ଏହି ସ୍ଥାନରେ ଚପଲ ରଖୁଥିଲେ, ଜୀବନରେ ପୁରାପୁରି ବର୍ବାଦ ହୋଇଯାଇପାରନ୍ତି… Baya Gita Tips

ଏହି ଦିଗରେ ଭୁଲରେବି ରଖନ୍ତୁନି ଚପଲ ! ଘରେ ରହୁଥିବା ପ୍ରତ୍ଯେକ ବସ୍ତୁର ଆକାର ପ୍ରକାର ସହିତ ରହୁଥିବା ସ୍ଥାନ ଓ ଦିଗ ବିଶେଷ ରୂପେ ଘର ଉପରେ ପ୍ରଭାବ ପକାଇଥାଏ । କାରଣ ପ୍ରତ୍ଯେକ ଜିନିଷର ଘରେ ରହିବାର ସଠିକ ଦିଗ ଓ ସ୍ଥାନ ରହିଛି । ଯଦି କୌଣସି ବି ବସ୍ତୁ ସଠିକ ଦିଗ କିମ୍ବା ସଠିକ ସ୍ଥାନରେ ନ ରହିଥାଏ । ତେବେ ସେଠାରେ ନକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ । ଯାହାର ପ୍ରଭାବ ଘର ଉପରେ ସିଧା ପଡିଥାଏ । ଯାହାଫଳରେ କି ଘରେ ବିଭିନ୍ନ ପ୍ରକାର ସମସ୍ଯା ସୃଷ୍ଟି ହୋଇଥାଏ । ତେବେ ପ୍ରତ୍ଯେକ ଲୋକ ବ୍ୟବହାର କରୁଥିବା ଚପଲକୁ କେଉଁ ଠାରେ ଓ କିଭଳି ଭାବେ ରଖିବା ଦ୍ଵାରା ଘର ଉପରେ କୌଣସି କୁ-ପ୍ରଭାବ ପଡିନଥାଏ ଚାଲନ୍ତୁ ଜାଣିବା ।

1- ଆମେ ଜୋତା କିମ୍ବା ଚପଲକୁ ବାହାରର ଅନେକ ସ୍ଥାନକୁ ମାଡିକି ଯାଇଥାଉ । ତେଣୁ ସେଠାକାର ନକରାତ୍ମକ ଶକ୍ତି ମଧ୍ୟ ଆମ ଚପଲ ଦ୍ଵାରା କିଛି ଆସିଯାଇଥାଏ । ତେଣୁ ବାହାରକୁ ମାଡିକି ଯାଉଥିବା ଜୋତା ଓ ଚପଲକୁ ଘର ବାହାରେ ରଖନ୍ତୁ । ସେହି ଚପଲକୁ ଘର ମଧ୍ୟକୁ ଆଣନ୍ତୁ ନାହିଁ । କାରଣ ଘର ମଧ୍ୟକୁ ଜୋତା ଚପଲ ମାଡିକି ଆସିବା ଦ୍ଵାରା ଘରର ସ୍ବଚ୍ଛତା ଓ ପବିତ୍ରତା ନଷ୍ଟ ହୋଇଯାଇଥାଏ ।

2- ଯେଉଁ ଘରର ଲୋକମାନେ ଚପଲକୁ ନସଜାଡି ଅସଜଡା କରି ଫୋପାଡି କରି ରଖିଥାନ୍ତି । ଚପଲ ଗୁଡିକୁ ଏପଟ ସେପଟ କିମ୍ବା ଗଦା କରି ରଖିଥାନ୍ତି । ସେହି ଘର ଉପରେ ଶନିଦେବଙ୍କର ଅଶାନ୍ତ ଦ୍ରୁଷ୍ଟି ପଡିଥାଏ । ଯେତେବେଳେ ବ୍ୟକ୍ତିର ଶନିଗ୍ରହ ଅଶାନ୍ତ ରହିଥାଏ । ସେତେବେଳେ ବ୍ୟକ୍ତିର ସବୁ ସୁଖ ଓ ଶାନ୍ତି ଭଙ୍ଗ ହୋଇଯାଇଥାଏ । ତେଣୁ ଚପଲକୁ ସର୍ବଦା ସଜାଡି କରି ରଖନ୍ତୁ ।

3- ଘର ବାହାରେ ରଖୁଥିବା ଚପଲ ଗୁଡିକ ଯେପରି ଓଲଟ ଭାବେ ପଡି ନରହେ । ସେଥିପ୍ରତି ବିଶେଷ ଦ୍ରୁଷ୍ଟି ଦେବା ଆବଶ୍ୟକ ହୋଇଥାଏ । କାରଣ ଚପଲ ଓଲଟି ପଡିଲେ ସ୍ଵାସ୍ଥ ସମସ୍ଯା ସହ ଅନ୍ଯାନ୍ଯ ସମସ୍ଯା ମଧ୍ୟ ଦେଖାଯାଇଥାଏ ।

4- ଅବ୍ଯବହ୍ରୁତ ଚପଲ ଅର୍ଥାତ ଯେଉଁ ଚପଲକୁ ଆପଣ ଆଉ ବ୍ୟବହାର କରୁ ନାହାନ୍ତି । ସେଭଳି ଜୋତା ଓ ଚପଲକୁ ଘରେ ରଖନ୍ତୁ ନାହିଁ । ସେଭଳି ଅବ୍ଯବହ୍ରୁତ ଜୋତା ଚପଲକୁ ଘରୁ ବାହାର କରି ଦିଅନ୍ତୁ । ନଚେତ ସେହି ସ୍ଥାନରେ ନେଗେଟିଭ ଏନର୍ଜି ସୃଷ୍ଟି ହୋଇ ଘର ପରିବାରରେ ଅଶାନ୍ତି ମାହୋଲ ଦେଖାଦେଇଥାଏ ।

5- ଉତ୍ତର ପଶ୍ଚିମ କୋଣ, ଦକ୍ଷିଣ ପଶ୍ଚିମ କୋଣରେ ଚପଲ ରଖିବାର ଶ୍ରେଷ୍ଠ ସ୍ଥାନ ହୋଇଥାଏ । କଳା ରଙ୍ଗର ଜୋତା କିମ୍ବା ଚପଲ ସବୁଠାରୁ ଶ୍ରେଷ୍ଠ ହୋଇଥାଏ । ଏଭଳି ଚପଲ କି ଜୋତା ପିନ୍ଧିକି ଯିବା ଦ୍ଵାରା ବ୍ୟକ୍ତିକୁ ଖୁବ ଶୀଘ୍ର ନିଜ କାର୍ଯ୍ୟରେ ପ୍ରଭୁ ଶନିଦେବଙ୍କ କୃପାରୁ ସଫଳତା ମିଳିଥାଏ ।

ଆଶା କରୁଛୁ ବନ୍ଧୁଗଣ ଆପଣଙ୍କୁ ପୋଷ୍ଟଟି ଭଲ ଲାଗିଥିବ । ତେବେ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *