ଏହି ପରି ଚୁଡି ପିନ୍ଧିଲେ ଅସୁବିଧାରେ ପଡିବେ ସ୍ଵାମୀ, ବାପା ଓ ଭାଇ, ଆସିଥାଏ ବିପତ୍ତି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନାରୀମାନେ ନିଜକୁ ସବୁ ପ୍ରକାର ଆଭୁଶଣରେ ସଜ୍ଜିତ କରି ରଖିବା ଉଚିତ । ଅଳଙ୍କାର ପିନ୍ଧିବା ଦ୍ଵାରା ନାରୀ ଅଥବା ମହିଳା ମାନେ ସୁନ୍ଦର ଦେଖାଯିବା ସହିତ ଏହା ନିଜ ବାପା, ଭାଇ ଓ ସ୍ଵାମୀ ମାନଙ୍କ ପାଇଁ ମଧ୍ୟ ଭଲ ହୋଇଥାଏ । ଚୁଡି ପିନ୍ଧିବା ସମୟରେ କେତେକ ନିୟମ ପ୍ରତି ଧ୍ୟାନ ଦେବା ଉଚିତ । ଯାହା ଦ୍ଵାରା ସେମାନଙ୍କ ଘରର ପୁରୁଷଙ୍କର କୌଣସି ପ୍ରକାର ଯେପରି ଅମଙ୍ଗଳ ହେବନାହିଁ ।

କୌଣସି ପୂଜା ପର୍ବାଣୀ ତଥା ହୋମ ଯଜ୍ଞ ବେଳେ ଯଦି ହାତରେ ରୂପା ଚୁଡି ପିନ୍ଧିବାର ଆବଶ୍ୟକ ପଡୁଛି । ତେବେ ଦୁଇ ହାତରେ ରୂପା ଚୁଡି ନପିନ୍ଧି କେବଳ ଗୋଟିଏ ହାତରେ ପରିଧାନ୍ନ କରନ୍ତୁ । ଯଦି କୌଣସି କାରଣରୁ ଚୁଡି ତୁଟି ଯାଏ ତଥା ଭାଙ୍ଗି ଯାଇଥାଏ । ତେବେ ସେହି ଚୁଡିକୁ ନିଜ ପଣତ କାନିରେ ରଖୀ ତାକୁ ୩ ଥର ଚୁମ୍ବନ ଦିଅନ୍ତୁ । ତାପରେ କୌଣସି ସ୍ଥାନରେ ରଖୀ ଦିଅନ୍ତୁ ।

ତାପରେ ସୁବିଧା ଦେଖି ସେହି ଚୁଡିକୁ ନେଇ ପାଣିରେ ଫିଙ୍ଗି ଦିଅନ୍ତୁ । ଭଙ୍ଗା ଚୁଡିକୁ ଏଣେତେଣେ ପକାଇବା ଉଚିତ ନୁହେଁ । ଫାଟି ଯାଇଥିବା ଚୁଡିକୁ ମଧ୍ୟ କେବେ ପିନ୍ଧିବା ଉଚିତ ନୁହେଁ । ଚୁଡି ଫାଟି ଗଲେ ତାକୁ ମଧ୍ୟ ଚୁମ୍ବନ ଦେଇ ପାଣିରେ ଫୋଫାଡିଅନ୍ତୁ । ଯଦି ଆପଣ ଫଟା ଚୁଡିକୁ ନିଜ ହାତରେ ପିନ୍ଧାନ୍ତି । ତେବେ ବାପା, ଭାଇ ଓ ସ୍ଵାମୀ  କରଜରେ ବୁଡି ରହିଥାନ୍ତି ।

ଚୁଡି ପିନ୍ଧିବା ବେଳେ ସମାନ ପରିମାଣରେ ଦୁଇ ହାତରେ ଚୁଡି ପିନ୍ଧା ଯାଏ ନାହିଁ । ଡାହାଣ ହାତରେ ୧ କିମ୍ବା ୨ ଟି ଅଧିକ ଚୁଡି ପିନ୍ଧିବା କିମ୍ବା ବାମ ହାତରେ ୧ କିମ୍ବା ୨ ଟି ଚୁଡି କମ୍ ପିନ୍ଧିବା ଉଚିତ ହୋଇଥାଏ । ଶାସ୍ତ୍ରରେ ଅଛି ଗୁରୁବାର ଓ ମଙ୍ଗଲ ବାର ଚୁଡି ପିନ୍ଧିବା ଉଚିତ ନୁହେଁ । ଚୁଡି ପିନ୍ଧିବା ସମୟରେ କେଶ ମୁକୁଳା କରି ଚୁଡି ପିନ୍ଧିବା ଉଚିତ ହୋଇନଥାଏ ।

ତେଣୁ ଚୁଡି ପିନ୍ଧିବା ସମୟରେ ଚୁଟି ବାନ୍ଧି କିମ୍ବା ମୁଣ୍ଡରେ ପଣତ କାନି ପକାଇ ପିନ୍ଧନ୍ତୁ । କେଶ ମୁକୁଳା କରି ଚୁଡି ପିନ୍ଧିବା ଦ୍ଵାରା ଶରୀରରେ ନକରାତ୍ମକ ଶକ୍ତିର ବାସ କରିବା କଥା କୁହାଯାଇଥାଏ । ଚଉ କାଠ କିମ୍ବା ଦୁଆର ବନ୍ଧ ଉପରେ ବସି କେବେ ମଧ୍ୟ ଚୁଡି ପିନ୍ଧନ୍ତୁ ନାହିଁ । ଏହା କରିବା ଦ୍ଵାରା ଘରେ ଦୁଃଖ, କଷ୍ଟ ବଢିଥାଏ । ସନ୍ଧ୍ୟା ସମୟରେ ମଧ୍ୟ ଚୁଡି ପିନ୍ଧିବା କିମ୍ବା ଖୋଲିବା ଠିକ ହୋଇନଥାଏ ।

ଯଦି ଆବଶ୍ୟକ ପଡିଥାଏ । ତେବେ ରାତି ସମୟରେ ଚୁଡି ପିନ୍ଧି ପାରିବେ । ଚୁଡି ପିନ୍ଧିବା ସମୟରେ ହାତକୁ କେବେ ମଧ୍ୟ ଫାଙ୍କା ରଖିବା ଉଚିତ ହୋଇନଥାଏ । ଯଦି ହାତ ଫାଙ୍କା କରି ନୂଆ ଚୁଡି ପିନ୍ଧିବା ପାଇଁ ଚାହୁଁ ଥାନ୍ତି । ତେବେ ସେହି ହାତରେ ନିଜ ଲୁଗା କାନି ବାନ୍ଧି ଚୁଡି ପିନ୍ଧନ୍ତୁ ଚୁଡି ପିନ୍ଧି ସାରିବା ପରେ କାନି ଖୋଲି ଆଣନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *