Ajira Anuchinta- ମାସିକ ଧର୍ମରେ କେତେ ଦିନରେ ସ୍ନାନ କରିବା ନିୟମ ଓ କେତେ ଦିନରେ ପୂଜା କରିବା ନିୟମ !

ନମସ୍କାର ବନ୍ଧୁଗଣ ,  ଶାସ୍ତ୍ର ଅନୁସାରେ ଋତୁସ୍ରାବ ସମୟରେ ଆମେ କେତେ ଦିନରେ ସାନ୍ନ କରିବା ଉଚିତ୍ । କେତେ ଦିନରେ ପୂଜା କରିବା ନିୟମ  । ଆଜି ଆମେ  ଆଲୋଚନା କରିବା ମାସିକ ଋତୁସ୍ରାବ ସମୟରେ ଆମେ କେତେ ଦିନ ଅଶୁଦ୍ଧ ରହିଥାଉ ଏବଂ କେତେ ଦିନ ଶୁଦ୍ଧ । ଆମ ଶାସ୍ତ୍ର ଅନୁସାରେ ଋତୁସ୍ରାବ ର ପ୍ରଥମ ଦିନରେ ନାରୀ କୁ ଚଣ୍ଡାଳି ବୋଲି କୁହାଯାଏ । ଦ୍ଵିତୀୟ ଦିନରେ ବ୍ରହ୍ମଘାତିନି , ତୃତୀୟ ଦିନରେ ରଜନୀ ଏବଂ ଚର୍ତୁର୍ଥ ଦିନ ରେ ସେମାନେ ଶୁଦ୍ଧ ହୋଇଥାନ୍ତି ।

ପଞ୍ଚମ ଦିନରେ ଶାସ୍ତ୍ର ନିୟମ ଅନୁସାରେ ସେମାନେ ଦେବ ପୂଜା କରିବେ । ପୂର୍ବ କାଳ ରେ ତିନି ଦିନ ବା ଚାରି ଦିନ ଭିତରେ ଋତୁସ୍ରାବ ବନ୍ଦ ହେଇଯାଉଥିଲା । ତେଣୁ ସେମାନେ ପଞ୍ଚମ ଦିନ ଘରର ପୂଜା ପାଠ କରୁଥିଲେ , କିନ୍ତୁ ଆଜି ର ଯୁଗରେ ଆମେ ଯେଉଁ ସବୁ ତେଲ ଜାତୀୟ ଖାଦ୍ୟ ର ସେବନ କରିଥାଉ ।

ଯାହା ଫଳରେ ଆମକୁ ମାସିକ ଧର୍ମ ସାତ ଦିନ ହୋଇଥାଏ । ମାତ୍ର ଆମ ଶାସ୍ତ୍ର ଅନୁସାରେ ପଞ୍ଚମ ଦିନ ଆମେ ପୂଜା କରିପାରିବା । ତେଣୁ ଯେଉଁ ଦିନ ଆପଣଙ୍କ ମାସିକ ସମାପ୍ତ ହୋଇଥାଏ ସେ ଦିନ ପୂଜା କରିବା ଉଚିତ୍ ହୋଇଥାଏ । ମାତ୍ର ମହାଦେବଙ୍କ ପୂଜା ଆଠ ଦିନ ରେ କରିବା ଉଚିତ୍ । ଆଗ କାଳରେ ଯେବେ ନାରୀ ମାନେ ଋତୁସ୍ରାବ କରିଥିଲେ ତେବେ ତିନି ଦିନ ପାଇଁ ଗୋଟିଏ ଘରେ ଭିତରେ ବନ୍ଦ ହୋଇ ରହୁଥିଲେ ।

ସେହି ସମୟରେ ଅଗ୍ନି କୁ ଛୁଇ ବାକୁ ବାରଣ କରାଯାଇଥାଏ । ଯଦି ଆପଣ ଘରେ ଘର କାମ କରିବାକୁ କିଏ ନ ଥାନ୍ତି , ତେବେ ଆପଣ ସାନ୍ନ କରିକି ସମସ୍ତ କାର୍ଯ୍ୟ କରିପାରିବେ । ମାସିକ ଧର୍ମ ପରେ ଆମ ଚୁଟି ଧୋଇ ସାନ୍ନ କରିବା ଉଚିତ୍ । ଭଲଭାବରେ ନିଜକୁ ସାନ୍ନ କରିବା ଉଚିତ୍ । ଆମ ଶାସ୍ତ୍ର ନିୟମ ଅନୁସାରେ ସ୍ତ୍ରୀ ଲୋକମାନଙ୍କୁ ତିନି ଦିନ ଘର କାମ ରୁ ମୁକ୍ତ ହୋଇ ନିଜକୁ ଅଲଗା ରଖିବାର ନିୟମ ଆମ ପୂର୍ବ ପୁରୁଷମାନେ କରିଛନ୍ତି ।

କିନ୍ତୁ ଏହି ଆଧୁନିକ ଯୁଗରେ ଆମେ ଏହାକୁ  କରିପାରିନ ଥାଉ । ତେଣୁ ସେମାନେ ଏହି ପାପ ର ପରିଷ୍କାର ପାଇଁ ରୁଷି ପଞ୍ଚମୀ ପୂଜା କରିବା ଦ୍ଵାରା ସେମାନେ ସେହି ପାପ ରୁ ମୁକ୍ତି ପାଇଥାନ୍ତି । ଚର୍ତୁର୍ଥ ଦିନ ସାନ୍ନ କରିବେ ଏବଂ ନିଜର ବ୍ଯବହର ଜିନିଷ କୁ ଭଲ ଭାବରେ ସଫା କରିବେ । ତା ପରେ ପଞ୍ଚମ ଦିନ ଠାକୁରଙ୍କ ପୂଜା ପାଠ କରିବା ଉଚିତ୍ । ତେଣୁ ମାସିକ ଧର୍ମ ସମୟରେ ଏହି ସବୁ ନିୟମ ଆମ ଶାସ୍ତ୍ର ରେ ବର୍ଣନା କରାଯାଇଛି । ଏଭଳି  ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *