ଚେହେରାରୁ ବ୍ରଣ ଦୂର କରିବା ପାଇଁ ବାସ୍ 3 ଦିନ କରନ୍ତୁ ଏହି ଉପାୟ ! ଚେହେରାରେ ଆସିଯିବ ଏକ ନିଆରା ଚମକ ! Healthy Skin Tips

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଥିବା ରେମିଡିକୁ କେବଳ ଝିଅ ନୁହେଁ ପୁଅ ମାନେ ମଧ୍ୟ ବ୍ୟବହାର କରିପାରିବେ । ଯାହାଦ୍ୱାରା କି କଳା ଗୋରା ହେବେ ଏବଂ ମୁହଁରେ ଥିବା କଳାଦାଗ ବ୍ରଣ ଇତ୍ୟାଦି ଦୂର ହେବ । ଆଉ ଆପଣ ପାଇପାରିବେ ଏକ ଗ୍ଲୋଇଙ୍ଗ ସ୍କିନ । ତେବେ ନିଜକୁ ସୁନ୍ଦର ଦେଖିବା ପାଇଁ ଚାହୁଁଥିଲେ ଏବଂ ଦୁନିଆକୁ ନିଜ ସୁନ୍ଦରତା ଦେଖେଇବା ପାଇଁ ଚାହୁଁଥିଲେ । ଏହି ରେମିଡିକୁ ନିହାତି ଭାବରେ ପ୍ରସ୍ତୁତ କରି ଲଗାନ୍ତୁ ଆଉ ପାଆନ୍ତୁ ଫାଇଦା ।

ରେମିଡିଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ସର୍ବପ୍ରଥମେ ଏକ ପାତ୍ରରେ ନିଅନ୍ତୁ ଏକ ଚାମଚ ଚାଉଳ ଚୂନା । ଏଥିରେ ଆପଣ ଏବେ ମିଶାନ୍ତୁ ଏକ ଚାମଚ ମହୁ । ଶେଷରେ ଆପଣ ଏଥିରେ ଅଳ୍ପ କଞ୍ଚା କ୍ଷୀର ମିଶାନ୍ତୁ । ଏହହାକୁ ଭଲ ଭାବରେ ମିଶାଇ ଦଶ ମିନିଟ ପର୍ଯ୍ୟନ୍ତ ଛାଡିଦିଅନ୍ତୁ । ଯାହାଫଳରେ ଏଥିରେ ଥିବା ଚୂନା ସବୁ ଜିନିଷକୁ ଭଲ ଭାବରେ ଶୋଷି ନେବ ନିଜ ଭିତରକୁ ।

ଯାହାଦ୍ୱାରା ଏହାର ପ୍ରଭାବ ଅଧିକ ସମୟ ପର୍ଯ୍ୟନ୍ତ ରହିବ । ଆପଣ ନିଜ ମୁହଁକୁ ଭଲ ଭାବରେ ଧୋଇ ନିଅନ୍ତୁ ପ୍ରଥମେ । ଏହାପରେ ଆପଣ କିଛି କଞ୍ଚା କ୍ଷୀର ଏକ ପାତ୍ରରେ ନେଇ କଟନ କପଡା କିମ୍ବା ତୁଳା ସାହାର୍ଯ୍ୟରେ ନିଜ ମୁହଁରେ ଏବଂ ବେକରେ ଲଗାନ୍ତୁ । ଏହା ଆପଣଙ୍କ ମୁହଁକୁ ମଏଶ୍ଚର କରିଦେବ । କ୍ଷୀର ଆମ ସ୍କିନରେ କ୍ଲିଞ୍ଜରର ମଧ୍ୟ କାମ କରିଥାଏ ।

ଏହାପରେ ଆପଣ ପ୍ରସ୍ତୁତ କରି ରଖିଥିବା ଫେସମାସ୍କକୁ ଆଣି ଆପଣ ହାତରେ ଅଳ୍ପ ଅଳ୍ପ କରି ପୁରା ମୁହଁରେ ଲଗାନ୍ତୁ । ଆଉ ଏହାକୁ ଲଗାଇ ସାରିବା ପରେ ଆପଣଙ୍କୁ ଆପଣଙ୍କ ମୁହଁକୁ ସ୍କ୍ରବ କରିବାର ଅଛି । ଆଉ ସ୍କ୍ରବ ସମୟରେ ଆପଣ ବହୁତ ସ୍ମୁଥ ଏବଂ ହାଲକା ଭାବରେ ସ୍କ୍ରବ  କରିବା ଆବଶ୍ୟକ । ନଚେତ ଆପଣଙ୍କ ସ୍କିନ ଖରାପ ହୋଇଯିବ ।

ଯେଉଁ ଜାଗାରେ ଆପଣଙ୍କର ଅଧିକ କଳା ଦାଗ ରହିଛି ସେହି ଜାଗାରେ ଅଧିକ ସମୟ ମସାଜ କରନ୍ତୁ ଯାହାଫଳରେ ତାହା ଦୂର ହୋଇଯିବ । ଆପଣ ଏହାକୁ ନିଜ ବେକରେ ମଧ୍ୟ ଲଗାଇ ମସାଜ କରନ୍ତୁ । ନଚେତ ଆପଣଙ୍କ ମୁହଁର ଏକ ରଙ୍ଗ ଆଉ ବେକର ଏକ ରଙ୍ଗ ହୋଇଯିବ । ଯଦି ଆପଣ ନିଜର ପୁରା ଶରୀରକୁ ଉଜ୍ଵଳ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ଗାଧୋଇବା ପୂର୍ବରୁ ଆପଣଙ୍କ ପୁରା ଶରୀରରେ ଏହି ମାସ୍କକୁ ଭଲ ଭାବରେ ଲଗାଇ ମସାଜ କରନ୍ତୁ ।

ଏହାଫଳରେ ଆପଣଙ୍କ ଶରୀର ପୁରା ସ୍କିନ ଚମକିବାକୁ ଲାଗିବ । ପାଖାପାଖି ଦୁଇ ମିନିଟ ପର୍ଯ୍ୟନ୍ତ ଆପଣ ଏହାକୁ ମସାଜ କରିବା ଆବଶ୍ୟକ ହୋଇଥାଏ । ମସାଜ କରିବା ପରେ ଆପଣ ସେହିଭଳି ଭାବରେ ୨୦ ମିନିଟ ପର୍ଯ୍ୟନ୍ତ ସେମିତି ନିଜ ମୁହଁରେ ଛାଡିଦିଅନ୍ତୁ । ଏହାପରେ ନିଜ ମୁହଁକୁ ଧୋଇନିଅନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *