ନିଜ ପିଲାକୁ ଯଦି ମଣିଷ କରିବାକୁ ଚାହାନ୍ତି ତାକୁ ଏହି ଶିକ୍ଷା ନିଶ୍ଚିୟ ଦିଅନ୍ତୁ (Motivational Speech)

ଆଜି କାଲି ପିତାମାତାମାନେ ପିଲାମାନଙ୍କୁ ଜୀବନ ର ଅମୂଲ୍ୟ ଶିକ୍ଷା କୁ ନା ଶିଖେଇ ଭୁଲ କରୁଛନ୍ତି । ଯାହା ଫଳରେ ସମୟ ଆସିଲେ ପିଲା ଉତ୍ତମ ଶିକ୍ଷା ନ ଜାଣିବା ହେତୁ ଜୀବନରେ ନିଜର ସ୍ଵାର୍ଥ କୁ ଆଖି ଆଗରେ ରଖି ପିତାମାତାଙ୍କୁ ମଧ୍ୟ ଅଣଦେଖା କରୁଛନ୍ତି । ଆପଣ କଣ ଆପଣଙ୍କ ପିଲାକୁ ଭଲ ମଣିଷ କରିବାକୁ ଚାହୁଛନ୍ତି , ତେବେ ନିଶ୍ଚିୟ ଏହି ଶିକ୍ଷା କୁ ପିଲାମାନଙ୍କୁ ଦେବା ଉଚିତ୍ । ଗୋଟିଏ ଅଞ୍ଚଳ ରେ ଦୌଡା ପ୍ରତିଯୋଗୀତା କାର୍ଯ୍ୟ କର୍ମ ନିୟଜିତ ହୋଇଥିଲା ।

ଏହି ପ୍ରତିଯୋଗିତାରେ ତିନିଟି ସ୍କୁଲ ର ପିଲାମାନେ ଆସି ଭାଗ ନେଇଥିଲେ ।    ଏହି ପ୍ରତିଯୋଗୀତା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପିଲାଙ୍କୁ ହଜାର ଟଙ୍କା ମିଳିଥିଲା ମାତାପିତା ଏହା ଦେଖି ଅତ୍ୟଧିକ ଖୁସି ହୋଇଯାଇଥିଲେ , ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ପିଲାକୁ ପାଞ୍ଚ ଶହ ଟଙ୍କା ଦିଆଯାଇଥିଲା ଏହା ଦେଖି ତାଙ୍କ ମାତାପିତା ମଧ୍ୟ ଆନନ୍ଦ ଅନୁଭବ କରିଥିଲେ ଓ ତୃତୀୟ ସ୍ଥାନ ରେ ଥିବା ପିଲାଙ୍କୁ ଦୁଇ ଶହ ଟଙ୍କା ପ୍ରଦାନ କରଯାଇଥିଲା ।

ଏଭଳି ଏହି ପ୍ରାତିଯୋଗୀତା ସମାପ୍ତ ହୋଇଥିଲା କିଛି ବର୍ଷ ପରେ ସ୍କୁଲ ର ମାତାପିତାମାନଙ୍କୁ ଏକତ୍ରିତ କରଯାଇଥିଲା ଓ ପ୍ରଥମ ସ୍ଥାନ ଅଧିକାର କରିଥିବା ପିଲାର ମାତାପିତାଙ୍କୁ ପଚାରିଲେ ଆପଣଙ୍କ ପୁଅ କଣ କରୁଛି । ଏହା ଶୁଣି ମାତାପିତା କାନ୍ଦିଲେ କହିଲେ ମୋ ପୁଅ ଭଲ ପାଠ ପଢୁଥିଲା ଅବି ସେ ଆମେରିକାରେ ଅଛି । ବର୍ଷ କୁ ଥରେ ଆସେ ଆମ ଦୁଃଖ ରେ ମଧ୍ୟ   ରହେ ନାହିଁ ।

ଯେବେ ଦ୍ଵିତୀୟ ସ୍ଥାନ ରେ ଥିବା ପିଲାର ମାତାପିତାମାନଙ୍କୁ ପଚାରିଲେ ପିତାମାତା କହିଲେ ମୋ ପୁଅ ଭଲ ପଡିଲା ଚାକିରି କଲା , ମାତ୍ର ବିବାହ ପରେ ଆମ କୁ ଛାଡି ପଳେଇଲା । ତ୍ରିତୀୟ ସ୍ଥାନ  ପିଲାର ମାତାପିତାଙ୍କୁ ଯେବେ ଏହି ପ୍ରଶ୍ନ ପଚାରିଲେ ସେ କହିଲେ ମୋ ପୁଅ ଭଲ ପାଠ ପଡୁନଥିଲା । କିନ୍ତୁ ପାଠ ସାରିଲା ପରେ ଛୋଟ ବ୍ୟବସାୟ କରିଲା ଏବେ ଆମ ସହ ରହୁଛି ତାର ଭାଇ ଭଉଣୀ ସମସ୍ତ ସହିତ ମିଶି ରହୁଛି ।

ଆମେ ସମସ୍ତେ ବହୁତ ଖୁସିରେ ଅଛୁ କାରଣ ସେହି ଦିନ ସ୍କୁଲ ରେ ମିଳିଥିବା ଦୁଇ ଶହ ଟଙ୍କାକୁ ସେ ପିଲା ତାହାର ସାଙ୍ଗ ସାଥିମାନଙ୍କ ସହ ବାଣ୍ଟି ଦେଲା , ମାତ୍ର ଅନ୍ୟ ଦୁଇ ଜଣ ପିଲା ମାତାପିତା କୁ ଦେଲେ କିନ୍ତୁ ପିତାମାତା ତାଙ୍କୁ ରଖିବାକୁ କହିଲେ । ତେଣୁ ସେମାନେ ଛୋଟ ବେଳୁ ସମସ୍ତ ସହିତ ନ ବାଣ୍ଟି ଏକୁଟିଆ କର୍ଚ କରିବା ଦ୍ଵାରା ପ୍ରେମ , ସତ୍ୟ ଆନନ୍ଦ କଣ ବୁଝିପାରିଲେ ନାହିଁ ।

ତେଣୁ ସର୍ବଦା ପିଲାମାନଙ୍କୁ ସାହାଯ୍ୟ କରିବା ଖୁସି ରହିବା ଶିଖେଇବା ଉଚିତ୍ । ଅର୍ଥ ଆଜି ନ ହେଲେ କାଲି ଆସିବ କିନ୍ତୁ ଜୀବନର ପ୍ରକୃତ ଶିକ୍ଷା ସର୍ବଦା ରହିଥାଏ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *