କେଉଁ ସବୁ ପରିସ୍ଥିତିରେ ଭଗବାନ ଆପଣଙ୍କ ପରୀକ୍ଷା ନେଉଛନ୍ତି ବୋଲି ଜାଣିବେ ? ଏହି ସବୁ ଲକ୍ଷଣରୁ ଜାଣନ୍ତୁ…

ନମସ୍କାର ବନ୍ଧୁଗଣ, ମଣିଷ ଜୀବନରେ ଯେତେବେଳେ ଖରାପ ସମୟ ବା ଦୁଃଖର ସମୟ ଆସିଥାଏ । ମଣିଷ ଯାଇ ଭଗବାନଙ୍କ ନିକଟରେ ପ୍ରାଥନା କରିଥାଏ କି ମତେ ଏଥିରୁ ଉଦ୍ଧାର କର । କିନ୍ତୁ ଯେତେବେଳେ ତାହା ଦୂର ହେବାର ବିଳମ୍ବ ହୁଏ ଆଉ ମଣିଷ ନିଜର ଧର୍ଯ୍ୟ ହରାଇ ଦିଏ ସେତେବେଳେ ମଣିଷ ଭଗବାନଙ୍କୁ ଦୋଷ ଦେବା ସହ ତାଙ୍କ ଉପରେ ରହିଥିବା ଆସ୍ଥାକୁ ହଟାଇ ଦେଇଥାଏ । କିନ୍ତୁ ଏହା ମଣିଷଙ୍ର ଏକ ବଡ ଭୁଲ ଅଟେ ଭଗବାନଙ୍କ ଲୀଳା ସେ ବୁଝିପାରେ ନାହିଁ ଆଉ ନିଜକୁ ବେସାହାରା ଭାବିନିଏ । ତେବେ ଆସନ୍ତୁ ଜାଣିବା ଭଗବାନ କେତେବେଳେ ମଣିଷର ପରୀକ୍ଷା ନେଇଥାନ୍ତି ।

ମଣିଷ ଜୀବନର ସନ୍ତୁଳନକୁ ରକ୍ଷା କରିବା ପାଇଁ ଦୁଃଖ ସୁଖ ଉଭୟ ଜୀବନରେ ଆସିଥାଏ । ଆଉ ଏହା ହିଁ ସଂସାରର ନିୟମ ଅଟେ । ଯେଉଁମାନେ ଭଗବାନଙ୍କ ଶରଣରେ ଥାନ୍ତି ଭଗବାନ ସର୍ବଦା ସେମାନଙ୍କ ପରୀକ୍ଷା ନେଇଥାନ୍ତି । ତାଙ୍କଉ ମଜବୁତ ବନାଇ ଥାନ୍ତି କିଭଳି ସବୁ ପରିସ୍ଥିତିରେ ଦୁଃଖ କଷ୍ଟ ସହି ମଧ୍ୟ ସେମାନେ ଆଗକୁ ବଢିପାରିବେ ।

ଦୁଃଖ କଷ୍ଟ ସିନା ଦେଇଥାନ୍ତି ଏହା ସହିତ ତାଙ୍କୁ ଶକ୍ତି ମଧ୍ୟ ଦେଇଥାନ୍ତି ସେହିସବୁକୁ ସାମ୍ନା କରିବା ପାଇଁ । ଯେତେବେଳେ ଆପଣ କୌଣସି ଖରାପ ସମୟ ଦେଇ ଗତି କରିବେ ସେତେବେଳେ ଭଗବାନଙ୍କୁ ଦୋଷ ନ ଦେଇ ନିଜ ମନକୁ ଦୃଢ ରଖନ୍ତୁ । ଆଉ ଭଗବାନ ଉପରେ ସେମିତି ବିଶ୍ଵାସ ରଖି ପରିସ୍ଥିତିକୁ ସାମ୍ନା କରିଚାଳନ୍ତୁ । ଏହଦ୍ଵାରା  ସେ ଆପଣଙ୍କୁ ସବୁ ପ୍ରକାର ଦୁଃଖ ଏବଂ କଷ୍ଟକୁ ସହିବା ପାଇଁ ଶକ୍ତି ଦେବେ ।

ଯେତେବେଳେ ଭଗବାନ ମଣିଷର ପରୀକ୍ଷା ନିଅନ୍ତି ସେତେବେଳ ମଣିଷର ଖରାପ ସମୟରେ ଯେମିତିକି ଆପଣଙ୍କ ପାଖରେ ମୁଠାଏ ଭାତ ଅଛି ଖାଇବା ପାଇଁ ଆଉ ସେହି ସମୟରେ ଏକ ଭୋକିଲା ମଣିଷ ଆସି ଆପଣଙ୍କ ପାଖରେ ଆସି ପହଞ୍ଚେ ଆଉ ଆପଣଙ୍କ ସେହି ମୁଠାକ ଖାଇବା ପାଇଁ ମାଗେ । ଏହି ସମୟରେ ଭଗବାନ ଆପଣଙ୍କ ମନର ଶୁଦ୍ଧତା ପରୀକ୍ଷା କରନ୍ତି ।

ଯଦି ଆପଣ ନିଜର ଖରାପ ପରିସ୍ଥିତି ସମୟରେ ବି ଅନ୍ୟକୁ ସାହାର୍ଯ୍ୟ କରୁଛନ୍ତି ତେବେ ଆପଣ ଭଗବାନଙ୍କ ପ୍ରକୃତ ଭକ୍ତ ବୋଲି ବୁଝାଇବେ । ଏଭଳି ପରିସ୍ଥିତି ଆପଣ ବାରମ୍ବାର ଭୋଗ କରିବା ପରେ ମଧ୍ୟ ଯଦି ଆପଣ ଭଗବାନଙ୍କ ଆସ୍ଥା ଓ ବିଶ୍ଵାସ ନ ହାରିବେ ତେବେ ବୁଝିଯିବେ କି ଆପଣଙ୍କର ଭଗବାନ ପରୀକ୍ଷା ନେଉଛନ୍ତି ।

ତେଣୁ କେବେ ମଧ୍ୟ ଖରାପ ସମୟକୁ ଦେଖି ଭାଙ୍ଗିଯିବେ ନାହିଁ କିମ୍ବା ଡରିଯିବେ ନାହିଁ ବାସ ଭଗବାନ ଉପରେ ଭରସା ରଖି ଆଗକୁ ବଢିଚାଲିବେ । ଆଉ ଏହା ଭିତରେ ଆପଣ କେତେବେଳେ ପରିସ୍ଥିତିକୁ ସାମ୍ନା କରିବା ସହ ସଫଳତା ପାଇଯିବେ ତାହା ଆପଣ ଜାଣିପାରିବେ ନାହିଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *