Health Tips- ମଧୁମେହ ରୋଗୀ କଣ ଖାଇବେ ଓ କଣ ଖାଇବେ ନାହିଁ (Diabetes Diet Chart)

ବନ୍ଧୁଗଣ ଡାଇବେଟିସ ବା ମଧୁମେହ ରୋଗ ବର୍ତ୍ତମାନ ସବୁଠାରୁ ବଡ ସମସ୍ଯା ବାହାବେ ଉଭା ହୋଇଛି । ଏହି ରୋଗ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି । କାରଣ ମଧୁମେହ ଏମିତି ଏକ ରୋଗ ଯାହା ଏକାଧିକ ରୋଗକୁ ଜନ୍ମ ଦେଇଥାଏ । ଯେମିତକୀ ଦ୍ରୁଷ୍ଟି ଶକ୍ତି ହରାଇବା, ହୃଦରୋଗ, କିଡନୀ, ସ୍ନାୟୁ ରୋଗ ଇତ୍ୟାଦି । ମଧୁମେହ ନିୟନ୍ତ୍ରଣରେ ରଖିବାକୁ ବିଭିନ୍ନ ପ୍ରକାରର ଔଷଧ ସେବନ କରିବାକୁ ହୋଇଥାଏ ।

ଆଜି ଆମେ ଆପଣଙ୍କୁ କହିବୁ ମଧୁମେହ ରୋଗୀ କଣ ଖାଇବା ଉଚିତ ଓ ଅନୁଚିତ ଅଟେ । ଏହି ସବୁ ଖାଦ୍ଯ ଦ୍ଵାରା ଡାଇବେଟିସ ନିୟନ୍ତ୍ରଣ ରେ ରହି ପାରିବ ।

1- କଲରା : ଏହା ଡାଇବେଟିସ ପାଇଁ ବହୁତ ଉପକାରୀ । ଏଥିରେ କେରାଡିନ ଥାଏ ଯାହା ବ୍ଲଡ଼ ସୁଗାର ଲେବଲକୁ କମ କରିଥାଏ ଓ ରକ୍ତ ସଫା କରିଥାଏ ।

2- ଡାଲଚିନି : ଏହା ଗ୍ଳୁକୋଜ ମେଟାବୋଲଜିୟମ କୁ ବଢାଇଥାଏ । କୋଲେଷ୍ଟ୍ରୋଲକୁ କମାଇବାରେ ସାହାଜ୍ୟ କରିଥାଏ । 2ରୁ 3ଟି ଡାଲଚିନିକୁ ଫୁଟାଇ ପାଣିର ସେବନ କରନ୍ତୁ ।

3- ମେଥି : ଦୁଇ ଚାମଚ ମେଥି ଦାନ ନେଇ ଅଳ୍ପ ପାଣିରେ ରାତିରେ ଭିଯାଇ ସକାଳୁ ଏହାର ସେବନ କରନ୍ତୁ । ଏହି ପାଇ ଇନସୁଲିନର କ୍ଷରଣ କୁ ବଢାଇଥାଏ ଯାହା ବ୍ଲଡ଼ ସୁଗର ଲେବଲକୁ ନିୟନ୍ତ୍ରଣ କରିଥାଏ ।

4- ଜାମୁକୋଳି : ଜାମୁକୋଳି ମଧୁମେହ ରୋଗୀଙ୍କ ପାଇଁ ବହୁତ ଭଲ । କିନ୍ତୁ ଏହାର ବୀଜ ବହୁତ ଭଲ ହୋଇଥାଏ । ଏହାର ବୀଜକୁ ଶୁଖାଇ ପାଉଡର କରି ପାଣିରେ ସେବନ କରନ୍ତୁ ।

5- ତୁଳସୀ ପତ୍ର ; ଏହା ଶରୀରରେ ଇନସୁଲିନ ଲେବଲକୁ ବଢାଇବାରେ ସହାୟକ ହୋଇଥାଏ । ଗୋଟେ ଗ୍ଳାସ ପାଣି ନେଇ ଫୁଟାଇ ସେଥିରେ ତୁଳସୀ ପତ୍ର ପକାନ୍ତୁ । ସେହି ପାଣିକୁ ପ୍ରତିଦିନ ସେବନ କରନ୍ତୁ ।

6- ବ୍ରୋକଲି : ଏଥିରେ ଭିଟାମିନ-ଏ ଥାଏ ଯାହା ଡାଇବେଟିସକୁ କଣ୍ଟ୍ରୋଲ କରିଥାଏ ।

7- ରସୁଣ : ଏଥିରେ ପୋଟାସିୟମ ବହୁଳ ପରିମାଣରେ ଥାଏ । ମଧୁମେହ ରୋଗରେ ପୋଟାସିୟମ ୟୁରିନରେ ବାହାରିଯାଏ । ଏହି ପୋଟାସିୟମ ଲେବଲ ରସୁଣ ଭରଣ କରିଥାଏ ।

8- ଆଳୁ : ଡାଇବେଟିସ ହୋଇଥିଲେ ଆଳୁ ଖାଇବା ଅନୁଚିତ । କାରଣ ଏଥିରେ ଶ୍ଵେତ ସାରା ମାତ୍ରା ଅଧିକ ଥାଏ ଯାହା ଗ୍ଳୁକୋଜର ମାତ୍ରା ବଢାଇଥାଏ ।

9- ମଇଦାରୁ ତିଆରି ଖାଦ୍ଯ : ମଇଦାରୁ ତିଆରି ଖାଦ୍ୟ ଯେମିତି ପାଉଁରୁଟି, ପାସ୍ତା, ବିସ୍କୁଟ, ଟୋଷ୍ଟ ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ ।

10- ଟ୍ରାନ୍ସଫ୍ୟାଟ ଯୁକ୍ତ ଖାଦ୍ୟ : ଏଭଳି ଖାଦ୍ୟ ଡାଇବେଟିସ ରୋଗୀଙ୍କ ପାଇଁ ବିଷ ସଦୃଶ ହୋଇଥାଏ । ବଜାରରେ ମିଳୁଥିବା ତେଲ ଜାତୀୟ ଖାଦ୍ଯ ଡାଇବେଟିସ ରୋଗୀ ଖାଇବା ଅନୁଚିତ ।

11- ସ୍ନାକ୍ସ : ଡାଇବେଟିସ ରୋଗୀଙ୍କୁ ପ୍ଯାକେଟରେ ଥିବା ସ୍ନାକ୍ସ ଖାଇବା ଅନୁଚିତ । ସ୍ନାକ୍ସରେ ଅଧିକ ପରିମାଣର ବିଷାକ୍ତ ତେଲ ଥାଏ ।

12- ସଫ୍ଟ ଡ୍ରିଂକ୍ସ : ଡାଇବେଟିସ ରୋଗୀଙ୍କୁ ସଫ୍ଟ ଡ୍ରିଂକ୍ସ ପିଇବା ଅନୁଚିତ। ଯେପରି କୋକାକୋଲା, ସ୍ପ୍ରାଇଟ, ମାଜା ଇତ୍ୟାଦି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *