Jyotish Shastra- ଗଙ୍ଗା ପରି ପବିତ୍ର ହୋଇଥାନ୍ତି ଏହି 5 ଟି ନାମର ଝିଅ, ଭାଗ୍ୟରେ ଥିଲେ ମିଳନ୍ତି ଏମିତି ଝିଅ

ଝିଅମାନଙ୍କ ବ୍ୟବହାର ଏତେ ଅଲଗା ହୋଇଥାଏ ଯେ, ସେମାନେ କେଉଁ ସମୟରେ କିପରି ପ୍ରତିକ୍ରିୟା କରିବେ ତାହା ଜାଣିବା କଷ୍ଟକର ହୋଇଥାଏ । କେତେକ ଝିଅ ବହୁତ ଚାଲାଖ ଓ ଭରସାଯୋଗ୍ୟ ହୋଇ ନ ଥାଆନ୍ତି ।

ମାତ୍ର ଦୁନିଆରେ ଏପରି ଝିଅ ମଧ୍ୟ ଅଛନ୍ତି ଯେଉଁମାନେ ପାଣି ପରି ସଫା ଓ ବହୁତ ଶାନ୍ତ ସ୍ୱଭାବର ମଧ୍ୟ ହୋଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ସେହି ଝିଅଙ୍କ ବିଷୟରେ ଜଣାଇବୁ ଯେଉଁମାନେ ଖୁବ୍ ପବିତ୍ର ଅଟନ୍ତି ।

୧- B ନାମର ଝିଅମାନେ:-

ଏହି ଅକ୍ଷରରୁ ନାମ ଆରମ୍ଭ ହେଉଥିବା ଝିଅମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି ଓ ନିଜ ଜୀବନସାଥିଙ୍କ ଖୁବ୍ ବିଶ୍ଵସ୍ତ ହୋଇଥାନ୍ତି । ଏହି ଝିଅମାନେ ଯେକୌଣସି ମୁସ୍କିଲ ପରିସ୍ଥିତିରେ ମଧ୍ୟ ନିଜ ଜୀବନସାଥିଙ୍କ ହାତ ଛାଡନ୍ତି ନାହିଁ । ଏମାନଙ୍କ ବ୍ୟବହାର ମଧ୍ୟ ଖୁବ୍ କୋମଳ ହୋଇଥାଏ । ଏହି କାରଣରୁ ଏହି ଅକ୍ଷରରେ ନାମ ଆରମ୍ଭ ହେଉଥିବା ଝିଅମାନଙ୍କୁ ସବୁଠୁ ପବିତ୍ର ବୋଲି କୁହାଯାଏ ।

 

୨- N ନାମର ଝିଅମାନେ:-

ଏହି ଅକ୍ଷରରୁ ନାମ ଆରମ୍ଭ ହେଉଥିବା ଝିଅମାନେ ସ୍ୱଭାବରେ ଖୁବ୍ ତେଜ ହୋଇଥାନ୍ତି । ମାତ୍ର ଏହି ଝିଅମାନେ ନିଜ ଜୀବନସାଥିଙ୍କ ଖୁବ୍ ଧ୍ୟାନ ରଖନ୍ତି । ଏମାନେ କେବେ ମଧ୍ୟ ଏପରି କାର୍ଯ୍ୟ କରନ୍ତି ନାହିଁ ଯାହା ଦ୍ଵାରା ତାଙ୍କ ପରିବାରର ନାମ ଖରାପ ହେବ ବା ତାଙ୍କ ଜୀବନସାଥିଙ୍କୁ କଷ୍ଟ ହେବ । ଏମାନଙ୍କ ସ୍ଵଭାବ ଖୁବ୍ ମଧୁର ଓ ଉତ୍ତମ ହେଇଥିବାରୁ ଏହି ଝିଅ ମାନଙ୍କୁ ମଧ୍ୟ ଗଙ୍ଗା ପରି ପବିତ୍ର ବୋଲି କୁହାଯାଏ ।

୩- P ନାମର ଝିଅମାନେ:-

ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ସମ୍ପର୍କକୁ ବାନ୍ଧି ରଖିବା ଭଲ ଭାବେ ଜାଣନ୍ତି । ଏହି ନାମର ଝିଅମାନେ ପ୍ରତ୍ୟେକ ବ୍ୟକ୍ତିଙ୍କ ଭାବନାକୁ ଭଲ ଭାବେ ବୁଝି ପାରନ୍ତି । ଛୋଟ ହୁଅନ୍ତୁ ବା ବଡ଼ ଏମାନେ ସମସ୍ତଙ୍କ ଭାବନାର ସମ୍ମାନ କରନ୍ତି । ଏମାନେ କେବେ ମଧ୍ୟ କାହାକୁ ଦୁଃଖ ଦିଅନ୍ତି ନାହିଁ ଓ ସମସ୍ତଙ୍କ ସହ ଖୁବ୍ ପ୍ରେମରେ କଥା ହୁଅନ୍ତି । ଏହି କାରଣରୁ ଏମାନଙ୍କୁ ମଧ୍ୟ ପବିତ୍ର ବୋଲି ମାନାଯାଏ ।

୪- V ନାମର ଝିଅମାନେ

ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କୁ ମଧ୍ୟ ପବିତ୍ର ବୋଲି କୁହାଯାଏ । ଏହି ଝିଅମାନେ ସାମାନ୍ୟ ଲାଜକୁଳୀ ସ୍ୱଭାବର ହୋଇଥାନ୍ତି । ମାତ୍ର ନିଜ ପରିବାରର ସମ୍ମାନ ଓ ମର୍ଯ୍ୟାଦା ସମ୍ପୂର୍ଣ୍ଣ ଭାବେ ରକ୍ଷା କରିଥାନ୍ତି । ଗୋଟିଏ ଅର୍ଥର କହିବାକୁ ଗଲେ ଏମାନେ ସବୁ ସମୟରେ ନିଜ ପରିବାର ଲୋକଙ୍କୁ ଖୁସି ରଖିବାକୁ ପ୍ରଚେଷ୍ଟା କରିଥାନ୍ତି ଓ ତାଙ୍କ ଇଚ୍ଛା ପୂର୍ଣ୍ଣ କରିବାକୁ ମଧ୍ୟ ଚେଷ୍ଟା କରନ୍ତି।

୫- Y ନାମର ଝିଅମାନେ

ଦେଖିବାକୁ ଗଲେ ବହୁତ କମ୍ ଝିଅ ଥାଆନ୍ତି ଯେଉଁ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ । ମାତ୍ର ଏହି ନାମର ଝିଅମାନଙ୍କ ସ୍ଵଭାବ ଅନ୍ୟ ମାନଙ୍କ ଠାରୁ ଖୁବ୍ ଉତ୍ତମ ହୋଇଥାଏ । ଏହି ଝିଅମାନେ ସମସ୍ତଙ୍କ ସହ ଖୁବ୍ ସମ୍ମାନର ସହ କଥା ହୁଅନ୍ତି ଓ କେବେ କାହାର ନିରାଦର କରନ୍ତି ନାହିଁ । ଏହା ସହ ଏମାନେ ନିଜ ଜୀବନସାଥିଙ୍କୁ ମଧ୍ୟ ସର୍ବଦା ଖୁସିରେ ରଖନ୍ତି ।ସେଥିପାଇଁ ଏମାନଙ୍କୁ ମଧ୍ୟ ଗଙ୍ଗା ପରି ପବିତ୍ର ବୋଲି କୁହାଯାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *