କେଉଁ ଜିନିଷ ଠାକୁରଙ୍କ ପଛରେ ରଖିବା ଦ୍ଵାରା ସବୁ ମନସ୍କାମନା ପୂର୍ଣ୍ଣ ହୁଏ ? ଏହା ସହିତ ପଢନ୍ତୁ ଆଜିର ଆହୁରି 20 ଟି Anuchinta

ନମସ୍କାର ବନ୍ଧୁଗଣ, ଜୀବନରେ ସୁଖ ସୁବିଧାରେ ବଞ୍ଚିବା ପାଇଁ ହେଲେ ସର୍ବ ପ୍ରଥମେ ନିଜ କର୍ମ ଉପରେ ଧ୍ୟାନ ଦେବା ଦରକାର । ଏହାପରେ ଠାକୁରଙ୍କ ନୀତି କାନ୍ତି । ଯଦି ଦୁଇଟି ଯାକ କାର୍ଯ୍ୟ ଆପଣ ଠିକ ଭାବରେ କରନ୍ତି ତେବେ ଆପଣଙ୍କ ଜୀବନରେ ସମସ୍ୟା ଆସିନଥାଏ । ଆପଣଙ୍କ ଉପରେ କୌଣସି ଅସୁବିଧା ନ ଆସିବା ପାଇଁ ହେଲେ ଆପଣଙ୍କୁ ବାସ୍ତୁ ଦୋଷ ଉପରେ ଧ୍ୟାନ ଦେବା ଉଚିତ ହୋଇଥାଏ ।

ତେବେ ଆଜି ଆମେ ଆପଣ ମାନଙ୍କୁ ସେହିଭଳି କିଛି କଥା କହିବା ପାଇଁ ଯାଉଛୁ ଯାହାକୁ ଧ୍ୟାନରେ ରଖିବା ଦ୍ଵାରା ସମସ୍ୟା ଆସିନଥାଏ । 1- ମହିଳାମାନେ କେବେ ମଧ୍ୟ ଘରର ମୁଖ୍ୟ ଦ୍ଵାରା ସାମ୍ନାରେ ବସିବା ଉଚିତ ନୁହେଁ । ଘରର ମୁଖ୍ୟଦ୍ଵାରରେ ବସି ଖାଦ୍ୟ ଖାଇବା ମଧ୍ୟ ଅନୁଚିତ । ଏହାକୁ ଅଶୁଭ ମନାଯାଏ । 2- ମହିଳାମାନେ ସନ୍ଧ୍ୟା ସମୟରେ ନିଜର ଚୁଟି ଖୋଲା କରିବା ଉଚିତ ନୁହେଁ ।  ଏହା ଆପଣଙ୍କ ପାଇଁ ଅଶୁଭ ହେବା ସହିତ ଅମଙ୍ଗଳକାରୀ ହୋଇଥାଏ ।

3- ଅଭାବୀ ଲୋକମାନଙ୍କୁ ଅନ୍ନ କିମ୍ବା ଖାଦ୍ୟ ଶସ୍ୟ ଦାନ କରିବା ଦ୍ଵାରା ବହୁତ ମଙ୍ଗଳ ହୋଇଥାଏ ଆପଣଙ୍କର । ଏହାସହିତ ଆପଣଙ୍କ ଘରେ କେବେ ବି ଧନର ଅଭାବ ହୋଇନଥାଏ । 4- ଯଦି ଜ୍ଞାନ ଗୁଣ ଥାଇ ମଧ୍ୟ ଭଗ୍ୟ ସାଥ ଦେଉନଥାଏ ଏବଂ ସମୟ ଅନୁକୂଳ ରହୁନଥାଏ ତେବେ ଆପଣ ଶନିବାର କଳାଖସା ଦାନ କରିବା ଦ୍ଵାରା ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ।

5- ଯଦି ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ମତାନ୍ତର ବାରମ୍ବାର ଦେଖା ଦେଉଥାଏ ତେବେ ସୋମବାର ଦିନ ଆପଣ ମହାଦେବଙ୍କୁ ଗୁଡ ଅର୍ପଣ କରିବା ଦ୍ଵାରା ତାହା ଦୂର ହୋଇଥାଏ । 6- ସୋମବାର ଦିନ କୌଣସି ପାତ୍ରରେ ଲୁଣ ରଖି ଦାନ କରିବା ଦ୍ଵାରା ଆପଣଙ୍କର ମଙ୍ଗଳ ହୋଇଥାଏ । ଏବଂ ଆପଣଙ୍କ ଜୀବନରେ ଥିବା ଦୁଃଖ କଷ୍ଟ ଦୂର ହୋଇଥାଏ ।

7- ଯଦି ଆପଣଙ୍କର କୌଣସି ମନସ୍କାମନା ପୂରଣ ହେଉନଥାଏ ତେବେ ଆପଣ ଗୁରୁବାର ଦିନ ଖଣ୍ଡିଏ କାଗଜରେ ଅଳ୍ପ ହଳଦୀ ରଖି ତାହାକୁ ପୁଡିଆ କରି ଠାକୁରଙ୍କ ପଛ ପଟେ ରଖିଦିଅନ୍ତୁ । ଏହାଫଳରେ ଆପଣଙ୍କ ମନର ଇଚ୍ଚା ପୁରା ହୋଇଥାଏ । 8- ପ୍ରତ୍ୟକ ଦିନ ମାତା ଲକ୍ଷ୍ମୀଙ୍କୁ ବେଲପତ୍ର ଅର୍ପଣ କରିବା ଦ୍ଵାରା ଆପଣଙ୍କର କଲ୍ୟାଣ ହୋଇଥାଏ । ଏବଂ ସୁଖ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ।

9- ଗୁରବାର ଦିନ ଘରର ମୁଖ୍ୟ ଦ୍ଵାର ସମ୍ମୁଖରେ ସ୍ଵାସ୍ଥିକ ଚିହ୍ନ ଆଂକିବା ଦ୍ଵାରା ମଙ୍ଗଳ ହୋଇଥାଏ । ଏବଂ ଆପଣଙ୍କ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ଘରର ମୁଖଦ୍ଵାରରେ ଭଗବାନ ଗଣେଶଙ୍କ ଫଟୋ ରଖିବା ଉଚିତ କିନ୍ତୁ ଅନ୍ୟ ଦେବାଦେବୀଙ୍କ ଫଟୋ ରଖିବା ଉଚିତ ନୁହେଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ବ୍ଭାଳ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି  ଭୁଲିବେନି ।

Leave a Reply

Your email address will not be published. Required fields are marked *