Samudrika Shastra- ଦାନ୍ତ ମଝିରେ ଗ୍ୟାପ ରହିବାର ଅର୍ଥ କଣ ? ଶୁଭ ନା ଅଶୁଭ ?

ନମସ୍କାର ବନ୍ଧୁଗଣ, ଶାସ୍ତ୍ର ଅନୁଯାୟୀ ମଣିଷ ଶରୀରର ଗଠନ ମଣିଷର ଭାଗ୍ୟର ପରିଚୟ ଦେଇଥାଏ । ଜନ୍ମ ନେଇ ସଂସାରକୁ ଆସିଥିବା ସମୟରୁ ହିଁ ସେହି ମଣିଷ ନିଜର ଭାଗ୍ୟକୁ ନିଜ ଶରୀର ଗଠନ ସହ ନେଇ ଆସିଥାଏ । ଶରୀରର ବିଭିନ୍ନ ଅଙ୍ଗ ମଧ୍ୟରୁ ଦାନ୍ତ ମଝିରେ ଥିବା ଗ୍ୟାପ ବହୁତ କିଛିର ସୂଚନା ଦେଇଥାଏ । ଯାହା ହୁଏତ ଆପଣ ମାନଙ୍କୁ ଅଜଣା ଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଆପଣଙ୍କ ଦାନ୍ତ ମଝିରେ ଥିବା ଗ୍ୟାପ ଆପଣଙ୍କୁ କେଉଁ ସବୁ କଥାର ସୂଚନା ଦେଇଥାଏ ।

ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଯଦି ଆପଣଙ୍କ ଏକ ପ୍ରକାର ଏବଂ ଲାଗି ଲାଗି ପୁରା ସାଇଜ ହୋଇ ରହିଥାଏ ତେବେ ତାହାକୁ ବହୁତ ଉତ୍ତମ ମନାଯାଏ । ଏହା ଆପଣଙ୍କ ଜୀବନରେ ସୁଖ ଶାନ୍ତି ସବୁ ଆଣିଦେଇଥାଏ । ଆପଣ ନିଜ ଜୀବନରେ ସମସ୍ତ ପ୍ରକାର ସଫଳତା ପାଇଥାନ୍ତି । ନିଜ ଜୀବନକୁ ଏମାନେ ଭୋଗ ବିଳାସରେ କଟାଇଥାନ୍ତି ।

ଭଗବାନ ସବୁବେଳେ ଏମାନଙ୍କ ମନସ୍କାମନା ପୁରା କରିଥାନ୍ତି । ଯଦି ଆପଣଙ୍କ ଦାନ୍ତ ଆଗ କିମ୍ବା ପଛ ହୋଇଥାଏ ତାହା ଅସାଇଜ ହୋଇଥାଏ ତେବେ ଏହା ଆପଣଙ୍କ ଅସଫଳ ଜୀବନର ସୂଚନା ଦେଇଥାଏ । ଆପଣ ନିଜ ଜୀବନରେ କରୁଥିବା କଷ୍ଟ ଅନୁଯାୟୀ ଫଳ ପାଇପାରନ୍ତି ନାହିଁ । ଏଭଳି ଦାନ୍ତ ଥିବା ମଣିଷକି ମାନସିକ ପୀଡା ମିଳିବା ସହ କ୍ରୋଧ ଭଳି ସମସ୍ୟାର ସାମନା କରିବାକୁ ପଡିଥାଏ । ଏମିତି ଦାନ୍ତ ଥିବା ମଣିଷକୁ ସଫଳତା ପାଇବା ପାଇଁ ବହୁତ କଷ୍ଟ କରିବାକୁ ପଡିଥାଏ ।

ଯଦି ଆପଣଙ୍କ ଦାନ୍ତ ଚମକଭରା ହୋଇଥାଏ ତେବେ ଆପଣଙ୍କ ଜୀବନ ସୁଖରେ କଟିବାର ଏହା ସୂଚନା ଦେଇଥାଏ । ଏବଂ ଆପଣ ବହୁତ ସୌଭାଗ୍ୟଶାଳୀ ଅଟନ୍ତି ବୋଲି ଜାଣିଯିବେ । ଏଭଳି ଦାନ୍ତ ଥିବା ଲୋକ ଦୀର୍ଘାୟୁ ହୋଇଥାନ୍ତି । ଯଦି ଆପଣଙ୍କ ଦାନ୍ତ ବହୁତ ପତଳା ଅଟେ ତେବେ ଏହାକୁ ଅଶୁଭ ମନାଯାଏ ।

ଯଦି ଆପଣଙ୍କ ଦାନ୍ତ ସଂଖ୍ୟା 31 କିମ୍ବା 32 ହୋଇଥାଏ ତେବେ ଆପଣ ବହୁତ ଧନବାନ ହେବା ସହ ସମାଜରେ ଜଣେ ପ୍ରତିଷ୍ଠିତ ମଣିଷ ଭାବରେ ଠିଆ ହୋଇଥାନ୍ତି । ଯଦି ଆପଣଙ୍କର 30ଟି ଦାନ୍ତ ହୋଇଥାଏ ତେବେ ଆପଣଙ୍କୁ ସୁଖ ଦୁଃଖ ମିଳିତ ଭାବରେ ମିଳିଥାଏ । ଯେଉଁ ଲୋକଙ୍କ ଦାନ୍ତ ମଝିରେ ଗ୍ୟାପ ଥାଏ ସେମାନେ ବହୁତ ଅଧିକ ପ୍ରତିଭାଶାଳି ହୋଇଥାନ୍ତି ।

ଏମାନେ ନିଜ ଜୀବନରେ ବହୁତ ଅଧିକ ସଫଳ ହୋଇଥାନ୍ତି । ଏମାନେ ସ୍ଵାଭାବରେ ବହୁତ ସରଳ ହୋଇଥାନ୍ତି । ଏମାନେ ସର୍ବଦା ପରଉପକାର କରିବା ପାଇଁ ଆଗଭର ଥାନ୍ତି । ଦାନ୍ତ ମଝିରେ ଗ୍ୟାପ ଥିବା ଲୋକ ସର୍ବଦା ଖୋଲା ବିଚାର ବାଲା ବ୍ୟକ୍ତି ହୋଇଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *