Vastu Tips- ଫୁଲ ନଥିଲେ କିପରି ପୂଜା କରିବେ, ଜାଣନ୍ତୁ ଦେବତା ଙ୍କୁ ଫୁଲ ଅର୍ପଣ କରିବା ନିୟମ !

ନମସ୍କାର ବନ୍ଧୁଗଣ , ଆଜି ଆମେ ଜାଣିବା ଦେବତାଙ୍କୁ ଫୁଲ ଅର୍ପଣ କରିବାର ନିୟମ ବିଷୟରେ । ସାଧାରଣ ଭାବରେ ଦେବତାକୁ ବାସି ଫୁଲ ଅର୍ପଣ କରିବା ଅନୁଚିତ୍ ହୋଇଥାଏ । ଏହା ଛଡା ବଜାର ରେ ମିଳୁଥିବା କୁସୁମ ଫୁଲ ମଧ୍ୟ ବସି ହୋଇଥାଏ , ଏହାକୁ ମଧ୍ୟ ଦେବତାଙ୍କୁ କେବେ ବି ଅର୍ପଣ କରିବେ ନାହିଁ । ଆମେ ମାଣଓଷା ବୁଧବାର ଦିନ ଆମେ ଯେଉଁ ସନ୍ଧ୍ୟା ସମୟରେ ଯେଉ ଫୁଲ ଆଣିଥାଉ ତାହା ନିଶ୍ଚିତ ବାସି ହୋଇଥାଏ

। ଆମେ ପତ୍ର ପୂଜା ସାମଗ୍ରୀ କୁ ପୂର୍ବ ଦିନ ଆଣି ରଖିପାରିବା । କିନ୍ତୁ ଫୁଲ କୁ ଯେଉଁ ଦିନ ପୂଜା କରାଯାଉଥିବା ସେହି ଦିନ ସକାଳେ ଆଣିବା ଉଚିତ୍ ।  ଶାସ୍ତ୍ର ଅନୁସାରେ ପଦ୍ମ ପାଞ୍ଚ ଦିନ , ଅଁଳା ପତ୍ର ଦୁଇ ଦିନ , ମାଳତୀ ଶୁଷ୍କ ଶୁଦ୍ଧ ଅଟେ । କେବଳ ପଦ୍ମ ଫୁଲ କି ଆମେ ବାସୀ କହିବା ନାହିଁ । ଯଦି ଏହା ପାଞ୍ଚ ଦିନରୁ ଅଧିକ ହୋଇଥାଏ , ତେବେ ଏହା ବାସୀ ହୋଇଯାଏ । କିନ୍ତୁ ଏହା ଛଡା ଆଉ ସବୁ ଫୁଲ ବାସି ହୋଇଥାଏ ।

ବେଳ ପତ୍ର ମଧ୍ୟ କେବେ ବି ବାସି ହୁଏ ନାହିଁ । ଏହା ସର୍ବଦା ଶୁଦ୍ଧ ହୋଇଥାଏ । ଯଦି ଆପଣ ପାଖ ରେ ଫୁଲ ତ ଅଭାବ ହୋଇଥାଏ ତେବେ ଆପଣ କିପତି ପୂଜା କରିବେ । ଶାସ୍ତ୍ର ଅନୁସାରେ ଜଳ ଏବଂ  ଦୁବ ଦ୍ଵାରା ପୂଜା କରାଯାଇପାରିବ । ମା ‘ ଦୂର୍ଗାଙ୍କ ପୂଜାରେ ଦୁବ ର ବ୍ୟବହାର କରାଯାଇଥାଏ । ଭଗବାନ ଜଗନ୍ମାଥଙ୍କୁ  ଯେଉଁ ଫୁଲ ମାଳ ଅର୍ପଣ କତରାଯାଇଥାଏ ।

ସେଥିରେ ଗଣ୍ଟି ପକେଇବେ ନାହିଁ ସର୍ବଦା ଭଗବାନ କୁ ଖୋଲା ଫୁଲ ର ମାଳା ଅର୍ପଣ କରାଯାଇଥାଏ । ଦେବତାଙ୍କୁ ଫୁଲ ଅର୍ପଣ କରିବା ସମୟରେ ନିଜର ବିଷି ଆଙ୍ଗୁଠି କୁ ସ୍ପର୍ଶ କରିବେ ନାହିଁ । ଫୁଲ ତୋଳିବା ପରେ ଧୋଇକି କେବେ ଦେବତା ଙ୍କୁ ଅର୍ପଣ କରାଯାଏ ନାହିଁ । ଫୁଲ କୁ ଆମେ ତୋଳି ସେହି ପରି ଭାବରେ ଅର୍ପଣ କରିବା ଉଚିତ୍ । ଦେବତାଙ୍କୁ ସବୁବେଳେ ଫୁଲ ରେ ସଜେଇକି ରଖିବେ ଏବଂ ଏହା ଘର ପାଇଁ ଶୁଭ ହୋଇଥାଏ ।

ଫୁଲ କୁ କେବେ ବି ଦେବତାଙ୍କ ଆଖିରେ ପଡୁଥିଲା ପରି ସଜାଇବେ ନାହିଁ । ଦେବତାଙ୍କୁ ଫୁଲ ରେ ସଜାଇଲେ ବେଳେ ସୁନ୍ଦର ଦେଖା ଯାଉଥିବା ପରି ସଜାଇବେ ଯିଏ ବି ଦେଖିବେ ଯେପରି ଆକର୍ଷିତ ହୋଇପାରିବେ ।

ଦେବତାଙ୍କୁ ଫୁଲ ଦେବାର ନିୟମ ହେଉଛି ପ୍ରଥମ ଦେବତାଙ୍କ ପାଦ ପାଖରେ ଫୁଲ ଦେବ ତା ପରେ ମସ୍ତକ ଏବଂ ଆଉ ସବୁ ସ୍ଥାନରେ ପିନ୍ଧେଇବେ । ଦେବତାଙ୍କୁ କେବେ ବି ଫୁଲ କୁ ଖଣ୍ଡ ଖଣ୍ଡ କରି ଅର୍ପଣ କରିବେ ନାହିଁ ସଂପୂର୍ଣ୍ଣ ଫୁଲ କୁ ଅର୍ପଣ କରିବା ଉଚିତ୍ ହୋଇଥାଏ । ଯଦି ଆପଣଙ୍କୁ ଏହି ପୋଷ୍ଟ ଭଲଲାଗିଥାଏ , ତେବେ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *