Health Tips- କାହିଁକି ହୁଏ ହାର୍ଟ ଆଟାକ ? ଜାଣନ୍ତୁ ଏହାର ଲକ୍ଷଣ ଓ ନିରାକରଣ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ହୃତପିଣ୍ଡ ହେଉଛି ଏକ ପମ୍ପିଙ୍ଗ ମେସିନ । ଶରୀରର ପ୍ରତ୍ଯେକ ଅଙ୍ଗକୁ ଏହା ରକ୍ତ ପହଞ୍ଚାଇଥାଏ । ମଣିଷର ହାର୍ଟ ଏକ ମାଂଶ ପିଣ୍ଡୁଳା ସଦୃଶ, ଏହା ୪ ପ୍ରକୋଷ୍ଠ ବିଶିଷ୍ଟ । ଫୁସଫୁସରେ ରକ୍ତ ବିଶୁଦ୍ଧ ହେବା ପରେ ସଂପୂର୍ଣ୍ଣ ଶରୀରକୁ ହୃତପିଣ୍ଡ ରକ୍ତ ପଠାଇଥାଏ । ଶରୀରରେ ରକ୍ତ ପ୍ରବାହିତ ବନ୍ଦ ହେଲେ କୋଷ ଓ ଟିସୁ ମରିଯାଇଥାଏ । ଯାହା ଫଳରେ ମଣିଷର ମୃତ୍ୟୁ ହୋଇଥାଏ । ତେଣୁ  ଆମ ଶରୀରର ହୃତପିଣ୍ଡ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ହୃତପିଣ୍ଡ ଜନିତ ଅନେକ ରୋଗ ରହିଅଛି ।

ବଂଶଗତ କରଣରୁ ପ୍ରାୟତଃ ଲୋକଙ୍କୁ ହାର୍ଟ ସମସ୍ଯା ଆସିଥାଏ । ଆଣ୍ଠୁ ଗଣ୍ଠି କାରଣ, ଉଚ ରକ୍ତଚାପ ଓ  ଡାଇବେଟିସ ରୁ ମଧ୍ୟ ହୃଦ ରୋଗ ହେବାର ଆଶଙ୍କା ରହିଥାଏ । ଅଧିକ ଚର୍ବି ଜାତୀୟ ଖାଦ୍ୟ ଖାଇଲେ ଇସକେମିକ ହାର୍ଟ ରୋଗ ହୋଇଥାଏ । ହୃତପିଣ୍ଡର ମାଂସପେଶୀ ଦୁର୍ବଳ ହେଲେ ମାଇକାର୍ଡିଆଲ ରୋଗ ହୋଇଥାଏ । ହୃତପିଣ୍ଡର ଉପରି ଭାଗରେ ପାଣି ଜମିଲେ ତାହାକୁ ପେରିକାର୍ଡିଆଲ ଡିଜିଜ୍ କୁହାଯାଇଥାଏ ।

ଧୂମପାନ, ମଦ୍ୟପାନ କିମ୍ବା ଅଧିକ ଚର୍ବି ଜାତୀୟ ଖାଦ୍ୟ ଖାଇଲେ ହାର୍ଟ ଜନିତ ସମସ୍ଯା ବାହାରିଥାଏ । ନାଭିର ଉପର ଓ ମାଢିର ତଳ ମଧ୍ୟରେ ଯନ୍ତ୍ରଣାକୁ ହାର୍ଟ ଆଟାକ ବୋଲି ଧରାଯାଇଥାଏ । ହାର୍ଟ ଆଟାକ ହେବାର ଥିଲେ, ତାହା କିଛି ଦିନ ଆଗରୁ କିଛି ଲକ୍ଷଣମାନ ପ୍ରକାଶ ପାଇବ । ତାହାର ଲକ୍ଷଣ ହେଉଛି ମୁଣ୍ଡ ବୁଲାଇବ, ଝାଳ ବୋହିବ, ହୃଦ ସ୍ପନ୍ଦନ ବଢିଯିବ, ବ୍ୟକ୍ତି ଆଗ ଭଳି ବେଶି ସମୟ ଚଲାବୁଲା କରିପାରିବ ନାହିଁ ।

ଧଇଁସଇଁ ହୋଇପଡିବ ଓ ଛାତିର ଧକଧକ ଜୋରସେ ବଢିଯିବ । ପୂର୍ବ ଭଳି ଦେହରେ ସମର୍ଥତା ହିସାବରେ କାମ କରିପାରିବେନି । ବ୍ୟକ୍ତି ଅଧିକ ଚିନ୍ତାଗ୍ରସ୍ତ ହେଲେ ତାହାର ରକ୍ତନାଳୀରେ ଥିବା ଚର୍ବି ଫାଟିଜାଇଥାଏ । ସେଠାରେ ରକ୍ତ ଜମାଟ ବାନ୍ଧି ରକ୍ତ ସଂଚାଳନ ବନ୍ଦ ହୋଇଯାଏ । ଫଳରେ ବ୍ୟକ୍ତିକୁ ହାର୍ଟ ଆଟାକ ଆସିଥାଏ । ଏହି ସମୟରେ ହାର୍ଟ  ୨୦ ମିନିଟ ପାଇଁ ରକ୍ତ ସଞ୍ଚାଳନକୁ ବନ୍ଦ ରଖିପାରିବ ।

ହୃତପିଣ୍ଡ ବଞ୍ଚିବା ପାଇଁ ମଧ୍ୟ ନିଜସ୍ୱ ରକ୍ତ ସଂଚାଳନ ବ୍ୟବସ୍ତା ରହିଛି । ଏଥିରେ କୋଲେଷ୍ଟ୍ରଲ୍ ଜମା ହେଲେ ରକ୍ତ ସଂଚାଳନ ଠିକ ଭାବରେ ହୋଇପାରେ ନାହିଁ । ଫଳରେ ହାର୍ଟ ଆଟାକ ହୋଇଥାଏ । କୌଣସି କାର୍ଯ୍ୟ କରୁଥିବା ସମୟରେ ଯଦି ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ତେବେ ଏହାକୁ ଲୁଚାଇ ରଖନ୍ତୁ ନାହିଁ । ଯଥା ଶୀଘ୍ର ଏହି ବିଷୟରେ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ ।

ଛାତିରେ ଯନ୍ତ୍ରଣା ଅଧିକାଂଶ ହେଲେ, ଯଦି ଏହାର ସଠିକ ଚିକିତ୍ସା କରାନଯାଏ । ତେବେ ୫୦ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ମୃତ୍ୟୁ ହେବାର ସମ୍ଭାବନା ରହିଥାଏ । ହାର୍ଟ ଆଟାକ ନହେବା ପାଇଁ ଯଦି ଆପଣଙ୍କର ଉଚ ରକ୍ତଚାପ ରହୁଛି, ତେବେ ଏହାକୁ ନିୟନ୍ତ୍ରଣ କରିବାକୁ ପଡିବ । ଫଳରେ ଏହା ହାର୍ଟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଡାଇବେଟିସ ଥିଲେ ତାକୁ ନିୟନ୍ତ୍ରଣରେ ରଖିବେ । ପ୍ରତିଦିନ ଯୋଗ, ବ୍ୟାୟାମ କରିବେ । ଧୂମପାନ ଓ ମଦ୍ୟପାନରୁ ନିଜକୁ ସବୁବେଳେ ଦୂରରେ ରଖନ୍ତୁ, ଏହାଦ୍ବାରା ଆପଣଙ୍କର ହାର୍ଟ ଆଟାକ ହେବାର ସମ୍ଭାବନା ବହୁତ କମ୍ ରହିବ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *