Chanakya Niti: ଏମିତି ଝିଅ ଯେଉଁଠି ମିଳନ୍ତୁ ନା କାହିଁକି ତୁରନ୍ତ କରି ନିଅନ୍ତୁ ବିବାହ !

ବନ୍ଧୁଗଣ, ଚାଣକ୍ୟ ନୀତି ଚାଣକ୍ୟ ଦ୍ଵାରା ରଚିତ ଏକ ନୀତିଗ୍ରନ୍ଥ ଅଟେ । ଯେଉଁଥିରେ ଜୀବନ କୁ ସୁଖମୟ ଏବଂ ସଫଳ ବନାଇବା ନିମନ୍ତେ ଉପଯୁକ୍ତ ଶିକ୍ଷା ପ୍ରଦାନ କରାଯାଇଅଛି । ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ଯିଏ କି ନିଜ ନୀତିଶିକ୍ଷା ମାଧ୍ୟମରେ ଚନ୍ଦ୍ରଗୁପ୍ତମୋରୟା ଙ୍କୁ ରାଜଗାଦୀ ରେ ବସାଇ ଦେଇଥିଲେ । ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କ କିଛି ମହତ୍ଵପୂର୍ଣ୍ଣ ନୀତି ଯାହା ଆପଣଙ୍କୁ ଜୀବନର ଅନେକ ପରିସ୍ଥିତି ରେ କାମରେ ଆସିପାରେ । 

ବନ୍ଧୁଗଣ ଆପଣ ମାନଙ୍କୁ ଏହିଭଳି ଝିଅ ଯଦି ମିଳନ୍ତି ତେବେ ତୁରନ୍ତ କରି ନିଅନ୍ତୁ ବିବାହ । ସାଧାରଣତ ବିବାହ କୁ ନେଇ ସମସ୍ତେ ବହୁତ ଚିନ୍ତିତ ହୋଇଥାନ୍ତି । ବିଶେଷ କରି ପୁଅମାନେ ବହୁତ ଚିନ୍ତିତ ହୋଇଯାଇଥାନ୍ତି । ସେମାନେ ଭାବିଥାନ୍ତି ଯାହା ସହିତ ଆମ ବିବାହ ହେବ ସେ କଣ ଆମକୁ ବୁଝି ପାରିବ ? ତା ସହିତ ଜୀବନ କିଭଳି ବ୍ୟତୀତ କରିବା ? କିଛି ସମସ୍ୟା ତ ଆସିବା ନାହିଁ ?

ଏହିଭଳି ଅନେକ କଥା ବିବାହ ସମୟରେ ଆମ୍ଭ ଚିନ୍ତା କୁ ଅନେକ ମାତ୍ରାରେ ବଢାଇ ଦେଇଥାଏ । ସେହିଭଳି ଶାସ୍ତ୍ର ରେ ଏବଂ ଚାଣକ୍ୟ ନୀତି ରେ ମଧ୍ୟ କୁହାଯାଇଅଛି ଯେ ଯୋଗ୍ୟ ମଣିଷ ସହିତ ବିବାହ କରିବା ଆବଶ୍ୟକ । ନଚେତ ଜୀବନ ସାରା ଅନେକ ସମସ୍ୟା ର ସମୁଖୀନ ହେବାକୁ ପଡିପାରେ । ଏଭଳି ପରିସ୍ଥିତି ରେ ଲୋକ ମାନଙ୍କର ଚିନ୍ତା ବଢିଯାଇଥାଏ ଯେ କିଭଳି ଜାଣିବା ଯାହା ସହିତ ଆମ୍ଭର ବିବାହ ହେବାକୁ ଯାଉଅଛି ତାହା ସହିତ ଆମ୍ଭର ଭଲ ପଡିବ କି ନାହିଁ ?

ଆସନ୍ତୁ ଆଜି ଆମ୍ଭେ ଜାଣିବା ଯେ ଶାସ୍ତ୍ର ଅନୁସାରେ ବିବାହ ପାଇଁ ଯୋଗ୍ୟ କନ୍ୟା ମଧ୍ୟରେ କେଉଁ କେଉଁ ବିଶେଷ କଥା ରହିବା ଆବଶ୍ୟକ ?

୧;- ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯଦି କୌଣସି ସ୍ତ୍ରୀ କାମକାର୍ଯ୍ୟ କରୁନାହିଁ, ମାତ୍ର ତାକୁ ଘର ପରିବାର ଏବଂ ସମାଜ ସମ୍ବନ୍ଧରେ ସବୁ ଜଣା ଅଛି ତେବେ ତାହା ବହୁତ ଭଲ କଥା ଅଟେ । ଏହିଭଳି ସ୍ତ୍ରୀ ଜାଗୃତ ରହିଥାନ୍ତି ଏବଂ ପରିବାର ର ମାନ ସନମାନ ବଢାଇଥାନ୍ତି ।

୨;- ବିବାହ ନିମନ୍ତେ ସ୍ତ୍ରୀ ପାଖରେ ଗୋଟିଏ ଗୁଣ ଅବଶ୍ୟ ରହିବା ଆବଶ୍ୟକ । ତାହା ଏହା ଅଟେ ଯେ ସମସ୍ତଙ୍କୁ ଉଚିତ ମାନ ସନମାନ ଦେଉଥିବ । ନିଜଠାରୁ ବଡ ଏବଂ ଛୋଟ ଉଭୟ ଲୋକଙ୍କୁ ସନ୍ନମାନ ଦେବା ଆବଶ୍ୟକ ।

୩;- ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଯେଉଁ ସ୍ତ୍ରୀ ସଂସ୍କୃତି ଏବଂ ପରମ୍ପରା ର ପାଳନ କରନ୍ତି ସେ ବିବାହ ପାଇଁ ଶ୍ରେଷ୍ଠ ରହିଥାନ୍ତି । ଏହିଭଳି ପତ୍ନୀ ପତି ଙ୍କ ନିମନ୍ତେ ସ୍ଵଭାଗ୍ୟ ବଢାଇଥାନ୍ତି । ସେମାନେ ପୂଜାପାଠ ରୁ ଦେବୀଦେବତା ଙ୍କ କୃପା ପ୍ରାପ୍ତ କରିଥାନ୍ତି । ଯାହାଦ୍ୱାରା ଘରେ ସମୃଦ୍ଧି ଆସିଥାଏ ।

୪;- ଯେଉଁ ସ୍ତ୍ରୀ ସମସ୍ତ ଆୟ ମଧ୍ୟରୁ କିଛି ବଞ୍ଚାଇ ରଖିବାର ଗୁଣ ରଖିଥାଏ, ସେ ପରିବାର ନିମନ୍ତେ ଶୁଭ ରହିଥାଏ । ପରିବାର କୁ ଆର୍ଥିକ ଭାବରେ ମଜବୁତ ବନାଇବାରେ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହିଭଳି ସ୍ତ୍ରୀ କୁ ଲକ୍ଷ୍ମୀ ର ସ୍ୱରୂପ ମାନାଯାଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *