ମନୁଷ୍ୟର ଭଲ ସମୟ ଜାଣିବା ପାଇଁ ସାତୋଟି ବଡ଼ ସଙ୍କେତ

ଭଗବାନଙ୍କ ତିଆରି କରାଯାଇଥିବା ଏହି ପ୍ରକୃତି ସହିତ ବହୁତ କିଛି ଜିନିଷ ଜଡିତ ରହିଛି । ଏହା ସହିତ ଜଡିତ ଆମ୍ଭମାନଙ୍କର ଇଚ୍ଛା ଏବଂ ଖରାପ ସମୟ । ଯେବେ ବି ମନୁଷ୍ୟର ସୁଭ ସମୟ ଆରମ୍ଭ ହୋଇଥାଏ ତେବେ ଭଗବାନ ଆମକୁ ବହୁତ ସଙ୍କେତ ଦେଇଥାନ୍ତି ।

ସେହି ସଙ୍କେତ ମାନଙ୍କ ମଧ୍ୟରୁ ଆମେ ଆଜି ସେହି ୭ଟି ବଡ଼ ସଙ୍କେତ ବିଷୟରେ ଜାଣିବା ।

ଆପଣ ସଖାଳୁ ଉଠି ଯଦି ଆପଣଙ୍କ ଚେହେରାରେ କିଛି ପରିବର୍ତ୍ତନ ଦେଖିବେ ବା ଆପଣଙ୍କ ଚେହେରାର କିଛି ଚମକିଲା ଭଳି ଦେଖାଯାଉଥିବ ତାହାଲେ ,ଆପଣ ବୁଝିନିଅନ୍ତୁ ଯେ ଆପଣଙ୍କର ଭଲ ଦିନ ଆରମ୍ଭ ହୋଇଯାଇଛି । ଯଦି ସଖାଳୁ ସଖାଳୁ ଆପଣଙ୍କ ଠାରୁ ଧାର ନେଇଥିବା ଟଙ୍କା ଆପଣଙ୍କୁ ଫେରସ୍ତ କରେ ,ତାହାଲେ ଜାଣିବେ ଯେ ,ଆପଣଙ୍କର ସୁଭ ସମୟ ଆରମ୍ଭ ହୋଇଯାଇଛି । ପଶୁପକ୍ଷୀ ମାନଙ୍କ ଠାରୁ ମଧ୍ୟ ଆମକୁ ସଙ୍କେତ ମିଳିଥାଏ ।

ଯେମିତିକି ଯଦି ମାଙ୍କଡ଼ ଆମ୍ବ ଖାଇ ଆପଣଙ୍କ ଛାତ ଉପରକୁ ଫିଙ୍ଗି ଦିଏ ଓ ବିଲେଇ ଯଦି ଆପଣଙ୍କ ଘରେରେ ଛୁଆ ଦିଏ କିମ୍ବା ଯଦି କୌଣସି ପକ୍ଷୀ ଆପଣଙ୍କ ଛାତ ଉପରେ କୌଣସି ଚାନ୍ଦି ଜିନିଷ ଛାଡିଯାଇଥାଏ , ତାହାଲେ ମଧ୍ୟ ଆପଣଙ୍କର ସୁଭ ସମୟ ଆସିଯାଇଛି ବୋଲି ଆପଣ ବୁଝି ନେବା ଦରକାର ।

ଯଦି ଆପଣଙ୍କର ଆନାଵଶ୍ୟକ ହିସବରେ ଖର୍ଚ୍ଚ ହେଉଥିବା ପାଇସା ଯଦି ସଞ୍ଚୟ ହେବାକୁ ଲାଗେ ଓ ଆପଣଙ୍କ ବ୍ୟାଙ୍କ ବାଲାସ ବଢ଼ିଥାଏ, ତାହାଲେ ଆପଣଙ୍କର ଭଲସମୟ ଆସିଯାଇଥାଏ । ଯଦି ଆପଣଙ୍କ ଡାହାଣ ପଟ ଅଙ୍ଗ ଡେଇଁଲେ ,ଯେମିତିକି ଆପଣଙ୍କ ଡାହାଣ ହାତ, ଡାହାଣ ଗୋଡ଼ ,ଡାହାଣ କାନ୍ଦ ଓ ଆଖି ଡେଇଁଲେ ତାହା ଆପଣଙ୍କର ଭଲ ସମୟର ସଂକେତ ଦେଇଥାଏ ।

ଏହା ଆପଣଙ୍କୁ ଧନ ଯୋଗ ଦେଖାଇଥାଏ । ଯଦି ଆପଣ ସଖାଳୁ ଘରୁ ବାହାରିବା ସମୟରେ କେହି ଆପଣଙ୍କ ଆଗରେ ପୂର୍ଣ୍ଣ ପାଣି ପାତ୍ର କିମ୍ବା ପୂର୍ଣ୍ଣ କ୍ଷୀର ପାତ୍ର ନେଇ ଯାଉଥାଏ ତାହାଲେ ଆପଣଙ୍କର ଶୁଭ ସମୟ ଆସିଥାଏ । ଯଦି ଆପଣ ସଖାଳୁ ସଖାଳୁ କୌଣସି କାର୍ଯ୍ୟ ରେ ଯିବା ସମୟରେ କୌଣସି ଶିଶୁର ହସୁଥିବା ମୁହଁ ଦେଖନ୍ତି ,ତାହାଲେ ଆପଣଙ୍କ ଦିନଟି ବହୁତ ଖୁସିରେ କଟିବ ଓ ଆପଣଙ୍କୁ ବହୁତ ସଫଳତା ମିଳିବ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *