Health Tips- ଖାଲି ପେଟରେ ରସୁଣ (Garlic) ଖାଇବା ପରେ, ଶରୀରରେ ହୋଇଥାଏ କିଛି ଏମିତି, ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ, ରଶୁଣ ପ୍ରାଏ ସମସ୍ତଙ୍କ ଘରେ ବ୍ୟବହାର କରାଯାଇଥାଏ । ମନାଯାଏ ଯେ, ଏହାର ସେବନ ନା କେବଳ ଖାଦ୍ୟ କୁ ସ୍ଵାଦିଷ୍ଟ ବନାଇଥାଏ, ଏହା ଆମ୍ଭକୁ ନାନା ପ୍ରକାରର ରୋଗରୁ ମଧ୍ୟ ବଞ୍ଚାଇଥାଏ ।

ଅଧିକାଂଶ ଲୋକଙ୍କ ମନରେ ଏହି ଚିନ୍ତାଧାରା ରହିଥାଏ ଯେ, କାହିଁକି ରଶୁଣ ଖାଇବା କଥା ? ଏହାକୁ ଖାଇବା ଦ୍ଵାରା କଣ କଣ ଫାଇଦା ହୋଇଥାଏ ? ଏହାର ସେବନ କାହାକୁ କରିବା କଥା ଅଥବା କେଉଁ ଲୋକମାନେ ଏହାର ସେବନ କରିପାରିବେ ନାହିଁ ? ଏବଂ ଯଦି ଏହାର ସେବନ କରନ୍ତି ତେବେ କେତେ ମାତ୍ରାରେ କରିବା କଥା ? ଆସନ୍ତୁ ଏହି ବିଶେଷ କଥା ବିଷୟରେ ଜାଣିବା, ଛୋଟ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ଲୋକ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହାର ସେବନ କରିବା କଥା ।

କାରଣ ଏଥିରେ ସମସ୍ତ ପ୍ରକାରର ଔଷଧୀୟ ଗୁଣ ରହିଅଛି । ଅନେକ ଉପାୟ ମାଧ୍ୟମରେ ଆପଣ ଏହାର ସେବନ କରିପାରିବେ । ତଥା ଖାଦ୍ୟ ପ୍ରସ୍ତୁତି ସମୟରେ ତଥା ଆଚାର ଭାବରେ ପ୍ରସ୍ତୁତ କରି ବ୍ୟବହାର କରି ପାରିବେ । ମାତ୍ର ଆପଣ ରଶୁଣ ପାଖୁଡାକୁ ଚୋବାଇ ଖାଇବା ଦ୍ଵାରା ଆପଣଙ୍କର ବହୁତ ଲାଭ ହେବ ।

୧- ଏହାକୁ ସକାଳେ ଖାଲି ପେଟରେ ଚୋବାଇ ଚୋବାଇ ଖାଇବା ଦ୍ଵାରା ସର୍ବ ପ୍ରଥମେ ଏହା ଆପଣଙ୍କର ମୋଟାପା କୁ କମ କରାଇବାରେ ସାହାର୍ଯ୍ୟ କରିବ । ଯଦି ଆପଣ ୩ ରୁ ୪ କୋଲ ରଶୁଣ ଖାଇ ଗରମ ପାଣି ପିଅନ୍ତି ତେବେ, ଏପରି ଭାବରେ ସେବନ କରିବାର ୫ ରୁ ୬ ମାସ ମଧ୍ୟରେ ଆପଣ ନିଜର ମୋଟାପା କୁ କମାଇ ପାରିବେ ।

୨- ଆଣ୍ଠୁ ଗଣ୍ଠି ରୋଗ ର ସମସ୍ୟା ବହୁତ ଲୋକଙ୍କୁ ହୋଇଥାଏ ମାତ୍ର ଏଭଳି ସ୍ଥିତି ରେ ଯଦି ଆପଣ ରଶୁଣ କୁ କଞ୍ଚା ଚୋବାଇ ଖାଇ ନିଅନ୍ତି ତେବେ ପ୍ରଥମ ଦିନରୁ ଆପଣଙ୍କୁ ଏହାର ସୁପରିଣାମ ନଜର ଆସିବ । ଆପଣଙ୍କର ଆଣ୍ଠୁ ଗଣ୍ଠି ରେ ହେଉଥିବା ଦରଦ କ୍ରମଶଃ କମିବାକୁ ଲାଗିବ ଏବଂ ଆପଣ ଏକ ନର୍ମାଲ ଜୀବନ ବିତାଇ ପାରିବେ ।

୩- ଏହା ଶରୀରର ଇମ୍ୟୁନିଟି ପାୱାର କୁ ମଧ୍ୟ ବଢାଇବାରେ ସାହାର୍ଯ୍ୟ କରିଥାଏ । ଯଦି କୌଣସି ବ୍ୟକ୍ତି ର ଇମ୍ୟୁନିଟି ସିଷ୍ଟମ କମଜୋର ହୋଇଥାଏ । ତେବେ ସେହି ବ୍ୟକ୍ତି ବାରମ୍ଭାର ବିମାର ହେବ । ବିଭିନ୍ନ ପ୍ରକାରର ବ୍ୟାକ୍ଟେରିୟା ତଥା ଭାଇରସ ତାହା ଶରୀରରେ ଦେଖାଯିବ । ଏହା ଫଳରେ ନାନା ପ୍ରକାରର ରୋଗ ର ବଶୀଭୂତ ହୋଇ ବିଛଣାରେ ପଡି ରହିବେ ।

ଯଦି ଶରୀରର ଇମ୍ୟୁନିଟି ସିଷ୍ଟମ ସଠିକ ଥିବା ତେବେ ତାହା ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗରୁ ଆମକୁ ରକ୍ଷା କରିବାରେ ସାହାର୍ଯ୍ୟ କରିବ । ଏଣୁ ରଶୁଣ ଆମ ଶରୀର ନିମନ୍ତେ ଉପଯୁକ୍ତ ଅଟେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି ଜାଣି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *