ବନ୍ଧୁଗଣ ସାଧାରଣତଃ ସମସ୍ତ ମଣିଷଙ୍କୁ କିଛି ଗୁରୁତ୍ଵପୂର୍ଣ୍ଣ କଥା ଗୁଡିକର ପାଳନ କରିବା ଉଚିତ । ଏହା ଦ୍ଵାରା ମଣିଷ ଜୀବନ ସୁଖ ସମୃଦ୍ଧିରେ ଭରିଯିବ ।
ଏହା ସହିତ ମଣିଷକୁ କେବେହେଲେ କୌଣସି ସମସ୍ଯାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆଜିର କିଛି ଅନୁଚିନ୍ତା ବିଷୟରେ ।
୧. ଲେମ୍ବୁରସ ସହିତ ସୋରିଷ ତେଲ ମିଶାଇ ପାଦରେ ମାଲିସ କରିଲେ ଭଲ ନିଦ ହୋଇଥାଏ ।
୨. ଯଦି ଆପଣଙ୍କର ଚୁଟି ପାଚୁଛି ତା ହେଲେ ଆପଣ ହିଡାମିଚା ଶାଗ ଦୁଇ ମାସ ଖାନ୍ତୁ ଆପଣଙ୍କ ଚୁଟି ପାଚିବା ବନ୍ଦ ହୋଇଯିବ ।
୩. ଶ୍ଵାସ ବଢିଗଲେ ପାଚିଲା କଦଳୀକୁ ଗରମ କରି ଗୋଲ ମରୀଚ ମିଶାଇ ଖାଇଲେ ଆରମ ମିଳିଥାଏ ।
୪. କବାଟକୁ କେବେ ଗୋଡ ମାରି ଖୋଲନ୍ତୁ ନାହିଁ କିମ୍ବା ବନ୍ଦ କରନ୍ତୁ ନାହିଁ । ଏହା ଦ୍ଵାରା ମାନସିକ ସ୍ଥିତି ବିଗିଡି ଯାଇଥାଏ ।
୫. ସ୍ତ୍ରୀ ଲୋକ ଘରର ଦୁଆର ମୁହଁକୁ ଲାଗି କରି ଖାଇଲେ ଦରିଦ୍ରତା ବୃଦ୍ଧି ହୋଇଥାଏ ।
୬. ଝାଡୁକୁ ଘରର ଦକ୍ଷିଣ ପଶ୍ଚିମ କୋଣରେ ରଖନ୍ତୁ ଏବଂ ଲୁଚାଇକରି ରଖନ୍ତୁ ।
୭. ଠାକୁର ଘରେ କାଳୀ, ଶନି, ଭୈରବ ଓ ନଟରାଜ ଫଟୋ ବା ମୂର୍ତ୍ତିକୁ ରଖନ୍ତୁ ନାହିଁ ।
୮. ରୁଟି କରି ସାରିବା ପରେ ରୁଟି କେବେ ଗଣନ୍ତୁ ନାହିଁ ଏବଂ ହଟକେଶ କେବେ ଖାଲି ରଖନ୍ତୁ ନାହିଁ ।
୯. ଶିବଙ୍କୁ ପୂଜା କରିବା ବେଳେ କେବେହେଲେ ଶଙ୍ଖ ବଜାନ୍ତୁ ନାହିଁ ।
୧୦. ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ବେଳେ ତମ୍ବାପତ୍ର ବ୍ୟବହାର କଲେ ମଙ୍ଗଳ ହୋଇଥାଏ ।
୧୧. ବିବାହିତ ସ୍ତ୍ରୀ ଲୋକ ମାନେ ନିଜର କାଜଲ, ବିନ୍ଦି, ସିନ୍ଦୁର, ପାଉଁଜି ଓ ମେହେନ୍ଦିକୁ ଅନ୍ୟକୁ ଦିଅନ୍ତୁ ନାହିଁ ବା ପିନ୍ଧାନ୍ତୁ ନାହିଁ । କାରଣ ଏହା ଦ୍ଵାରା ସ୍ଵାମୀଙ୍କର ଆକର୍ଷଣ କମି ଯାଇଥାଏ ।
୧୨. ଖସା ଲଡୁ ଓ ତୁଳସୀ ଦ୍ଵାରା ଶିବଙ୍କ ପୂଜା କରନ୍ତୁ ନାହିଁ । ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ ।
୧୩. ରାତିରେ ପଇଡ ଏବଂ କଇଥ ଖାନ୍ତୁ ନାହିଁ । ଏହା ଅମଙ୍ଗଳ ହୋଇଥାଏ ।
୧୪. ରାତ୍ରି ସମୟରେ କେବେ ଅଶ୍ବସ୍ତ ବୃକ୍ଷ ମୂଳରେ ଠିଆ ହୁଅନ୍ତୁ ନାହିଁ ।
୧୫. ଗାଧୋଇବା ସମୟରେ ସବୁବେଳେ ପୂର୍ବ ଦିଗକୁ ମୁହଁ କରି ଗାଧାନ୍ତୁ ଏହା ମଙ୍ଗଳ ହୋଇଥାଏ ।
୧୬. ସୁବର୍ଣ୍ଣ, ଭୂମି ଓ କନ୍ୟା ଦାନ କଲେ ପୁରାତନ ବ୍ୟାଧି ଦୂର ହୋଇଥାଏ ।
୧୭. କଣ୍ଠ ସ୍ଵର ମଧୁର କରିବାକୁ ହେଲେ କଅଁଳିଆ ମୂଳା ଖାଇବା ଉଚିତ ।
୧୮. ଧାତୁ ନଷ୍ଟ ହେଉଥିଲେ ଆପଣ ସୋଲାକୁ ପଣିରେ ବତୁରାଇ ସାତ ଦିନ ଖାନ୍ତୁ ।
୧୯. ଅର୍ଦ୍ଧ ନାରୀଶ୍ଵର ସ୍ତୋତ୍ରମ ପାଠ କଲେ ସନ୍ତାନ ପ୍ରାପ୍ତି କାମନା ପୂରଣ ହୋଇଥାଏ ।
୨୦. ସ୍ତ୍ରୀ ସ୍ଵାମୀର ନାମ ଧରି ନ ଡାକିଲେ ସ୍ବାମୀର ଲମ୍ବା ଆୟୁଷ ହୋଇଥାଏ । ସେଥିପାଇଁ ସ୍ତ୍ରୀ ସ୍ବାମୀର ନାଁ ଧରେ ନାହିଁ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ