ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଛବି ମାଧ୍ୟମରେ ବ୍ୟକ୍ତିତ୍ବ ସମ୍ବନ୍ଧରେ ଜାଣିବା ମନୋବିଜ୍ଞାନ ର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଅଟେ । ଏହା ଆପଣଙ୍କ ଭବିଷ୍ୟତ ସମ୍ବନ୍ଧରେ ବେଶୀ କିଛି କୁହନ୍ତି ନାହିଁ କିନ୍ତୁ ଆପଣଙ୍କ ବ୍ୟକ୍ତିତ୍ବ ସମ୍ବନ୍ଧରେ ବହୁତ କିଛି କହିଥାନ୍ତି ।
ଯାହା ଆପଣଙ୍କୁ ସଫଳ ଭବିଷ୍ୟ ନିର୍ମାଣ କରିବାରେ ସହାୟକ ହୋଇଥାଏ । ବ୍ୟକ୍ତିତ୍ବ ସମ୍ବନ୍ଧରେ ଜାଣିବା ନିମନ୍ତେ ଯେତେବେଳେ ଛବି ର ସାହାଯ୍ୟ ନିଆ ଯାଇଥାଏ ସେତେବେଳେ ବିଭିନ୍ନ ପ୍ରକାର ରଙ୍ଗ ଥିବା ବସ୍ତୁ କୁ ନିଆଯାଇଥାଏ ଏବଂ ସେଥି ମଧ୍ୟରୁ କୌଣସି ଗୋଟିଏ ଆପଣଙ୍କ ମସ୍ତିଷ୍କ ରେ ଗଭୀର ଛାପ ପକାଇଥାଏ ଏବଂ ଆପଣ ତାହା ବାଛିଥାନ୍ତି । ଏହାଦ୍ବାରା ଆପଣଙ୍କ ମଧ୍ୟରେ ଥିବା ଭାବନା ସମ୍ବନ୍ଧରେ ସ୍ପଷ୍ଟ ରୂପରେ ଜଣା ପଡ଼ିଥାଏ । ସେହିପରି ଅନ୍ୟ ପକ୍ଷରେ କୌଣସି ଅଲଗା ଆକୃତି ଥିବା ଛବି ମଧ୍ୟ ନିଆ ଯାଇଥାଏ । ତାହାର ମହତ୍ତ୍ୱ ମଧ୍ୟ ସମାନ ଅଟେ ।
ତେବେ ଆଜି ଆମେ ଆପଣ ମାନଙ୍କୁ ୯ଟି ଭିନ୍ନ ରଙ୍ଗ ର ଗୋଲାପ ଫୁଲ ର ଛବି ଦେଖାଇବୁ ଏବଂ ଆପଣଙ୍କୁ ସେହି ଫୁଲ ଗୁଡିକ ମଧ୍ୟରୁ ଯେ କୌଣସି ଗୋଟିଏ କୁ ବାଛିବାକୁ ପଡ଼ିବ । ଆପଣ ବାଛିଥିବା ଗୋଲାପ ଫୁଲ ଅନୁସାରେ ଆମେ ଆପଣ ମାନଙ୍କୁ ଆପଣଙ୍କ ବ୍ୟକ୍ତିତ୍ବ ସମ୍ବନ୍ଧରେ କହିବୁ ।
ତେବେ ଆସନ୍ତୁ ଜାଣିବା ଆପଣ ବାଛିଥିବା ଗୋଲାପ ଫୁଲ ର ରଙ୍ଗ ଅନୁସାରେ ଆପଣଙ୍କ ବ୍ୟକ୍ତିତ୍ବ ସମ୍ବନ୍ଧରେ । ୧- ବନ୍ଧୁଗଣ ଯଦି ଆପଣ ଧଳା ରଙ୍ଗର ଫୁଲ କୁ ବଞ୍ଚିଛନ୍ତି ତେବେ ଏହାର ଅର୍ଥ ହେଉଛି ଆପଣ ଏଭଳି ଲୋକ ମାନଙ୍କ ମଧ୍ୟରେ ଘେରି ହୋଇ ରୁହନ୍ତି ଯେଉଁ ମାନେ ଆପଣଙ୍କ ପାଇଁ ସର୍ଵଦା ଭଲ ଭାବିଥାନ୍ତି । ଏବଂ ଆପଣଙ୍କ ମଙ୍ଗଳ ର କାମନା କରିଥାନ୍ତି । ଏମାନେ ଆପଣଙ୍କ ସମ୍ପର୍କୀୟ, ବନ୍ଧୁ, କିମ୍ବା ସହ କର୍ମଚାରୀ ମଧ୍ୟ ହୋଇ ପାରନ୍ତି ।
ଏମାନେ ଆପଣଙ୍କୁ ବହୁତ ପସନ୍ଦ କରିଥାନ୍ତି ଏବଂ ଆପଣଙ୍କ ହିତ ବିଷୟରେ ହିଁ ଭାବି ଥାଆନ୍ତି । ଏହାର କାରଣ ଆପଣଙ୍କ ଭଲ ଏବଂ ସୁନ୍ଦର ବ୍ୟବହାର । ଯାହା ସେମାନଙ୍କୁ ଆପଣଙ୍କ ପ୍ରତି ଆକର୍ଷିତ କରୁଛି ।
୨- ଯଦି ଆପଣ ଗୋଲାପୀ ରଙ୍ଗର ଫୁଲ କୁ ବାଛିଛନ୍ତି ତେବେ ଆପଣ ନିଜ ଜୀବନ ର ଆଦର୍ଶ ଏବଂ ନୀତି ଦ୍ୱାରା ଅନ୍ୟ ଲୋକ ମାନଙ୍କୁ ପ୍ରେରଣା ମଧ୍ୟ ଦେଇ ପାରିବେ । ଆପଣଙ୍କ କଳ୍ପନା ଶକ୍ତି ଏବଂ ଭିତର ର ଉର୍ଜା ବହୁତ ଅଦ୍ଭୁତ । ଏବଂ ଏହା ଆପଣଙ୍କ ସହ ଲୋକ ମାନଙ୍କୁ ଯୋଡି ହୋଇ ରଖିଥାଏ ଏବଂ ଆପଣଙ୍କ ବିଶେଷ ଗୁଣ ହେଉଛି ଆପଣଙ୍କ ସକରାତ୍ମକ ଦୃଷ୍ଟି କୋଣ ।
୩- ଯଦି ଆପଣ ଲାଲ ରଙ୍ଗର ଫୁଲ କୁ ବାଛିଛନ୍ତି ତେବେ ଆପଣ ଦେଖିବାକୁ ବହୁତ ସୁନ୍ଦର ଏବଂ ଆକର୍ଷଣୀୟ । କିନ୍ତୁ କିଏ ଯଦି ଆପଣଙ୍କ ପାଖକୁ ଆସେ ତେବେ ତାକୁ କଣ୍ଟା ଏବଂ ନକରାତ୍ମକ ସହ ମଧ୍ୟ ସାମ୍ନା କରିବାକୁ ପଡିଥାଏ । ଆପଣ ଦୁନିଆ ଆଗରେ ଯେପରି ରୁହନ୍ତି ଆପଣ ବାସ୍ତବରେ ସେପରି ନୁହେଁ ଏବଂ ଆପଣ ବହୁତ ସାହାସୀ ଏବଂ ଚତୁର ମଧ୍ୟ ।
୪- ଯଦି ଆପଣ କମଳା ରଙ୍ଗର ଫୁଲକୁ ବାଛିଛନ୍ତି ତେବେ ଆପଣ ଅନ୍ୟ ବ୍ୟକ୍ତି ଙ୍କ ରାୟ ଏବଂ କଥା ଉପରେ ନିର୍ଭର ରହିକି ନିଜର ଜୀଵନ ବ୍ୟତୀତ କରି ପାରିବେ ନାହିଁ । ଆପଣ ନିଜର ରାସ୍ତା ନିଜେ ବାଛି ଥାନ୍ତି ଏବଂ ସେହି ରାସ୍ତା ରେ ଚାଲିବା ମଧ୍ୟ ଜାଣିଥାନ୍ତି । ଆପଣ କେବଳ ନିଜ କଥା ଶୁଣନ୍ତି । ଏବଂ ଲୋକମାନେ ଆପଣ ଙ୍କ ପ୍ରତି ଆକର୍ଷିତ ମଧ୍ୟ ହୋଇ ଥାଆନ୍ତି ।
୫- ଯଦି ଆପଣ ନୀଳ ରଙ୍ଗର ଫୁଲ କୁ ବାଛିଛନ୍ତି ତେବେ ଆପଣ ଯେଉଁ ବ୍ୟକ୍ତି ଙ୍କ ନିକଟ କୁ ଯାଇଥାନ୍ତି ସେମାନଙ୍କ ସହ ବହୁ ନିବିଡ଼ତାର ସହିତ ବାନ୍ଧି ହୋଇ ଯାଇଥାନ୍ତି । ଆପଣଙ୍କ ହୃଦୟ ବହୁତ କୋମଳ ଏବଂ ଆପଣ ସର୍ଵଦା ଅନ୍ୟ ର ମଙ୍ଗଳ ପାଇଁ କାମନା କରିଥାନ୍ତି । କିନ୍ତୁ ବେଳେ ବେଳେ କିଛି ବ୍ୟକ୍ତି ଆପଣ ଙ୍କର ଏହି ଗୁଣ ପାଇଁ ଆପଣଙ୍କ ଫାଇଦା ଉଠାଇ ଥାଆନ୍ତି । ଆପଣ ଙ୍କୁ ସର୍ଵଦା ସତର୍କ ରହିବା ଆବଶ୍ୟକ ।
୬- ଯଦି ଆପଣ କଳା ରଙ୍ଗର ଫୁଲ କୁ ବାଛିଛନ୍ତି ତେବେ ଆପଣ ନିଜ ଉଦ୍ଦେଶ୍ୟ କୁ ପ୍ରାପ୍ତ କରିବା ପାଇଁ ଶତ ପ୍ରତିଶତ ଯୋଗଦାନ ଦେଇଥାନ୍ତି । ଏବଂ କଠିନ ପରିଶ୍ରମ କରିବା ପାଇଁ କେବେବି ପଛଘୁଞ୍ଚା ଦେଇ ନଥାନ୍ତି । ଆପଣ ସର୍ଵଦା ଅନ୍ୟ କୁ ସାହାଯ୍ୟ କରିଥାନ୍ତି ।
୭- ଯଦି ଆପଣ ହଳଦିଆ ରଙ୍ଗର ଫୁଲ କୁ ବାଛିଛନ୍ତି ତେବେ ଆପଣ ସବୁବେଳେ ଖୁସି ମିଜାଜ୍ ରେ ରୁହନ୍ତି । ଆପଣ ଜଣେ ମିଳନସାର ବ୍ୟକ୍ତି ଅଟନ୍ତି । ଆପଣ ଜୀବନ ରେ ହେଉଥିବା ପରିବର୍ତ୍ତନ କୁ ସହଜ ରେ ଗ୍ରହଣ କରିଥାନ୍ତି । ଆପଣଙ୍କ ସାଥି ରେ ରହିବାକୁ ଅନ୍ୟ ମାନେ ବହୁତ ପସନ୍ଦ କରନ୍ତି ।
୮. ଯଦି ଆପଣ ସବୁଜ ରଙ୍ଗର ଫୁଲ କୁ ବାଛିଛନ୍ତି ତେବେ ଆପଣ ଜଣେ ସାଧାସିଧା ଗୁଣ ଥିବା ବ୍ୟକ୍ତି ଅଟନ୍ତି । ଆପଣ ଜଣେ ଯତ୍ନବାନ ବ୍ୟକ୍ତି ଅଟନ୍ତି । ଆପଣ ସର୍ବଦା ଅନ୍ୟ ର ଚିନ୍ତା କରିଥାନ୍ତି ଏବଂ ଯେତେ ବି କଠିନ ପରିସ୍ଥିତି ଆସିଲେ ମଧ୍ୟ ଆପଣ ପରିସ୍ଥିତି କୁ ସମ୍ଭାଳି ନିଅନ୍ତି ।
୯. ଯଦି ଆପଣ ବାଇଗଣୀ ରଙ୍ଗ ର ଫୁଲ କୁ ବାଛିଛନ୍ତି ତେବେ ଆପଣ ଜଣେ ମହତ ଆକାଂକ୍ଷା ଥିବା ବ୍ୟକ୍ତିତ୍ବ ଅଟନ୍ତି । ଆପଣ ନିଜ ଭାଗ୍ୟ ଅପେକ୍ଷା କଠିନ ପରିଶ୍ରମ କରିବାରେ ବିଶ୍ୱାସ ରଖନ୍ତି । ଆପଣ ସର୍ବଦା ନୂଆ ନୂଆ ଜ୍ଞାନ ଖୋଜିବାରେ ତତ୍ପର ରୁହନ୍ତି । ଆପଣ ସର୍ବଦା ସବୁ କାର୍ଯ୍ୟ ସଠିକ ଭାବରେ କରିବାକୁ ଚେଷ୍ଟା କରିଥାନ୍ତି । ଆପଣଙ୍କ ପାଖରେ ସର୍ବଦା ପର୍ଯ୍ୟାପ୍ତ ମାତ୍ରାରେ ଧନ ରହିଥାଏ ।