Vastu Tips- ଘରର ମନ୍ଦିରରେ ଯଦି ଅଛି ଏହି 4 ଟି ଜିନିଷ ତ ତୁରନ୍ତ ହଟେଇ ଦିଅନ୍ତୁ, ବନେଇ ଦିଏ କାଙ୍ଗାଳ, ହେଇଯିବେ ବର୍ବାଦ

ନମସ୍କାର ବନ୍ଧୁଗଣ । ପ୍ରତ୍ର୍ଯେକ ମଣିଷ ନିଜ ଘରେ ଏକ ପୂଜାର ସ୍ଥାନ ନିଶ୍ଚୟ ରଖିଥାଏ । ଯେଉଁଠାରେ କି ସେ ତାର ପ୍ରିୟ ଦେବୀ ଦେବତା ଓ ତାଙ୍କ ସହ ଯୋଡି ରହିଥିବା କିଛି ବିଶେଷ ଜିନିଷ ଗୁଡିକୁ ରଖିଥାଏ । ଏହି ସବୁ ଘରେ ରଖିବା ଦ୍ଵାରା ଘରେ ସକରାତ୍ମକତା ର ସ୍ଥିତି ସବୁବେଳେ ରହିଥାଏ । ଘରେ ସକରାତ୍ମକତା ବାତା ବରଣ ଯେତେ ଅଧିକ ଥିବ ସେହି ଘରେ ସୁଖ ଶାନ୍ତି ମଧ୍ୟ ସେତେ ଅଧିକ ଲାଗି ରହିଥାଏ ।

ବନ୍ଧୁଗଣ ଅନେକ ଥର ଲୋକ ମାନେ ଭଲ ଭାବି ଘର ର ପୂଜା ଘରେ ଅଜାଣତ ରେ କିଛି ଏପରି ଜିନିଷ ମାନ ରଖି ଦେଇଥାନ୍ତି, ଯାହା କାରଣ ରୁ ସେମାନଙ୍କୁ ଅନେକ କ୍ଷତି ସହିବାକୁ ପଡେ । ଘରେ ନକରାତ୍ମକତା ଶକ୍ତି ଏପରି ଭାବରେ ବଢି ଯାଇଥାଏ, କି ଯାହାଦ୍ଵାରା ଭଲ ଘରେ ମଧ୍ୟ ସବୁବେଳେ ଅକାରଣ ରେ ଅଶାନ୍ତି କଳହ ଲାଗି ରହେ ।ବନ୍ଧୁଗଣ ଘର ର ପୂଜା ଘରେ ମାଟିର ଦୀପ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ ।

କିନ୍ତୁ ପୂଜା ଗହରେ କେବେ ମଧ୍ୟ ପୁରୁଣା ବା ଜଳି ଯାଇଥିବା ମାଟିର ଦୀପ କୁ ରଖିବା ଉଚିତ ହୋଇ ନଥାଏ । ଏହା ଦ୍ବାରା ଘରେ ନକରାତ୍ମକତା ବୃଦ୍ଧି ପାଇଥାଏ । ତାହାଛଡା ପୂଜା ଘରେ କେବେ ମଧ୍ୟ ଶ୍ରୀ ଗଣେଶ ଙ୍କର ଅଯୁଗ୍ମ ସଂଖ୍ଯାରେ ମୂର୍ତି ରଖିବା ଉଚିତ ହୋଇ ନଥାଏ । ଘରର ମନ୍ଦିର ରେ ଖଣ୍ଡିତ ଚାଉଳ କୁ ରଖିବା ଦ୍ଵାରା ଏହା ଦରିଦ୍ରତା କୁ ଆକର୍ଷିତ କରିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ପୂଜା ଘରେ ମୃତ ପରିଜନ ମାନଙ୍କର ଫୋଟୋ ରଖିବା ଘରର ବାସ୍ତୁ ପାଇଁ ଅଶୁଭ ହୋଇଥାଏ ।

ବନ୍ଧୁଗଣ ଆମର ପୂର୍ବଜ ଆମର ପୂଜନୀୟ ହୋଇଥାନ୍ତି । ସେମାନଙ୍କର ଆଦର ସମ୍ମାନ କରିବା ଆମର ଧର୍ମ ଓ କର୍ତ୍ତବ୍ୟ ମଧ୍ୟ ଅଟେ । କିନ୍ତୁ ସମସ୍ତ ଙ୍କର ନିଜସ୍ୱ କିଛି ସ୍ଥାନ ଥାଏ । ପୂଜା ଘରେ ଇଶ୍ଵର ଙ୍କ ସହ ଏମାନଙ୍କୁ ରଖି ପୂଜା କରିବା ଦ୍ଵାରା ଈଶ୍ଵର ଙ୍କର ଅନାଦର ହୋଇଥାଏ । ଏହି କାରଣ ରୁ ଭଗବାନ ଆପଣଙ୍କ ଗୃହ ଛାଡି ଚାଲି ମଧ୍ୟ ଯାଇ ପାରନ୍ତି, ତେଣୁ ପୂଜା ଘରେ କେବେ ମଧ୍ୟ କୌଣସି ମୃତ ପରିଜନ ମାନଙ୍କର କୌଣସି ଫୋଟୋ ମୂର୍ତ୍ତି ଆଦି ରଖିବା ଉଚିତ ହୋଇ ନଥାଏ ।

ବନ୍ଧୁଗଣ ପୂଜା ଘରେ କେବେ ମଧ୍ୟ ମାତା ଲକ୍ଷ୍ମୀ ଙ୍କର ଛିଡା ହୋଇଥିବା କୌଣସି ମୂର୍ତି ବା ଫୋଟୋ ରଖିବା ଉଚିତ ହୋଇ ନଥାଏ । କାରଣ ମାତ ଲକ୍ଷ୍ମୀ ଖୁବ ଚଞ୍ଚଲ ସ୍ଵଭାବ ର ହୋଇ ଥାନ୍ତି । ତେଣୁ ତାଙ୍କର ଏକ ନାମ ଚଞ୍ଚଳା ମଧ୍ୟ ଅଟେ । ମାତା ଙ୍କର ଛିଡା ହୋଇଥିବା ମୁଦ୍ରାର ମୂର୍ତି ରଖିବା ଦ୍ଵାରା ମାତା ଲକ୍ଷ୍ମୀ ଘରୁ ଶୀଘ୍ର ହିଁ ପଳାଇ ଥାନ୍ତି ।

ମା ଙ୍କର ସବୁବେଳେ କମଳ ବା ପଦ୍ମ ଫୁଲ ଉପରେ ବସିଥିବା ମୁଦ୍ରାରେ ହିଁ ଫୋଟୋ ମୂର୍ତି ରଖି ଉପାସନା କରିବା ଉଚିତ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *