Vastu Shastra- ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ଘର ପାଖରେ ଏହି 2 ଟି ଗଛ କେବେ ବି ଲଗେଇବେ ନାହିଁ ହୋଇଥାଏ ଅନର୍ଥ, ମାଡି ଆସେ ବିପଦ

ନମସ୍କାର ବନ୍ଧୁଗଣ , ଭଗବାନ ଶ୍ରୀ କୃଷ୍ଣ ବସ୍ତୁ ଶାସ୍ତ୍ରର ବିଶେଷ ଜ୍ଞାନ ରଖିଥାନ୍ତି । ସେ ସମୟ ଅନୁସାରେ ଧର୍ମରାଜ   ଯୁଧିଷ୍ଟିରଙ୍କୁ  ବସ୍ତୁ ଶାସ୍ତ୍ରର ଜ୍ଞାନ ଦେଇଥିଲେ , ତାଙ୍କ ମତଅନୁସାରେ ସମସ୍ତମାନବ ଜାତି ପାଇଁ ଜ୍ଞାନ ବହୁତ ମହତ୍ଵପୂର୍ଣ୍ଣ ଅଟେ । ଭଗବାନ  ଶ୍ରୀ କୃଷ୍ଣ ଏମିତି ଦୁଇଟି ଗଛ ବିଷୟରେ କହିଛନ୍ତି । ଯାହାକୁ ଘରର ଦୁଆର ମୁହରେ ଲଗେଇବା ଦ୍ଵାରା ସେ ଘରର ଉନତି ହୋଇନଥାଏ । ଘର ର ଲୋକମାନଙ୍କୁ କେବଳ ନିରାଶା ଓ ଅସଫଳତା ର ସାମନା କରିବାକୁ ପଡିଥାଏ ।

ବସ୍ତୁ ଶାସ୍ତ୍ର ଅନୁସାରେ  ଆମ ଘରର  ଆଖ ପାଖରେ ଗଛ ରହିବା ଆମ ଘରର ସୁନ୍ଦରତାକୁ ବଡେଇଥାଏ ଓ ତାହା ସହିତ ଆମ ପରିବେଶକୁ ମଧ୍ୟ ଶୁଦ୍ଧ ରଖିଥାଏ ।  ଗଛ ନକାରାତ୍ମକ ପ୍ରଭାବ କୁ ଦୂର କରି ଆଖ ପାଖ ବାର୍ତ୍ତାବରଣ କୁ ସାକାରାତ୍ମକ କରିଥାଏ । ଗୃହ ର ଆଗରେ ଗଛ ଲଗାଇବା ଦ୍ଵାରା ଆମକୁ ଅଧିକ ପରିମାଣରେ ଅମ୍ଳଜାନ ମିଳିଥାଏ ଏବଂ ଗଛ ବସ୍ତୁ ଦୋଷକୁ ମଧ୍ୟ ଦୂରକରିଥାଏ । ଘର ଆଗରେ ଥିବା ଗଛ ଦେବତା ମାନଙ୍କ ପରି ଆମର ଯତ୍ନ ନେଇଥାନ୍ତି । ଆମ ପୁରାଣ ଓ ଶାସ୍ତ୍ରରେ କିଛି ବିଶେଷ ଗଛ କୁ ରୋପଣ କରିବାରେ କୁହାଯାଇଅଛି ।

ଆସନ୍ତୁ ଜାଣିବା ଏହା ବିଷୟରେ କେଉଁ ଗଛ ଲଗେଇବା ଉଚିତ୍ ଓ ଆଉ କେଉଁ ଗଛ ଲଗେଇବା ଅନୁଚିତ୍ । ଆମ ପୁରାଣ ଶାସ୍ତ୍ରରେ ଏମିତି କିଛି ଗଛ ର ବର୍ଣ୍ଣନା କରାଯାଇଛି । ଯାହାକୁ ଲଗେଇବା ବହୁତ ଶୁଭ ମାନା ଯାଇଥାଏ । ବସ୍ତୁ ଶାସ୍ତ୍ରରେ ଏମିତି କିଛି ଗଛ ବିଷୟରେ ଲେଖାଯାଇଅଛି ଯାହାକୁ ରୋପଣ କରିବାର ଦ୍ଵାରା ଅଶୁଭ ଘଟିଥାଏ ଏବଂ ଘରେ ଧନ ର କ୍ଷୟ ହୋଇଥାଏ । ଶତ୍ରୁ ସଂଖ୍ୟା ବୃଦ୍ଧି ହୋଇଥାଏ । ଯଦି ଆପଣ ଏହି ଭଳି ଗଛକୁ ଲଗେଇଛନ୍ତି ତେବେ ତୁରନ୍ତ ଏହାକୁ କାଡି ଦେବେ ।

ଏବେ ଜାଣିବା କେଉଁ ଗଛ ଲଗେଇବା ଦରକାର । ଅଶ୍ଵତ୍ଥ ଗଛ ଯେଉଁ ଲୋକ ବା ବ୍ୟକ୍ତି ଏହି ଗଛ କୁ ଜଳାଶୟ ପାଖରେ ରୋପଣ କରନ୍ତି ସେ ଶହେ ଯଜ୍ଞର ଫଳ  ପାଇଥାଏ   । ଯେତେ ବେଳେ ଏହି ଗଛ ପତ୍ର ଜଳରେ ପଡନ୍ତି । ତେବେ ଏହା ଆମ ପୂର୍ବ ପୁରୁଷମାନଙ୍କ ଆତ୍ମା କୁ ତୃପ୍ତି ପ୍ରଦାନ କରି ସମସ୍ତ ଦୋଷ କୁ ସମାପ୍ତ କରିଥାନ୍ତି ।  ଯେଉଁ ବ୍ୟକ୍ତି ସ୍ନାନ କରିବା ପରେ ଏହି ଅଶ୍ଵତ୍ଥ ଗଛ ର ପତ୍ରକୁ ଛୁଇ ଥାଆନ୍ତି , ସେ ସମସ୍ତ ପାପ ରୁ ମୁକ୍ତି ପାଇଥାଆନ୍ତି ।

ଶ୍ରୀ କୃଷ୍ଣଙ୍କ ଅନୁସାରେ ଅଁଳା ଫଳ ସବୁଥିରେ ପ୍ରସିଦ ଓ ବହୁତ ପବିତ୍ର ଅଟେ । ଏହି ଗଛର ଫଳ ବିଷ୍ଣୁ ଙ୍କୁ ବହୁତ ପ୍ରିୟା ଏଥିରେ ସେ ବହୁତ ଖୁସି ହୋଇଥାନ୍ତି । ଏହି ଗଛ ଲଗାଇଲେ ଶୁଭ ହୋଇଥାଏ ଓ ଏହାର ଫଳ କୁ ସେବନ କରିବା ଦ୍ଵାରା ଆମ ର ଆୟୁ ବୃଦ୍ଧି ହୋଇଥାଏ । ଅଶୋକ ଗଛ ଏହା ଲଗେଇବା ମଧ୍ୟ ବହୁତ ଶୁଭ ହୋଇଥାଏ । ଏହାକୁ ଘରର ସାମ୍ନାରେ ଲଗେଇଲେ ଘରର ସୁଖ ଶାନ୍ତି ରହିଥାଏ ।

ଏହି ଗଛ ସୀତା ମାତାଙ୍କ ଠାରୁ ବରଦାନ ପାଇଁ ଥିବା ଗଛ ଅଟେ । ତାଳ ଗଛ କେବେ ବି ଲଗେଇବା ଉଚିତ୍ ନୁହେ । କାରଣ ଏହା ସନ୍ତାନର ବିନାଶ କରିଥାଏ । ଯେଉଁ ବି ଘରର ଦୁଆର ମୁହରେ ଏହି ଗଛ ରହିଥାଏ ସେହି ଘରର ପିଲାମାନଙ୍କ ର କେବେ ବି ବୃଦ୍ଧି ହୋଇନଥାଏ । ତେଣୁ ଏଭଳି ଗଛ ପ୍ରତି ଧ୍ୟାନ ଦେଲେ ଆପଣଙ୍କ ଉନତି ହୋଇଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *