ପ୍ରଥମେ କାହାକୁ ପୂଜା କରିବା ଉଚିତ ? ଘରେ ପୂଜା ପାଉଥିବା ଠାକୁରଙ୍କୁ ନା ଦାଣ୍ଡ ଅଗଣାରେ ଥିବା ମା’ ବୃନ୍ଦାବତୀଙ୍କୁ ? ଜାଣନ୍ତୁ କଣ କୁହେ ଶାସ୍ତ୍ର

ନମସ୍କାର ବନ୍ଧୁଗଣ ,  ଆଜି ମଣିଷ ଯଦି ଏହି ଜଗତରେ ବାସ କରୁଛି । ଜୀବିତ ଓ ସ୍ଵାସ୍ଥବାନ ରହିଛି । ତେବେ ଏହାର ଗୋଟିଏ କାରଣ ହେଉଛନ୍ତି ଇଶ୍ଵର । ସବୁ ଦିନ ଇଶ୍ଵରଙ୍କ  ଦୟାରେ ଆମେ ଏକ ନୂତନ ଦିନ ଦେଖିଥାଉ , ତାଙ୍କରି କୃପାରେ ଜୀବିତମାନଙ୍କ ସ୍ଥାନରେ ରହିଥାଉ । ଆମେ ସମସ୍ତେ ସକାଳୁ ଉଠିଲା ମାତ୍ରେ ନିଜର ନିତ୍ୟ କାମ ସାରି ଠାକୁର ପୂଜାରେ ଲାଗିଥାଉ ।  କାରଣ ତାହାଙ୍କ ଦୟା ବିନା କୋଣସି କାର୍ଯ୍ୟ ହୋଇନଥାଏ ।

ମଣିଷ ତା ଜୀବନରେ ଯେତେ ବି ଯୋଜନା କରିଥାଉ । କିନ୍ତୁ ଇଶ୍ଵରଙ୍କ ସାହାଯ୍ୟ ବିନା କରିପାରେ ନାହିଁ । ଆଜି ର ବିଷୟବସ୍ତୁ ହେଉଛି ଆମେ ଆଗେ ଠାକୁର ପୂଜା କରିବା ଦରକାର ନା ମା ‘ ବୃନ୍ଦାବତୀଙ୍କୁ ପୂଜା କରିବା ଉଚିତ୍ । ଏହି ବିଷୟଟି ସମସ୍ତକ ମନରେ ରହିଛି । କିନ୍ତୁ ଆଜି ଏହି ବିଷୟ ସମ୍ବନ୍ଧରେ ଜାଣିବା । ବନ୍ଧୁଗଣ ଶ୍ରୀମତୀ ଦେବୀ ଭାଗବତ ନବମ ସ୍କନ୍ଦ ପଚିଶ ଭାଗରେ ଏହି ବିଷୟରେ ଲିଖିତ ହୋଇଛି ।

ଥରେ ଭଗବାନ ଶ୍ରୀ ହରି ତୁଲସୀ କୁ ମାତା  ସରସ୍ଵତୀ ଆଗରେ ଲକ୍ଷ୍ମୀଙ୍କ ସହ ଶୋଭାଗ୍ୟ ବତୀ କହିଛନ୍ତି । ଏହି କଥାକୁ ଶୁଣି ମାତା ସରସ୍ଵତୀ ତୁଲସୀଙ୍କୁ ସହ ନ କରିପାରି  । ଉଭୟଙ୍କ ମଧ୍ୟରେ ଝଗଡା ସୃଷ୍ଟି ହେଲା ଏହା ଏପରି ରୂପ ନେଇଥିଲା ଯେ ମା ‘ ବୃନ୍ଦାବତୀ  ବ୍ରିଷ୍ଣୁପୁରକୁ ଛାଡି  ଅନ୍ତରୟାମୀ ହୋଇଯାଇଥିଲେ । ଶ୍ରୀ ହରି ବିଷ୍ଣୁ ଆସି ଯେବେ ତୁଲସୀ କୁ ଖୋଜିଲେ ଓ ତାଙ୍କୁ ପାଇଲେ ନାହିଁ । ତେବେ ସେ ଯାଇକି ତୁଲସୀ ଗଛ ପାଖରେ ଯାଇ ପହଞ୍ଚିଲେ ।

ତୁଲସୀ ବନରେ ଶ୍ରୀ ହରି ସୃତି କରି , ଧ୍ୟାନ  କରି ବିଶେଷ ଦଶ ଅକ୍ଷର ମନ୍ତ୍ର ପଡି ଶ୍ରଦ୍ଧା ସହ ପୂଜା କଲେ । ସେତେ ବେଳେ ମା ‘ ତୁଲସୀ ଶ୍ରୀ ହରିଙ୍କ ସାମନାରେ ପ୍ରକଟ ହେଲେ । ତେଣୁ ଯେତେ ବେଳେ ଦଶ ଅକ୍ଷର ମନ୍ତ୍ର ଉଚାରଣ କରି  ଥିଲେ ସେତେ ବେଳେ ତୁଲସୀ ଦର୍ଶନ ଦେଇଥିଲେ । ତେଣୁ ଆପଣ ଯଦି ଏହି ଦଶ ଅକ୍ଷର ମନ୍ତ୍ର ପଢି ତୁଲସୀ ପୂଜା କରନ୍ତୁ ତେବେ ସମସ୍ତ ମନର ଅସହ ସିଧି ହୋଇଥାଏ ।

ଏହା ସହିତ ତୁଲସୀ ପୂଜା କରିବା ସମୟରେ ଜଳ ଦେବା ପରେ ମା ‘ ବୃନ୍ଦାବତୀ ଙ୍କୁ ସିନ୍ଦୁର , ଚନ୍ଦନ , ପୁଷ୍ପ ଓ ନୈବେଦ୍ୟ ଆଦି ସମର୍ପଣ କରନ୍ତି । ସେହି ବ୍ୟକ୍ତି କୋଟି ଜନ୍ମର ପୁଣ୍ୟ କୁ ଲାଭ କରିଥାଏ । ଦେବୀ ଭାଗବତ ଆମ କୁ କହିଥାଏ ଯେ ମାତା ବୃନ୍ଦାବତୀଙ୍କୁ ଧୂପ ଦେବା ନୈବେଦ୍ୟ ଦେବା , ପୁଷ୍ପ ମଧ୍ୟ ଦେଇପାରିବା । ଯେବେ  ଭଗବାନ ଶ୍ରୀ ହରି ତୁଲସୀ ବନରେ ମାତା ତୁଲସୀକୁ ପୂଜା କଲେ ଦଶ ଅକ୍ଷର ମନ୍ତ୍ର ରେ ଡାକିଲେ ତେବେ ମାତା ତୁଲସୀ ପ୍ରକଟ ହୋଇ ଶ୍ରୀ ହରିକ ଚରଣରେ ଶରଣାଗତ ହେଲେ ।

ତେବେ ସେ ସମୟରେ  ଶ୍ରୀ ହରି  ମାତା ତୁଲସୀଙ୍କୁ ବରଦାନ ଦେଲେ ଯେ ଆଜି ଠାରୁ ତୁମେ ଅଗ୍ର ପୂଜା ପାଇବ ମତେ ପୂଜା କରିବା ପୂର୍ବରୁ ତୁମର ପୂଜା କରାଯିବ । ତେଣୁ କରି ଆମକୁ ପ୍ରଥମେ ତୁଲସୀ ପୂଜା କରିବା ପରେ ଘରର ଠାକୁର ପୂଜା କରିବା ଦରକାର । ଏହି ପୋଷ୍ଟ ଆପଣଙ୍କୁ ଭଲ ଲାଗିଥାଏ ତେବେ ଆମ ପେଜକୁ ଲାଇକ କରି ଆପଣଙ୍କ ବନ୍ଧୁଗଣଙ୍କୁ ଏହାକୁ ଶେୟାର କରନ୍ତୁ । ଆପଣଙ୍କ ମତଙ୍କୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *