Ajira Anuchinta- କେଉଁ ନାରୀଙ୍କ ଶରୀରରେ ମା ଲକ୍ଷ୍ମୀ ରହିଥାନ୍ତି ଓ କେଉଁ ପୁରୁଷଙ୍କୁ ମା’ ଲକ୍ଷ୍ମୀ ଘୃଣା କରନ୍ତି ?

ନମସ୍କାର ବନ୍ଧୁଗଣ, ନାରୀମାନଙ୍କୁ ସାକ୍ଷାତ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ମନାଯାଇଥାଏ । ଗୋଟିଏ ଘର ପାଇଁ ନାରୀ ସାଜିଥାଏ ଲକ୍ଷ୍ମୀ । ଯଦି ନାରୀର ଲକ୍ଷଣ ସଂସ୍କାରୀ ଏବଂ ଭଲ ହୋଇଥାଏ ତେବେ ତାଙ୍କ ଉପରେ  ମାତା ଲକ୍ଷ୍ମୀଙ୍କ କୃପା ରହିଥାଏ ଯାହାଦ୍ୱାରା ଘର ସୁଖ ଶାନ୍ତିରେ ଭରିଯାଏ । କିନ୍ତୁ ସମସ୍ତ ନାରୀଙ୍କ ଭିତରେ ମାତା ଲକ୍ଷ୍ମୀଙ୍କ ବାସ ନଥାଏ । ତେଣୁ ଆଜି ଆମେ ଆପଣମାନଙ୍କୁ ଜଣାଇବା ପାଇଁ ଯାଉଛୁ ସେହି ନାରୀଙ୍କ ସମ୍ପର୍କରେ ଯେଉଁ ନାରୀଙ୍କ ଶରୀରରେ ମାତା ଲକ୍ଷ୍ମୀ ରହିଥାନ୍ତି ଏବଂ କେଉଁ ପୁରୁଷଙ୍କୁ ମାତା ଘୃଣା କରନ୍ତି ।

ନାରୀ ମାନଙ୍କ ମଧ୍ୟରେ ଚାରୋଟି 4ଟି ଜାତି ରହିଛି । ସେହି 4ଜାତି ହେଉଛି, ହସ୍ତିନୀ, ଚିତ୍ରିଣୀ, ଶଙ୍ଖିନୀ ଓ ପଦ୍ମିନୀ । ପଦ୍ମିନୀ ଜାତୀୟ ନାରୀଙ୍କ ପାଖରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି । ଯେଉଁ ନାରୀ ସବୁବେଳେ ପରିଷ୍କାର ବସ୍ତ୍ର ପରିଧାନ କରିବା ସହ ନିଜକୁ ସୁବେଶରେ ସର୍ବଦା ସଜାଇ ରଖିଥାଏ ସେହି ନାରୀ ମାତା ଲକ୍ଷ୍ମୀଙ୍କର ପ୍ରିୟ ହୋଇଥାଏ ।

ନିଜ ପାଖରେ ଥିବା ଗହଣା ଅଳଙ୍କାର ପିନ୍ଧିବା ଥିବା ନାରୀ ମାତା ଲକ୍ଷ୍ମୀଙ୍କ ପାଇଁ ପ୍ରିୟ ପାତ୍ରୀ ହୋଇଥାନ୍ତି । ଅନ୍ୟ କୌଣସି ନାରୀର ବେକର ହାର ମାଗି ଆଣି ପିନ୍ଧୁଥିବା ମହିଳାକୁ ମାତା ଲକ୍ଷ୍ମୀ ପସନ୍ଦ କରିନଥାନ୍ତି । କେବେ ମଧ୍ୟ ଅଳସ ନ ହୋଇ ଯେଉଁ ନାରୀ ସଦା ସର୍ବଦା ଚଳ ଚଞ୍ଚଳ ରହୁଥିବା ବ୍ୟକ୍ତିଙ୍କୁ ମାତା ଭଲ ପାଇଥାନ୍ତି ।

ଶୁକ୍ରବାର ଦିନ ଯିଏ ନିଜ ଶରୀରରେ ବା କେଶରେ ତେଲ ଲଗାଇନଥାନ୍ତି ଏବଂ ରବିବାର ଦିନ ଯେଉଁମାନେ ଆମିଷ ସେବନ କରନ୍ତି ନାହିଁ ସେମାନଙ୍କୁ ମାତା ଲକ୍ଷ୍ମୀ ଭଲ ପାଇଥାନ୍ତି । ପର ନାରୀ ଉପରେ ଯେଉଁ ପୁରୁଷ ଖରାପ ନଜର ପକାଏ ସେଭଳି ପୁରୁଷକୁ ମାତା ଲକ୍ଷ୍ମୀ ଘୃଣା କରନ୍ତି । ସେଭଳି ପୁରୁଷଙ୍କ ପାଖରେ ବା ଘରେ ମା କେବେ ମଧ୍ୟ ରହିନଥାନ୍ତି ।

ସୂର୍ଯ୍ୟ ଉଦୟ ପରେ ଏବଂ ସନ୍ଧ୍ୟା ସମୟରେ ଯଦି କେହି ଗାଢ ନିଦରେ ଶୋଇଥାନ୍ତି ତେବେ ମାତା ଲକ୍ଷ୍ମୀ ତାଙ୍କୁ ଭଲ ପାଇନଥାନ୍ତି । ବିନା ବସ୍ତ୍ରରେ ଶୋଇ ରହୁଥିବା ନାରୀ ଏବଂ ପୁରୁଷ ମାତା ଲକ୍ଷ୍ମୀଙ୍କ ପାଇଁ ଘୃଣାର ପାତ୍ର ହୋଇଥାନ୍ତି । ଏବଂ ସେମାନେ ଲକ୍ଷ୍ମୀ ଛଡା ହୋଇଯାଇଥାନ୍ତି । ସକାଳ ଓ ସନ୍ଧ୍ୟା ସମୟରେ ଭଗବାନଙ୍କ ପୂଜା ଅର୍ଚ୍ଚନା କରାଯାଏ ତେଣୁ ଏହି ସମୟରେ ଯଦି କେହି ସ୍ଵାମୀ ସ୍ତ୍ରୀ ଶାରୀରିକ ସମ୍ବନ୍ଧ ରଖନ୍ତି ତେବେ ମାତା ଲକ୍ଷ୍ମୀ ସେମାନଙ୍କ ଉପରେ ରୁଷ୍ଟ ହୋଇଯାନ୍ତି ।

ଯେଉଁ ନାରୀ ସର୍ବଦା ସ୍ଵାମୀ ଉପରେ କଟୁ କହିଥାଏ ସ୍ଵାମୀଙ୍କୁ ସେହି ନାରୀଙ୍କ ଘରେ ମାତା କେବେ ମଧ୍ୟ ବାସ କରନ୍ତି ନାହିଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *