Vastu Tips- ଯେଉଁ ଘରେ ଥାଏ ଏହି 5 ଟି ଜିନିଷ, ସେହି ଘରକୁ କେବେ ବି ଛୁଇଁ ପାରେ ନାହିଁ ଦରିଦ୍ରତା, ହେଇଥାଏ ଧନବର୍ଷା

ଦରିଦ୍ରରୁ ଦରିଦ୍ର  ବ୍ୟକ୍ତି ଧନି ହୋଯାଇଥାଆନ୍ତି । ଯଦି ନିଜ ପାଖରେ ଏହି ପାଞ୍ଚୋଟି ଜିନିଷ ରଖିବେ । କିନ୍ତୁ ଆପଣ କଥାରେ ବିଶ୍ବାସ ରଖନ୍ତୁ ।

ବିଶ୍ବାସରୁ ହିଁ ଦୁନିଆ ଠିଆ ହୋଇଥାଏ । ଭରସା ହିଁ ଶକ୍ତି ଓ ଭରଷା ହିଁ ମନୁଷ୍ୟର ସତ୍ୟତା ଅଟେ । ବର୍ତମାନ ଦୁନିଆରେ ଲୋକମାନେ ବିଭିନ୍ନ ଷ୍ଟାଇଲ ରେ ରହିବାକୁ ପସନ୍ଦ କରିଥାଆନ୍ତି ।

କିନ୍ତୁ ସେଥିରେ ଏମିତି ବି ଲୋକ ଅଛନ୍ତି ନିଜର ଜୀବନରେ ଭଲ ଭାବରେ ରହିପାରନ୍ତି ନାହିଁ । ଏହାର ଗୋଟେ ମାତ୍ର କାରଣ ହେଉଛି ବାସ୍ତୁ ଦୋଷ । ଘରେ ଭୁଲ ବାସ୍ତୁ ଦୋଷ ଥିଲେ ଲୋକମାନେ ଗରିବ ହୋଇଯାଇଥାଆନ୍ତି ।  ଆଜି ଆମେ ଏଭଳି ପଞ୍ଚୋଟି ଜିନିଷ ବିଷୟରେ କହିବୁ । ଯାହା ଦ୍ଵାରା ଜୀବନଟା ସୁଧୁରିଯିବ । ଆପଣ ମାନେ ବିଶ୍ଵାସ ରଖନ୍ତୁ ଯେ ମନରୁ କରିଥିବା କାର୍ଯ୍ୟଟି ସଫଳ ହେବ । ଚାଲନ୍ତୁ ଜାଣିବା ସେହି ପଞ୍ଚୋଟି ଜିନିଷ ଯାହାକି ଦେବୀ ଲକ୍ଷ୍ମୀ ଆପଣଙ୍କ ଘରେ ସବୁବେଳେ ପାଇଁ ରହିଯିବେ ।

୧ – ଗଣେଶ

ଯେଉଁ ବ୍ୟକ୍ତି ଭଲ ମନରେ ଗଣେଶ ଭଗବାନଙ୍କୁ ପୂଜା କରିଥାଆନ୍ତି ତାଙ୍କ ଜୀବନରେ କେବେ ହେଲେ ସମସ୍ୟା ଆସି ନ ଥାଏ । ସେଥିପାଇଁ ଗଣେଶ ଭଗବାନଙ୍କୁ ବିଘ୍ନ ହର୍ତା କହିଥାଆନ୍ତି । ଧନ ଓ ସୁଖକୁ ପ୍ରାପ୍ତି କରିବା ପାଇଁ ହେଲେ ନୃତ୍ୟ କରୁଥିବା ଗଣେଶ ପ୍ରତିମା ଘରକୁ ଆଣିଲେ ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଗଣେଶଙ୍କର ପ୍ରତିମା ଘରର ମୁଖ୍ୟ ଦ୍ଵାରରେ ରଖିଲେ ବହୁତ ଭଲ ହୋଇଥାଏ । ଯେତେବେଳ ଆପଣ ସକାଳୁ ଉଠିବେ ଆଗେ ଗଣେଶ ଭଗବାନଙ୍କୁ ପୂଜା କରିବେ । ଏହା କରିବା ଦ୍ଵାରା ବିଗିଡି ଯାଇଥିବା କାମ ଠିକ ଠାକ ହୋଇଯିବ  ।

୨ – ବଇଁଶୀ

ବଇଁଶୀ ଘରେ ରଖିବା ଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଥାଏ । ଘରେ ରୂପାର ବଇଁଶୀ ରଖିବା ଦ୍ୱାରା ଆର୍ଥିକ ପରିସ୍ଥିତିରେ ସୁଧାର ଆସେ । ବଇଁଶୀ ଘରେ ରଖିବା ଦ୍ୱାରା ଘରେ ଲକ୍ଷ୍ମୀଙ୍କର ବାସ ହୋଇଥାଏ ଓ ଘରୁ ସବୁ ନକରାତ୍ମକ ପ୍ରଭାବ ଦୂର ହୋଇ ଘରେ ସକରାତ୍ମକ ପ୍ରଭାବ ବୃଦ୍ଧି ହୋଇଥାଏ ।

୩ – ଶଙ୍ଖ

ଶଙ୍ଖ ଦ୍ୱାରା ବାସ୍ତୁ ଦୋଷ ଦୂର କରାଯାଇଥାଏ । ଯେଉଁ ଘରେ ନିୟମିତ ଶଙ୍ଖ ବାଜିଥାଏ ସେଠାକାର ପରିବେଶ ଶୁଦ୍ଧ ହୋଇଯାଏ । ଯେଉଁ ଘରର ଠାକୁର ଘରେ ଦାକ୍ଷିଣାବର୍ତୀ ଶଙ୍ଖ ଥାଏ ସେଠାରେ କେବେବି ଧନର କୌଣସି ସମସ୍ୟା ରହି ନଥାଏ । ଶଙ୍ଖ କୁ ଲାଲ ରଙ୍ଗର କପଡ଼ାରେ ଗୁଡ଼ାଇ ପୂଜା ଘରେ ରଖୀ ପୂଜା କରିବା ଉଚିତ ।

୪ – ଦେବୀ ଲକ୍ଷ୍ମୀ ଓ କୁବେର ମୂର୍ତି

ଘରେ ଲକ୍ଷ୍ମୀଙ୍କ ପ୍ରତିମା ସହ କୁବେରଙ୍କର ପ୍ରତିମା ରଖିବା ଉଚିତ ଏହାଦ୍ୱାରା ଘରେ ଧନ ବୃଦ୍ଧି ହୋଇଥାଏ । କୁବେର ଦେବତା ଉତ୍ତର ଦିଗର ସ୍ୱାମୀ ଅଟନ୍ତି । ଏଥି ପାଇଁ କୁବେର ଦେବତାଙ୍କୁ ସବୁବେଳେ ଘରର ଉତ୍ତର ଦିଗରେ ରଖିବା ଉଚିତ ।

୫ – କର୍ପୂର

ବାସ୍ତୁ ଦୋଷ ଦୂର କରିବା ପାଇଁ ତଥା ଧନ ସମ୍ପତ୍ତି ସମ୍ବନ୍ଧୀୟ ବୃଦ୍ଧି ପାଇଁ ଘରର ମଧ୍ୟ ଭାଗରେ ନିଅମିତ କର୍ପୂର ଜଳାଇବା ଉଚିତ । ଏହାଦ୍ୱାରା ଘରେ ନକରାତ୍ମକ ପ୍ରଭାବ ଦୂର ହୋଇ ଘରେ ସକରାତ୍ମକ ପ୍ରଭାବ ବୃଦ୍ଧି ହୋଇଥାଏ । ଆପଣଙ୍କର ସବୁ ବିଗିଡିଯାଇଥିବା କାର୍ଯ୍ୟ ମଧ୍ୟ ଠିକ ଭାବରେ ହୋଇଥାଏ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *