ମହିଳା ମାନେ କମ୍ ବୟସରେ କାହିଁକି ହୁଅନ୍ତି ବିଧବା ! Garud Puran

କମ୍ ବୟସରେ ମହିଳା କାହିଁକି ହୁଅନ୍ତି ବିଧବା ! ବନ୍ଧୁଗଣ ଏହି ଦୁନିଆରେ ଏପରି କିଛି ମହିଳା ମାନେ ଅଛନ୍ତି । ଯେଉଁ ମାନେ ବହୁତ କମ୍ ବର୍ଷ ବୟସରୁ ବିଧବା ହୋଇଯାଇଥାନ୍ତି । ଯେଉଁ କାରଣରୁ ସେମାନେ ସ୍ଵାମୀ ସୁଖରୁ ବଞ୍ଚିତ ହୋଇ ରହିଯାଇଥାନ୍ତି । ତେବେ ମହିଳା ମାନେ କମ୍ ବୟସରୁ ବିଧବା ହେବାର କାରଣ ବିଷୟରେ ଗରୁଡ ପୁରାଣରେ ବିସ୍ତ୍ରୁତ ଭାବରେ ବର୍ଣ୍ଣନା କରାଯାଇଛି । ତେବେ ଏହି 3 ଟି ମୁଖ୍ୟ କାରଣ ପାଇଁ ମହିଳା ମାନେ କମ୍ ବୟସରୁ ବିଧବା ହୋଇଯାଇଥାନ୍ତି ।

1- ସ୍ଵାମୀଙ୍କର ଲମ୍ବା ଆୟୁଷ ଅର୍ଥାତ ଦୀର୍ଘାୟୁ ପାଇଁ ମହିଳା ମାନେ ସାଧାରନତଃ ସ୍ଵାମୀବ୍ରତ ଅର୍ଥାତ ସାବିତ୍ରୀ ଭଳି ଏପରି କିଛି ବ୍ରତ ଉପବାସ ଆଦି କରିଥାନ୍ତି । ତେବେ ଯେଉଁ ସ୍ତ୍ରୀ ନିଜ ସ୍ଵାମୀ ପାଇଁ ରଖିଥିବା ବ୍ରତ ଉପବାସକୁ ଭଲ ଭାବେ ପାଳନ କରିନଥାଏ । ବ୍ରତର ନୀତିନିୟମ ଅନୁଯାଇ ପୂଜା ନକରିବା ସହ ବିଧିର ଉଲଂଘନ କରିଥାଏ । ତେବେ ସେପରି ମହିଳା ମାନେ ବହୁତ ଅଳ୍ପ ବର୍ଷ ବୟସରୁ ବିଧବା ହୋଇଯାଇଥାନ୍ତି ।

2- ଯେଉଁ ସ୍ତ୍ରୀ ବ୍ରତ ଓଷା ଦିନ ମାନଙ୍କରେ ଲୁଚାଇ କରି ଭୋଜନ କି ଜଳ ଗ୍ରହଣ କରିଥାଏ । ବା ବ୍ରତ ଓଷା କରି ମଧ୍ୟ ଭୋଜନ ବିଷୟରେ ଚିନ୍ତା କରିଥାଏ । ସେହି କର୍ମକୁ ଅନ୍ୟ ମାନଙ୍କ ଆଗରେ ଲୁଚାଇ ଥାଏ । ସେଭଳି ସ୍ତ୍ରୀ ମାନଙ୍କର ଏଭଳି କାର୍ଯ୍ୟ ଦ୍ଵାରା ତାଙ୍କୁ ସ୍ଵାମୀ ମାନଙ୍କର ଆୟୁଷ କ୍ଷୀଣ ହୋଇଯାଇଥାଏ ।

3- ଯେଉଁ ସ୍ତ୍ରୀ କଥା କଥାରେ ସ୍ଵାମୀର ମିଛ ରାଣ ଖାଇଥାଏ । ସ୍ଵାମୀ ସହ ମିଛ କାରଣରେ କଳି ଝଗଡା କରିଥାଏ । ସ୍ଵାମୀଙ୍କ ପାଇଁ ନିଜ ମୁଖରୁ ଅପଶବ୍ଦ ବାହାର କରିଥାଏ । ଏହି ପାପ ପାଇଁ ସ୍ତ୍ରୀ ଭାଗୀଦାର ହୋଇଥାଏ । ତେଣୁ ଯାହା ଫଳ ସ୍ୱରୂପ ସେହି ସ୍ତ୍ରୀ ମାନଙ୍କର ସ୍ଵାମୀଙ୍କର ଅକାଳ ମୃତ୍ୟୁ ହୋଇଯାଇଥାଏ ।

4- ଯେଉଁ ସ୍ତ୍ରୀ ସ୍ଵାମୀ ପାଇଁ ଓଷାବ୍ରତ କରୁଥିଲେ ମଧ୍ୟ ସ୍ଵାମୀଙ୍କୁ ଉପଯୁକ୍ତ ସମ୍ମାନ ଦେଇନଥାଏ । ସ୍ଵାମୀଙ୍କୁ ଖରାପ ଶବ୍ଦ କରି ଗାଳିମନ୍ଦ କରିଥାଏ । ଏଭଳି ସ୍ତ୍ରୀ ସ୍ଵାମୀ ସୁଖରୁ ବଞ୍ଚିତ ହୋଇ ରହିଜାଇଥାଏ ।

ତେବେ ଗରୁଡ ପୁରାଣ ଅନୁଯାଇ ଉପୋରୋକ୍ତ ଏହି ସବୁ କାରଣ ଗୁଡିକ ପାଇଁ ସ୍ତ୍ରୀ ମାନେ ବହୁତ ଅଳ୍ପ ବର୍ଷ ବୟସରୁ ବିଧବା ହେବା ସହ ସ୍ଵାମୀ ସୁଖରୁ ବଞ୍ଚିତ ହୋଇ ରହିଥାନ୍ତି । ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *