କିପରି Cholesterol କୁ କମାଇବେ ? କଣ ଖାଇବେ ଓ କଣ ଖାଇବେ ନାହିଁ, ନିଶ୍ଚୟ ଦେଖନ୍ତୁ (Dr V. K. Mishra)

ନମସ୍କାର ବନ୍ଧୁଗଣ, ଜୀବନକୁ ସୁସ୍ଥ ରଖିବା ପାଇଁ ନିଜର ଖାଇବା ପିଇବା ଉପରେ ସମ୍ପୂର୍ଣ ଧ୍ୟାନ ଦେବା ଉଚିତ ହୋଇଥାଏ । ପ୍ରତିଦିନ ଖାଉଥିବା ଖାଦ୍ୟର ଏକ ତାଲିକା ପ୍ରସ୍ତୁତ କରି ଖାଇବା ଜରୁରୀ ହୋଇଥାଏ ତେବେ ଯାଇ ଆପଣ ନିଜ ଶରୀରକୁ ସୁସ୍ଥ ରଖିପାରିବେ । ଯଦି ଆପଣଙ୍କ ଶରୀରରେ କୋଲେଷ୍ଟ୍ରଲ ମାତ୍ରା ବଢିଥାଏ ତେବେ ଆପଣଙ୍କୁ ଏହା କମ କରିବା ପାଇଁ କଣ କଣ ଖାଇବା ଉଚିତ ହୋଇଥାଏ ଏବଂ କଣ ଖାଇବା ଅନୁଚିତ ହୋଇଥାଏ ତାହା ସମ୍ପର୍କରେ ଆଜି ଆପଣମାନେ ଜାଣିବା ପାଇଁ ପାଇବେ ।

କୋଲେଷ୍ଟ୍ରଲର ମାତ୍ରା ବଢିବା ଆପଣଙ୍କ ହାର୍ଟ ଉପରେ ପ୍ରଭାବ ପକାଇ ଥାଏ । HDL କୋଲେଷ୍ଟ୍ରଲର ପ୍ରଭାବ ଆପଣଙ୍କ ଶରୀର ପାଇଁ ଭଲ ହୋଇଥାଏ ଏବଂ LDL କୋଲେଷ୍ଟ୍ରଲର ଖରାପ ପ୍ରଭାବ ଆପଣଙ୍କ ଶରୀର ଉପରେ ପଡିଥାଏ । ତେଣୁ LDLକୋଲେଷ୍ଟ୍ରଲର ମାତ୍ରା ଆପଣଙ୍କ ଶରୀରରେ ବଢିବାକୁ ଦେବା ପାଇଁ ପ୍ରତିରୋଧକ ଉପାୟମାନ କରିବା ଆବଶ୍ୟକ ।

ଆପଣଙ୍କ କୋଲେଷ୍ଟ୍ରଲ ବଢିଥିଲେ ସର୍ବଦା ଆପଣଙ୍କୁ ଏପରି ଖାଦ୍ୟ ଖାଇବା ଜରୁରୀ ହୋଇଥାଏ ଯାହା ଆପଣଙ୍କ HDL କୋଲେଷ୍ଟ୍ରଲର ମାତ୍ରାକୁ ବଢାଇବା ସହ LDLକୋଲେଷ୍ଟ୍ରଲର ମାତ୍ରାକୁ କମାଇବାରେ ସାହାର୍ଯ୍ୟ କରିଥାଏ । ଆପଣଙ୍କୁ ଭାତ ଖାଇବା ବଦଳାଇବା ଦରକାର ଧଳା ଭାତ ନ ଖାଇ ବ୍ରାଉନ ରାଇସ ଖାଇବା ଆବଶ୍ୟକ ।

ଆପଣ ନିଜ ଡାଏଟରେ ସୋୟାବିନ ଖାଇପାରିବେ । ପେସ୍ତା ବାଦାମ ଏବଂ ଅଖ୍ରୋଟ ମଧ୍ୟ ଆପଣ ନିଜ ଡାଏଟରେ ନେଇ ପାରିବେ କିନ୍ତୁ ଏଥିରେ   ଅଧିକ କ୍ୟାଲୋରି ରହିଥିବାରୁ ଏହାକୁ କମ ମାତ୍ରାରେ ଆପଣଙ୍କୁ ଖାଇବାକୁ ପଡିବ । ଧଳା ରାଶି ଏବଂ କଖାରୁ ମଞ୍ଜି ଖାଇବା ଆବଶ୍ୟକ । ଅଣ୍ଡାର ଧଳା ଅଂଶକୁ ଖାଇବା ଆପଣଙ୍କ ପାଇଁ ସ୍ଵାସ୍ଥ୍ୟକର ହୋଇଥାଏ । କାରଣ ଗୋଟିଏ ଅଣ୍ଡାର ଧଳା ଅଂଶ ଖାଇବା ଦ୍ଵାରା ଆପଣଙ୍କୁ 6 ଗ୍ରାମ ପ୍ରୋଟିନ ମିଳିଥାଏ ।

ଆପଣଙ୍କୁ ଅଣ୍ଡାର କେସର ଖାଇବା ଅନୁଚିତ । ଆପଣଙ୍କୁ ହଟ ଡଗ ଖାଦ୍ୟ ଠାରୁ ଦୂରେଇ ରହିବା ଆବଶ୍ୟକ ଏବଂ ଫୁଲ୍ କ୍ରିମ ମିଲ୍କ ମଧ୍ୟ ନ ପିଇବା ଜରୁରୀ ହୋଇଥାଏ । ଚିଜ ଖାଇବା ଆପଣ ବନ୍ଦ କରନ୍ତୁ । ପେଷ୍ଟ୍ରିଜ, କୁକିଜ, କେକ ଇତ୍ୟାଦି ଖାଦ୍ୟକୁ ବେଶି ମାତ୍ରା ଖାଇବା ଅନୁଚିତ । ସମସ୍ତ ଫାଷ୍ଟଫୁଡକୁ ଆପଣଙ୍କୁ ନ ଖାଇବା ଉଚିତ ।

ଆଇସକ୍ରିମ ନଖାଇବା ଭଲ ହୋଇଥାଏ ଆପଣଙ୍କ ପାଇଁ । ଟୁନା ମାଛ ଖାଇବା ଦରକାର, କଡ ମାଛ ମଧ୍ୟ ଆପଣ ଖାଇବା ନିହାତି ଦରକାର । ବଟର ଅଧିକ ମାତ୍ରାରେ ନ ଖାଇବା ଉଚିତ । ପଟାଟୋ ଚିପ୍ସ  ମଧ୍ୟ ଖାଇବା ଅନୁଚିତ । ଯଦି ଆପଣ ଏହିସବୁ ଖାଇବା ଉପରେ ଧ୍ୟାନ ଦିଅନ୍ତି ଏବଂ ନିଜ ଖାଦ୍ୟଶୈଳୀରେ ପରିବର୍ତ୍ତନ ଆଣନ୍ତି ତେବେ ଆପଣଙ୍କ HDL ବଢିବ ଏବଂ LDL କମ ହେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *