ଜଲଦି ପତଳା ହେବା ଓ ପେଟ ଭିତରକୁ କରିବାର ଆୟୁର୍ବେଦିକ ଔଷଧ ! ପ୍ରତିଦିନ କେବଳ ଗୋଟିଏ ଚୁଟକି…

ନମସ୍କାର ବନ୍ଧୁଗଣ ତେବେ ଆମ୍ଭେ ମାନେ ଏପରି କିଛି ଅଜାଣତରେ ଭୁଲ କରିଥାଉ ନିଜର ଦୈନଦିନ ଜୀବନରେ ଯାହାର ଫଳ ରେ ଆମକୁ ପରେ ବିଭିନ୍ନ ରୋଗ ହୋଇ ଥାଏ । ଆମେ ମାନେ ଖାଦ୍ୟ ଖାଇବା ର ସାଙ୍ଗେ ସାଙ୍ଗେ ପାଣି ପିଇଥାଉ । କିନ୍ତୁ ଖାଦ୍ୟ ଖାଇବାର ୧.୩୦ ଘଣ୍ଟା ପର୍ଯ୍ୟନ୍ତ ପାଣି ପିଇବା ଉଚିତ ନୁହେଁ । ଆମେ ସମସ୍ତେ ସାଧାରଣ ଭାବେ ପାଣି କିପରି ପିଇଥାଉ ଗୋଟିଏ ଗ୍ଲାସ ପାଣି ନେଉ ଏହାକୁ ମୁହଁରେ ଲଗାଇ ସଙ୍ଗେ ସଙ୍ଗେ ପିଇ ଦେଉ ।

ତେବେ ଅନେକ ଲୋକ ଅଛନ୍ତି ଯେଉଁମାନେ ଗ୍ଲାସକୁ ଉପରକୁ କରି ଉପରୁ ପାଣି ଢାଳି ପିଅନ୍ତି କିନ୍ତୁ ଏପରି କରିବା ଦ୍ୱାରା ଆପଣଙ୍କ ଶରୀରରେ ତିନୋଟି ରୋଗ ନିଶ୍ଚୟ ହେବ । ପ୍ରଥମ ଆପେଣ୍ଡିକ୍ସ, ହାର୍ନିଆ, ହାଇଡ୍ରୋସେଲ । ହାର୍ନିଆ ସବୁଠାରୁ ଅଧିକା ସେହି ଲୋକମାନଙ୍କୁ ଆସିଥାଏ ଯେଉଁମାନେ ପୁରା ଏକ ନିଶ୍ୱାସ ରେ ସବୁ ପାଣି ପିଇଥାନ୍ତି । ହାଇଡ୍ରୋସେଲ ବୟସ ବୃଦ୍ଧି ବେଳେ ଦେଖା ଯାଇଥାଏ ବିଶେଷ ଭାବେ ଏହା ପୁରୁଷଙ୍କ ଠାରେ ଦେଖାଯାଏ ।

ତେବେ ହାଇଡ୍ରୋସେଲ କେବଳ ପୁରୁଷ ମାନଙ୍କୁ ହୋଇ ଥାଏ । ହାର୍ନିଆ ମହିଳା ମାନଙ୍କୁ ହୋଇଥାଏ । ପାଣି ପିଇବା ର ଉତ୍ତମ ଉପାୟ ଆୟୁର୍ବେଦିକ ରେ କୁହା ଯାଇଛି । ଯେପରି ଆପଣ ଚାହା ପିଅନ୍ତି, ଯେପରି ଆପଣ କଫି ପିଅନ୍ତି, ଯେପରି ଗରମ କ୍ଷୀର ପିଅନ୍ତି ସେହିପରି ଆପଣ ପାଣି କୁ ରହି ରହି ଧୀରେ ଧିରେ ପିଇବା ଉଚିତ । ତେବେ ଯେଉଁ ବ୍ୟକ୍ତି ଏପରି ପାଣି ପିଅନ୍ତି ସେମାନଙ୍କ ଓଜନ କେବେ ବି ବଢି ନ ଥାଏ ।

ଯଦି ଯେଉଁ ବ୍ୟକ୍ତି ମାନେ ମୋଟାପଣ ର ଶିକାର ହୋଇଥାନ୍ତି ତେବେ ଆପଣ ୬ ରୁ ୭ ମାସ ପର୍ଯ୍ୟନ୍ତ ଆପଣ ଏହି ପରି ପାଣି ପିଇବେ ତେବେ ମୋଟା ପଣ କମିଯାଏ । ଯେଉଁ ବ୍ୟକ୍ତି ମାନଙ୍କ ର ସକାଳୁ ଉଠିବା ମାତ୍ରେ ମୁଣ୍ଡ ବିନ୍ଧା ହୋଇଥାଏ, ଯେଉଁ ମାନଙ୍କର ଗଣ୍ଠି ଓ ଜଏଣ୍ଟ ବିନ୍ଧା ହୋଇଥାଏ ସେମାନେ ଏହି ପରି ୭ ଦିନ ପିଇବା ଦ୍ୱାରା ଆପଣଂକୁ ଭଲ ଫଳ ମିଳିଥାଏ ।

ତେବେ ଏହି ମୋଟାପଣ ଧୀରେ ଧୀରେ ଆସିଥାଏ  ତେଣୁ ଧୀରେ କମିଥାଏ । ମୋଟାପଣ ପାଇଁ ଏକ ଚୁର୍ଣ ମଧ୍ୟ ଆପଣ ଖାଇ ପାରିବେ ଜାଣନ୍ତୁ ଏହାକୁ କିପରି ବନାଇବେ ଓ ଏହା ପାଇଁ କଣ କଣ ଆବଶ୍ୟକ । ଅଲସି ଏଥିରେ ପ୍ରଚୁର ପରିମାଣ ରେ ଫାଇବର ଓ ଭିଟାମିନ ଥାଏ ଏହାର ମଞ୍ଜିକୁ ବ୍ୟବହାର କରିବା ଆଗରୁ ୪ ମିନିଟ ଗରମ କରିନେବେ । ଜୀରା ମେଟାବୋଲିଜ଼ୀମ କୁ ବୁଷ୍ଟ କରିଥାଏ ଓ ଇମ୍ୟୁନିଟି କୁ ମଜବୁତ କରିଥାଏ ଯେଉଁଥିରେ ଚର୍ବି କମିଥାଏ ।

ତେବେ ଜୁଆଣି ପେଟ ପାଇଁ ବହୁତ ଲାଭଦାୟକ ଏହା ମଧ୍ୟ ଚର୍ବି କମେଇଥାଏ । ୧ ଚାମଚ ଅଲସି, ୧ ଚାମଚ ଜୀରା ଓ ୨ ଚାମଚ ଜୁଆଣି ନେବେ ଏହାକୁ ପେଶୀ ନେବେ ଏହା ପ୍ରସ୍ତୁତ ହୋଇଯିବ । ଏହାକୁ  ସକାଳ ଖାଇବା ପୂର୍ବରୁ ଉଷୁମ ପାଣି ରେ ଏହି ଚୁର୍ଣ ଖାଇବେ ଓ ରାତ୍ର ଖାଦ୍ୟ ପୂର୍ବରୁ ଉଷୁମ ପାଣି ରେ ଏହି ଚୂର୍ଣ୍ଣ ଖାଇବେ । ମନେରଖିବେ ଚୂର୍ଣ୍ଣ ଓ ଖାଦ୍ୟ ମଧ୍ୟରେ ୩୦ ମିନିଟ ର ଅନ୍ତର ରଖିବେ । ଚୂର୍ଣ୍ଣ ଖାଇବା ପରେ ଥଣ୍ଡା ଜିନିଷ ର ସେବନ କରିବେ କାରଣ ଅଲସି ଗରମ ଅଟେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *