହୋଇନଥାଏ । ଆମ ହିନ୍ଦୁ ଘରେ ଯଦି କେହି ଅନୁକୂଳ ରେ ବାହାର କୁ ଯାଇଥାନ୍ତି ତେବେ ଯଦି କେହି ତାଙ୍କ ଆଗରେ ଖାଲି କୁମ୍ଭ ରଖି ଦିଅନ୍ତି । ତେବେ ସେ ନିଶ୍ଚୟ ଗାଳି ଶୁଣିଥାଏ । ଯଦି କେହି କୋଣସି କାମରେ ବା ଚାକିରୀ , ପରୀକ୍ଷା ପାଇଁ ବାହାର କୁ ଯାଇଥାନ୍ତି ।

ତେବେ ମା ‘ ମାନେ ଘରର ଦୁଆର ରେ ଗୋଟିଏ ମାଟି ବା ପିତଳ ରେ ପାଣି ଭର୍ତ୍ତି କରି ଫୁଲ ଦେଇ ଘରର ଦ୍ଵାର ରେ ରଖିଥାନ୍ତି । ଏହା କରିବା ଦ୍ଵାରା ସବୁ ଠିକ ହେବ କୁହାଯାଇପାରେ ନାହିଁ । କାରଣ ଅନେକ ଏହାକୁ ଅନ୍ଧ ବିଶ୍ଵାସ କୁହନ୍ତି ଏବଂ ଆଉ କେତେ ଏହାକୁ ବିଶ୍ଵାସ କରନ୍ତି । କିନ୍ତୁ ଏହା କରିବା ଦ୍ଵାରା ଘରର ପରିବେଶ ଶୁଚି ହୋଇଥାଏ ।  ଏହି କୁମ୍ଭ କୁ ଘରର ଏପରି ସ୍ଥାନରେ ରଖିବ ଯେ ଘରୁ ବାହାରକୁ ଯିବା ସମୟ ରେ ଆଖି ଆଗରେ ପଡିବା ଦରକାର । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *