Health Tips- ଏସବୁ ଖାଦ୍ଯ କେବେ ବି ଖାଇବେ ନାହିଁ ! ଏଥିରେ ଥାଏ ବିଷ…

ନମସ୍କାର ବନ୍ଧୁଗଣ, ଜୀବନକୁ ବଞ୍ଚାଇବା ପାଇଁ ହେଲେ ସର୍ବଦା ସବୁ ଜିନିଷ ସମ୍ପର୍କରେ ତଥ୍ୟ ରଖିବା ଉଚିତ ହୋଇଥାଏ । ଖାଦ୍ୟ ଖାଇବା ସମୟରେ ଆମକୁ ଅନେକ କଥାର ଧ୍ୟାନ ରଖିବା ଉଚିତ । କାରଣ କିଛି ଖାଦ୍ୟ ବିଷାକ୍ତ ମଧ୍ୟ ହୋଇଥାଏ ଯାହାର ମାତ୍ରା ଆମ ଶରୀରରେ ବଢିବା ଦ୍ଵାରା ଆମ ଜୀବନ ପ୍ରତି ବିପଦ ଆସିଯାଏ । ତେବେ ଆପଣଙ୍କୁ କେଉଁ ପ୍ରକାର ଖାଦ୍ୟ ଖାଇବା ବିଲକୁଲ ମଧ୍ୟ ଉଚିତ ନୁହେଁ ଏହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ସବୁଜ ଆଳୁ: ଆପଣ ନିହାତି ଭାବରେ ଦେଖିଥିବେ ସବୁଜ ଆଳୁ ତଥା ଆଳୁର କିଛି ଅଂଶ ସବୁଜ ହେବାର ମଧ୍ୟ ଦେଖିଥିବେ । ଯାହାକି ଆପଣଙ୍କ ଶରୀର ପାଇଁ ବହୁତ ହାନିକାରକ ଅଟେ । ତେଣୁ ଆପଣଙ୍କୁ ସବୁଜ ଆଳୁ ଖାଇବା ଉଚିତ ନୁହେଁ । ଯଦି କୌଣସି ଆଳୁର କିଛି ଅଂଶ ସବୁଜ ହୋଇଥାଏ ତେବେ ସେହି ସବୁଜ ଅଂଶଟି ଆପଣ କାଟି ଫୋପାଡି ଦେଇ ଆଳୁର ବାକି ଅଂଶକୁ ଖାଇବା ଦ୍ଵାରା କିଛି ଅସୁବିଧା ହେବ ନାହିଁ । ସବୁଜ ଆଳୁ ଖାଇବା ଦ୍ଵାରା ପାରାଲିସିସ, ମୁଣ୍ଡ ବିନ୍ଧା, ବାନ୍ତି, ଇଣ୍ଟରନାଲ ବ୍ଲିଡିଙ୍ଗ ଏବଂ କୋମା କିମ୍ବା ଜୀବନ ମଧ୍ୟ ଯିବାର ସମ୍ଭାବନା ଥାଏ ।

ଜାଇଫଳ: ଏଥିରେ ଥିବା ମାଇରିଷ୍ଟିସିନ ଆମ ଶରୀରରେ ଯାଇ ଏକ ଏଭଳି କମ୍ପାଉଣ୍ଡ ତିଆରି କରିଥାଏ ଯାହା ଆମ ଶରୀରର ନର୍ଭ ସିଷ୍ଟମକୁ ପ୍ରଭାବ ପକାଇଥାଏ । ଏହାର ମାତ୍ରା ଯଦି ଆମ ଶରୀରରେ ଅଧିକ ହୋଇଯାଏ ତେବେ ବ୍ୟକ୍ତି ଆପେ ଆପେ ବିଚଳିତ ହେବାକୁ ଲାଗିଥାଏ, ମୁଣ୍ଡ ବୁଲାଇଥାଏ ଏବଂ ବାନ୍ତି ହୋଇଥାଏ ।

ବିଟର ପେସ୍ତାବାଦାମ: ଏଥିରେ ହାଇଡ୍ରୋଜେନ ସାଇନାଇଡ ନାମକ ଖାତରନାକ ଟକସିକ ମିଳିଥାଏ । ଏହାର ଅଳ୍ପ ମାତ୍ରା ମଧ୍ୟ ଆମ ଜୀବନ ଯିବାର କାରଣ ହୋଇଥାଏ । ଏହି ବାଦାମ ଯଦି ଆପଣ ଏକା ସାଙ୍ଗରେ 6 ରୁ 7ଟି ଖାଇନିଅନ୍ତି ତେବେ ଏହା ଆପଣଙ୍କ ଶରୀର ପାଇଁ ହାନିକାରକ ହୋଇଯାଏ । ରାଜମା: ଅଧା ସିଝିଥିବା ରାଜମା ଖାଇବା ଦ୍ଵାରା ଆପଣଙ୍କ ଶରୀରର ହାନି ହୋଇଥାଏ । ତେଣୁ ଆପଣଙ୍କୁ ରାଜମା ପୁରା ଭଲ ଭାବରେ ସିଝାଇ ଖାଇବା ଉଚିତ ।

ବ୍ରାଉନ ରାଇସ: ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ କିନ୍ତୁ ଯଦି ଆପଣ ଏହାକୁ ଭୁଲ ଉପାୟରେ ବ୍ୟବହାର କରୁଥାନ୍ତି ତେବେ ଏହା ଆପଣଙ୍କ ପାଇଁ ହାନିକାରକ ପାଲଟିଯାଏ । ସମସ୍ତ ରାଇସରେ ଆର୍ସେନିକ ଅଧିକ ମାତ୍ରାରେ ରହିଥାଏ । ଏହା ଆମ ଶରୀର ଭିତରେ ଯାଇ କ୍ୟାନ୍ସସର ରୋଗକୁ ସୃଷ୍ଟି କରିଦେଇଥାଏ । ଆପଣ ଏହାକୁ କମ ମାତ୍ରାରେ ଖାଇଲେ ମଧ୍ୟ ଏହା ଆମ ଶରୀରରେ ଧୀରେ ଧୀରେ ଯାଇ ଜମା ହୋଇଥାଏ ।

ଏହା ଅଧିକ ବଢିଯିବା ପରେ ଯାଇ ଆମ ଶରୀରରେ କ୍ୟାନ୍ସସର ସୃଷ୍ଟି କରିବାର କାରଣ ବନିଥାଏ । ସୁରକ୍ଷିତ ଚାଉଳ ଖାଇବା ପାଇଁ ହେଲେ ଆପଣଙ୍କୁ ପ୍ରଥମେ ସଫା ଏବଂ ଭଲ ପାଣିରେ ଏହାକୁ ଭଲ ଭାବରେ ଧୋଇବା ଉଚିତ । ଏହାକୁ ଭଲରେ ଧୋଇବା ଦ୍ଵାରା ଚାଉଳରେ ଥିବା ଆର୍ସେନିକ ପାଣିରେ ଧୋଇ ହୋଇଯାଏ ଏବଂ ଆପଣଙ୍କ ଶରୀର ମଧ୍ୟକୁ ଏହା ଯାଇପାରେ ନାହିଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *