ମହାଶିବରାତ୍ରି (18 February) ଦିନ ଖାଇ ନିଅନ୍ତୁ ଏହି ୧ ଜିନିଷ ପୁରା ବର୍ଷ ଜମେଇକି ଘରକୁ ଆସିବ ଟଙ୍କା ପଇସା

ନମସ୍କାର ବନ୍ଧୁଗଣ, ସର୍ବ ପ୍ରଥମେ ଆପଣ ମାନଙ୍କୁ ଆଗକୁ ୧୮ ଫ୍ରେବୃୟାରୀରେ ହେବାକୁ ଯାଉଥିବା ପବିତ୍ର ଶିବରାତ୍ରି ଉପଲକ୍ଷେ ଅଭିନନ୍ଦନ । ଅନେକ ଲୋକ ଏହିଦିନଟିକୁ ଉପବାସ ରହି ପାଳନ କରିଥାନ୍ତି । କୁହାଯାଏ ଶିବ ଉପାସନା କରିବା ଦ୍ଵାରା ମନରେ ଥିବା ସମସ୍ତ ଇଚ୍ଛାକୁ ଭୋଳାନାଥ ପୁରା କରିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଆପଣ ଏହି ଶିବରାତ୍ରି ଦିନ କେଉଁ ୧ ଜିନିଷ ଖାଇବା ଦ୍ଵାରା ବର୍ଷ ସାରା ଆପଣଙ୍କ ପାଖରେ ଧନର ଅଭାବ ଦେଖା ଦେବ ନାହିଁ ।

ହିନ୍ଦୁ ଧର୍ମ ଅନୁଯାୟୀ ମହା ଶିବରାତ୍ରିର ବହୁତ ଅଧିକ ମହତ୍ଵ ରହିଛି । ଏହି ଶିବରାତ୍ରିକୁ ଫଗୁଣ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ । ଭଗବାନ ଶିବଙ୍କ ସହ ମାତା ପାର୍ବତୀଙ୍କର ବିବାହ ଏହି ଶିବା ରାତ୍ରି ଦିନ ହୋଇଥିବାର କଥା ଉଲ୍ଲେଖ ରହିଛି । ମହା ଶିବରାତ୍ରି ଦିନ ଭଗବାନ ଶିବଙ୍କ ପରିବାରର ଫଟୋ ଆପଣଙ୍କ ଘରକୁ ନିଶ୍ଚୟ ଆଣନ୍ତୁ । ଏହା ଆପଣଙ୍କ ପାଇଁ ବହୁତ ଶୁଭ ରହିବ ।

ଶିବରାତ୍ରି ଦିନ ଭଗବାନଙ୍କର ପ୍ରିୟା ରୁଦ୍ରାକ୍ଷ ଅବଶ୍ୟ ଆଣନ୍ତୁ । ଶିବପୁରାଣ ଅନୁଯାୟୀ ଏକମୁଖୀ ରୁଦ୍ରାକ୍ଷ ସାକ୍ଷାତ ଶିବଙ୍କ ଅବତାର ଅଟେ । ଏହି ରୁଦ୍ରାକ୍ଷକୁ ଆପଣ ଗଳାରେ ଧାରଣ କରିବା ଦ୍ଵାରା ଆପଣଙ୍କର ସମସ୍ତ ଇଛା ପୁରା ହୋଇଥାଏ । ଆପଣ ଏହି ରୁଦ୍ରାକ୍ଷକୁ ପୂଜା କରି ଆପଣ ଧନ ରଖୁଥିବା ସ୍ଥାନରେ ନିହାତି ରଖନ୍ତୁ । ଏହା କରିବା ଫଳରେ ଆପଣଙ୍କ ଜୀବନରେ ଚାଲିଥିବା ଧନ ଜନିତ ସମସ୍ୟା ସବୁଦିନ ପାଇଁ ଶେଷ ହୋଇଯାଇଥାଏ ।

ଶିବରାତ୍ରି ଦିନ ଆପଣ ମହା ମୃତ୍ୟୁଞ୍ଜୟ ଜନ୍ତ୍ର ଆଣି ଆପଣଙ୍କ ପୂଜା ସ୍ଥାନରେ ରଖନ୍ତୁ । ଆପଣ ଏହି ଜନ୍ତ୍ରକୁ ଶିବରାତ୍ରି ଦିନ ସ୍ଥାପନ କରି ଯଦି ପ୍ରତ୍ୟକ ଦିନ ପୂଜା କରନ୍ତି ତେବେ ଏହାଦ୍ୱାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ଲାଗି ରହିଥାଏ । ଏହିଦିନ ଯଦି ଆପଣ ତ୍ରିଶୂଳ ଟିଏ ଶିବ ମନ୍ଦିରରେ ସ୍ଥାପନ କରନ୍ତି ତେବେ ଆପଣଙ୍କୁ ଜନ୍ମ ଜନ୍ମ ପର୍ଯ୍ୟନ୍ତ ଦୁର୍ଭାଗ୍ୟକୁ ସାମ୍ନା କରିବା ପାଇଁ ପଡିନଥାଏ ।

ଶିବ ପୁରାଣ ଅନୁଯାୟୀ ମହାଶିବରାତ୍ରି ଦିନ ବ୍ରତ ରଖିଥିବା ଲୋକ ଦୁଦୁରା ଗଛର ଫଳକୁ ଖାଇବା ଉଚିତ ହୋଇଥାଏ । କିନ୍ତୁ ଏହାର ମଞ୍ଜି ବିଷାକ୍ତ ହୋଇଥିବାରୁ ଆପଣ ଏହାକୁ ନ ଖାଇ ବାସ ଚାଖି ନିଅନ୍ତୁ । ଅଳ୍ପ ଖାଇଲେ ମଧ୍ୟ ଚଳିବ କିନ୍ତୁ ନିଶ୍ଚୟ ଖାଇବା ଆବଶ୍ୟକ । ଆପଣ ଏହାକୁ ଖାଇବା ଦ୍ଵାରା ଆପଣଙ୍କ ବ୍ରତ ପୁରା ହୋଇଥାଏ ।

ଆପଣ ଏହିଦିନ ଭାଙ୍ଗ ମଧ୍ୟ ଖାଇପାରିବେ । ଭାଙ୍ଗ ଖାଇବା ଦ୍ଵାରା ଆପଣଙ୍କ ବ୍ରତ ସମ୍ପୂର୍ଣ ହୋଇଥାଏ । ଯଦି ଆପଣ ଭାଙ୍ଗ ଖାଉନାହାନ୍ତି ତେବେ ଏହାକୁ ଅଳପ ମାତ୍ରାରେ ଚାଖି ନିଅନ୍ତୁ ନଚେତ ଆପଣଙ୍କ ବ୍ରତ ଅଧୁରା ରହିଯିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *