କୁକୁର କହିଲା ଏହି 6 ଟି ପ୍ରକାର ଲୋକଙ୍କୁ କେବେବି ବିଶ୍ବାସ କରିବ ନାହିଁ (Dog and Lion Motivational Story)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିଶ୍ବାସ ହେଉଛି ଦୁନିଆର ସବୁଠାରୁ ବଡ ସତ୍ୟ ମଧ୍ୟରୁ ଏକ ହୋଇଥାଏ । ତେଣୁ ଯେଉଁ ମାନେ ଅନ୍ୟ ଉପରେ ବିଶ୍ବାସ କରିଥାନ୍ତି । ଅନୁ ଜଣେ ମଧ୍ୟ ତାଙ୍କ ବିଶ୍ବାସ ରକ୍ଷା କରିବା ଉଚିତ । ତେବେ କେଉଁ ଲୋକ ବିଶ୍ବାସ ଯୋଗ୍ୟ ଓ କେଉଁ ମାନେ ନୁହେଁ । ସେହି ବିଷୟରେ ଆଲୋଚନା କରିବା । ଥରେ ଗୋଟିଏ ଲୋକ ସହରକୁ ନିଜ ଗାଁକୁ ଅହେରିବା ସମୟରେ ରାସ୍ତାର ଏକ ଜଙ୍ଗଲ ମଧ୍ୟ ଦେଇ ଫେରୁଥିଲା ।

ସେଠାରେ ସେ ଏକ ସିଂହକୁ ଜନ୍ତା ମଧ୍ୟରେ ଫସିଯିବାର ଦେଖିବାକୁ ପାଇଲା । ତାପରେ ସିଂହ ଜଣଙ୍କ ଅନୁରୋଧ କରି କହିଲା । ହେ ମଣିଷ ମୋତେ ତୁମେ ଏହି ଜନ୍ତାରୁ ବାହାର କରିଦିଅ । ତାପରେ ମନୁଷ୍ୟ କହିଲା ମୁଁ ଯଦି ତୁମକୁ ଏହି ଜନ୍ତାରୁ କାଢି ଦେବୀ । ତେବେ ତୁମର ପ୍ରଥମ ଶିକାର ମୁଁ ହୋଇଜୀବୀ । ତାପରେ ସିଂହ ଜଣଙ୍କ କହିଲା । ତୁମେ ମୋ ଉପରେ ଭରଷା ରଖ ମୁ ତମ ଭରଷା ଭାଙ୍ଗିକି କେବେବି ତମକୁ ଖାଇବିନି ।

ତାପରେ ମନୁଷ୍ୟ ଜଣଙ୍କ ମନରେ ଦୟାଭାବ ଜାତ ହେଲା । ତାପରେ ସେ ଯାଇ ଜନ୍ତା ମଧ୍ୟରୁ ସିଂହକୁ ମୁକୁଳାଇ ଦେଲା । ତାପରେ ଯେତେବେଲେ ସିଂହ ଜନ୍ତାକୁ ବାହାରିକି ଆସିଲା । ସେତେବେଳେ ସେ ଭୋକିଲା ଥିବାରୁ ସେହି ମନୁଷ୍ୟକୁ ହିଁ ଖାଇବାକୁ ବାହାରିଲା । ତାପରେ ମନୁଷ୍ୟ ଜଣଙ୍କ କହିଲା, ମୁଁ ତୁମର ଜୀବନ ରକ୍ଷା କରିଲି । ତୁମେ ମୋତେ ହିଁ ଖାଇଯିବ । ତାପରେ ମଣିଷଟି କହିଲା ମୁଁ କଣ ଭୁଲ କରିଛି ।

ତୁ ମୋତେ ଗୋଟିଏ ସୁଯୋଗ ଦେ ଯଦି କେହି ଏହି ବାଟ ଦେଇଯିବା ବେଳେ ତାକୁ ପଚାରିବା । ଯଦି ସେ କହିବ ହଁ ସିଂହର ସାହାଜ୍ଯ କରିବା ପରେ ବି ସିଂହ ମଣିଷକୁ ଖାଇ ପାରିବ । ତେବେ ତୁ ମୋତେ ଖାଇଦେବୁ । ତାପରେ ସିଂହ ମଣିଷକୁ ଗୋଟିଏ ସୁଯୋଗ ଦେଲା । ସେହି ବାଟ ଦେଇ ଗୋଟିଏ କୁକୁର ଯାଉଥିଲା । ସେହି କୁକୁରକୁ ଡାକି ମଣିଷ ଜଣଙ୍କ ପଚାରିଲା । କୁକୁର ଜଣଙ୍କୁ ବ୍ୟକ୍ତି ସବୁ କିଛି ଘଟିଥିବା କାହାଣୀ ବିଷରେ କହିଲା ।

ତାପରେ କୁକୁର ବିଚାରରେ ଭବିଲା । ଯଦି ମୁଁ କହିବି ସିଂହ ମଣିଷକୁ ଖାଇଦେଉ । ତେବେ ଏହି ହିଂସ୍ର ଜୀବ ମଣିଷକୁ ଖାଇବା ପରେ ମୋତେ କଣ ଛାଡିବ । ତାପରେ କୁକୁର ନିଜର ବୁଦ୍ଧି ଖଟାଇ ସିଂହକୁ କହିଲା । ଏହି ଜନ୍ତା ମଧ୍ୟରେ କଣ ଏତେ ବଡ ସିଂହ ରହିପାରିଥିବ । କୁକୁର କହିଲା ଯଦି ସତରେ ଏହି ସିଂହ ଆଉ ଥରେ ଜନ୍ତାରେ ପଶିକି ଦେଖାଇବ । ତେବେ ମୁଁ ଜାଣିବି ସତରେ ସେ ଜନ୍ତା ମଧ୍ୟରେ ଏତେ ଦିନ ଧରି ପଶିକି ରହିଥିଲା ।

ତାପରେ ସିଂହ ଆସି ବ୍ୟକ୍ତି ଜଣଙ୍କୁ ଖାଇପାରିବ । ତାପରେ ସିଂହ ଜଣଙ୍କ କୁକୁରକୁ ପ୍ରମାଣ ଦେବା ପାଇଁ ଯେତେବେଳେ ଜନ୍ତାକୁ ଗଲା । ସେତେବେଳେ ବାହାର ପଟୁ କୁକୁର ଜନ୍ତାକୁ ବନ୍ଦ କରିଦେଲା । ତାପରେ କୁକୁର ଜଣଙ୍କ ବ୍ୟକ୍ତିକୁ ୬ ଗୋଟି ଅଭ୍ଯାସ ଥିବା ପ୍ରାଣୀଙ୍କୁ କେବେ ବିଶ୍ବାସ କରିବ ନାହିଁ  ବୋଲି କହିଲା ।  ପ୍ରଥମ ହେଉଛି ଯେଉଁ ମାନେ ପ୍ରକୃତିରୁ ବା ମୂଳରୁ ଖରାପ ସେମାନଙ୍କ ଉପରେ କେବେବି ଭରଷା କରିବ ନାହିଁ ।

ଦିତୀୟରେ ଯେଉଁ ମାନେ ସବୁବେଳେ ଦୋମୁହାଁ କଥା କହୁଥିବେ । ସେମାନଙ୍କ ଉପରେ ବିଶ୍ବାସ କରିବ ନାହିଁ । ତୃତୀୟରେ ଅହଂକାରୀ ଲୋକଙ୍କ ଉପରେ କେବେବି ବିଶ୍ବାସ କରିବ ନାହିଁ । ଚତୁର୍ଥରେ ସ୍ଵାର୍ଥପର ଲୋକଙ୍କୁ କିଛି ବି ବିଶ୍ବାସ କରି କହିବା ଉଚିତ ନୁହେଁ । ପଞ୍ଚମରେ ବିଶ୍ବାସଘାତୀ ଲୋକଙ୍କୁ କେବେବି ନିଜ ପାଖ ମାଡିବାକୁ ଦେବେ ନାହିଁ । ଷଷ୍ଠରେ ସର୍ବଦା ଅନ୍ୟର ନିନ୍ଦା କରୁଥିବା ଲୋକଙ୍କୁ ବି ଆଖି ବନ୍ଦ କରି ବିଶ୍ବାସ କରିବା ଅନୁଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *