କୋଲେଷ୍ଟ୍ରୋଲ କେମିତି କରିବେ ନିୟନ୍ତ୍ରଣ ? ଜାଣନ୍ତୁ କଣ କୁହନ୍ତି Dr Binaya Bhusan Binakar

ବନ୍ଧୁଗଣ ଶରୀର ରେ ଥିବା ଅତ୍ୟାଧିକ କୋଲୋଷ୍ଟ୍ରୋଲ ଶରୀର କୁ ମୋଟା କରିବା ସହ ଶରୀର ରେ ଅନେକ ରୋଗ ମଧ୍ୟ ସୃଷ୍ଟି କରିଥାଏ । କୋଲୋଷ୍ଟ୍ରୋଲ ଆମ ଶରୀର ରେ ଖାଦ୍ଯ ମାଧ୍ୟମ ରେ ସୃଷ୍ଟି ହୋଇଥାଏ । କୋଲୋଷ୍ଟ୍ରୋଲ ସାଧାରଣତଃ ଦୁଇ ପ୍ରକାରର ହୋଇଥାଏ । ପ୍ରଥମ ଟି ହେଉଛି LDL, ଦ୍ଵିତୀୟ ଟି ହେଉଛି HDL । LDL କୋଲୋଷ୍ଟ୍ରୋଲ ଟି ଶରୀର ପାଇଁ ଖରାପ ହୋଇଥିବା ସମୟ ରେ HDL କୋଲୋଷ୍ଟ୍ରୋଲ ଟି ଶରୀର ପାଇଁ ଭଲ ହୋଇଥାଏ ।

କୋଲୋଷ୍ଟ୍ରୋଲ ର ମାତ୍ର ଶରୀର ରେ ଅଧିକ ହେଲେ ଏହା ରକ୍ତ ସଂଚାଳନ ରେ ବାଧା ସୃଷ୍ଟି କରିଥାଏ । ଯାହାଫଳ ରେ ହାର୍ଟ ଷ୍ଟୋକ ଓ ବ୍ରେନ ଷ୍ଟୋକ ହେବାର ଦେଖା ଯାଇଥାଏ । କୋଲୋଷ୍ଟ୍ରୋଲ କୁ ନିୟନ୍ତ୍ରଣ କରିବା ପାଇଁ ନିଜର ଖାଦ୍ୟ କୁ ନିୟନ୍ତ୍ରଣ କରିବା ଆବଶ୍ୟକ ।

ଖାଦ୍ୟ ପ୍ରାଣାଳୀ ରେ ବହୁତ କିଛି ଚେଞ୍ଜ ଆଣିବାକୁ ହେବ । ଖାଦ୍ୟ ରେ କମ ରୁ କମ ଘିଅ ର ବ୍ୟବହାର କରିବା ଉଚିତ । ତାହାଛଡା ଆମକୁ ଆମର ଖାଦ୍ୟ ପ୍ରସ୍ତୁତ ପ୍ରଣାଳୀ ରେ ମଧ୍ୟ କିଛି ଭିନ୍ନତା ଅଣାଯିବା ଆବଶ୍ୟକ । ଖାଦ୍ୟ ପ୍ରସ୍ତୁତ ସମୟ ରେ ପ୍ରତିଦିନ କିଛି ଭିନ୍ନ ଭିନ୍ନ ତେଲ ର ବ୍ୟବହାର କରାଯିବା ଉଚିତ, ଓ ତାହାସହ ଖୁବ କାମ ରୁ କାମ ତେଲ ମଧ୍ୟ ବ୍ୟବହାର କରାଯିବା ଉଚିତ ।

ଅଧିକ ରୁ ଅଧିକ ପନିପରିବା  ଖାଇବା ଉଚିତ। ପ୍ରତିଦିନ କିଛି ଫଳ ଓ ଗଜା ମୁଗ, ବୁଟ ମଧ୍ୟ କିଛି କିଛି ମାତ୍ରା ରେ ଖାଇବା ଉଚିତ । ଆମିଷ ମଧ୍ୟରେ ଛୋଟ ମାଛ ବା ସାମୁଦ୍ରିକ ମାଛ ର ସେବନ କରାଯାଇ ହେବ । କାରଣ ଏଥିରେ ଓମେଗା3 ଫ୍ୟାଟି ଏସିଡ ଥାଏ । ଏହା ଶରୀର ପାଇଁ  ଖୁବ ଭଲ ହୋଇଥାଏ । ଶରୀରର ରେ କୋଲୋଷ୍ଟ୍ରୋଲ ଅଧିକ ହୋଇ ଗେଲେ ଶରୀର ରେ ଓବେସୀଟି ଜନିତ ସମସ୍ତ ପ୍ରକାରର ସମସ୍ଯା ମାନ ଦେଖା ଦେଇଥାଏ । ଶରୀରରେ ମୋଟପା ବୃଦ୍ଧି ହୁଏ । ତେଣୁ ନିୟମିତ ପ୍ରତ୍ଯେକ ଦିନ ସକାଳେ ବା ସନ୍ଧ୍ୟା ସମୟ ରେ ବ୍ୟାୟାମ ଆଦି କରିବା ଉଚିତ ।

ଏହାଦ୍ଵାରା କୋଲୋଷ୍ଟ୍ରୋଲ ନିୟନ୍ତ୍ରଣ ହୋଇ ରହେ । ଯଦି ଆପଣ କୋଲୋଷ୍ଟ୍ରୋଲ କମିବା ପାଇଁ ବା ଏହାକୁ ନିୟନ୍ତ୍ରଣ ରେ ରଖିବା ପାଇଁ କିଛି ଔଷଧ ଆଦିର ସେବନ କରିଥାନ୍ତି । ତେବେ ଡାକ୍ତର ଙ୍କର ବୀନା ପରାମର୍ଶ ରେ ସେହି ଔଷଧ କୁ ବନ୍ଦ କରିବା ଉଚିତ ହୋଇ ନଥାଏ । ସେହି ଔଷଧ କୁ ଅତି କମ ରେ ୬ ମାସ ଯାଏଁ ନିୟମିତ ନିହାତି ଖାଆନ୍ତୁ ।

ତେବେ ବନ୍ଧୁଗଣ ପ୍ରତିଦିନ ବ୍ୟାୟାମ କରନ୍ତୁ ଓ ନିଜର ଖାଦ୍ୟ ପେୟ ର ମଧ୍ୟ ଠିକ ଭାବରେ ଯତ୍ନ ନିଅନ୍ତୁ । ଏହା ଦ୍ଵାରା ଆପଣ ଙ୍କର କୋଲୋଷ୍ଟ୍ରୋଲ ଠିକ ଭାବରେ ନିୟନ୍ତ୍ରିତ ହୋଇଯିବ । ତେବେ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *