ଟନସିଲ୍ (Tonsils) କଣ ? ଜାଣନ୍ତୁ ଏହାର କାରଣ ଏବଂ ନିବାରଣ !

ବନ୍ଧୁଗଣ, ଟନସିଲ ସାଧରତଃ ଅନେକ ଛୋଟ ପିଲା ମାନଙ୍କ ଠାରେ ଦେଖାଯାଏ କିନ୍ତୁ ଲକ୍ଷଣ ଜଣାନଥିବାରୁ ଅନେକ ପିତାମାତା ଏହାକୁ ଅଣଦେଖା କରିଦିଅନ୍ତି । ପରିବର୍ତ୍ତିତ ୠତୁ ଏବଂ ଥଣ୍ଡା ଅଧିକ ହେଲେ ଗଳାରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏଭଳି ପରିସ୍ଥିତିରେ ତଣ୍ଟି କାଟିବା ସହ କଥା ହେବା ବେଳେ କଷ୍ଟ ଅନୁଭବ ହୋଇଥାଏ ।

ଏମିତିରେ କିଛି ଲୋକ ବିଭିନ୍ନ ଔଷଧ ଖାଇବା ସହ ଘରୋଇ ଉପଚାରର ବ୍ୟବହାର ଆପଣେଇ ଥାଆନ୍ତି କିନ୍ତୁ ଗଳାରେ ଏଭଳି ସମସ୍ୟା ଦେଖାଦେବା ଟନ୍ସିଲାଇଟିସ୍‌ ରୋଗର ଲକ୍ଷଣ ହୋଇପାରେ, ଯାହାକି ପରବର୍ତ୍ତୀ ସମୟରେ ଘାତକ ସାଜିପାରେ । ତେଣୁ ଗଳାରେ ଯନ୍ତ୍ରଣା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ଟନ୍ସିଲାଇଟିସ୍‌ କ‘ଣ?

ଗଳାରେ ଦୁଇଟି ଟନ୍‌ସିଲ୍‌ ଗ୍ରନ୍ଥି ରହିଛି । ଏହାର ରଙ୍ଗ ଜିଭ ଭଳି ଗୋଲାପି । ଗଳାରେ କୌଣସି ସଂକ୍ରମଣ ହେଲେ ଟନ୍ସିଲ୍‌ ଗ୍ରନ୍ଥିର ରଙ୍ଗ ପରିବର୍ତ୍ତନ ହୋଇ ଗୋଲାପିରୁ ନାଲ ପଡ଼ିଯାଏ । ତଣ୍ଟି ଭିତରେ ଧଳା ରଙ୍ଗର ଘା’ ଭଳି ଫଳିଯାଏ ଏବଂ ଯନ୍ତ୍ରଣା ଅନୁଭବ ହୋଇଥାଏ । ତଣ୍ଟି କାଟିବା ସହ ଜର ବି ଆସେ ।

କିପରି ହୁଏ ଟନ୍ସିଲାଇଟିସ୍‌

ଟନ୍ସିଲାଇଟିସ୍‌ ସଂକ୍ରମଣ ଯୋଗୁଁ ହୋଇଥାଏ । ଟନ୍‌ସିଲରେ ଜୀବାଣୁ ହୋଇ ଏହା ଟନ୍ସିଲାଇଟ୍ସର ରୂପ ନେଇଥାଏ । ବେଳେ ବେଳେ ଷ୍ଟ୍ରେପ୍‌ଟୋକୋକସ୍‌ ୟୋଜିନ୍‌, ପେରାଇନ୍‌ଫ୍ଲୁଏଞ୍ଜା, ମିଳିମିଳା, ହର୍ପିସ୍‌ ସିମ୍ପ୍‌ଲେକ୍ସ୍ ଏବଂ ଇନ୍‌ଫ୍ଲୁଏଞ୍ଜା ଆଦି ରୋଗ ବି ଟକ୍ସିଲାଇଟିସ୍‌ କାରଣ ହୋଇଥାଏ ।

ଟନ୍ସିଲାଇଟିସ୍‌ର ଲକ୍ଷଣ

– ତଣ୍ଟି ଦରଜ ହେବା

– ଗଳାରୁ କାନ ଯାଏଁ ବିନ୍ଧା ହେବା

– ଖାଦ୍ୟ ପାନୀୟ ଗିଳିବାରେ କଷ୍ଟ ହେବା

– ବାରମ୍ବାର ଜ୍ୱର ଆସେ

– ଗଳା ବସିଯାଏ

– ମୁଣ୍ଡବିନ୍ଧା

– ଟନ୍ସିଲ୍‌ଗୁଡ଼ିକରେ ବ୍ୟଥା ହୁଏ ଓ ଫୁଲିଯାଏ

– ଛୋଟ ଶିଶୁଙ୍କୁ ଟନ୍ସିଲାଇଟିସ୍‌ ହେଲେ ପେଟରେ ଯନ୍ତ୍ରଣା ହେବା ଭଳି ଲକ୍ଷଣ ଦେଖାଦିଏ

– ବେକ କଷ୍ଟ ହେବା

ଟନ୍ସିଲାଇଟିସ୍‌ ଉପଚାର

ଟନ୍ସିଲାଇଟିସ୍‌ ହୋଇଥିଲେ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଇବା ସହିତ ଦିନକୁ ୩-୪ ଥର ଉଷୁମ ପାଣିରେ ଲୁଣ ପକାଇ କୁଳି କରନ୍ତୁ ।

ବନ୍ଧୁଗଣ ଆମେ ଆଶା କରୁଅଛୁ କି ଆପଣଙ୍କୁ ଏହି ପୋଷ୍ଟ ନିଶ୍ଚିତ ଭଲ ଲାଗିଥିବ । ଏଭଳି ଅଧିକ ଖବର ପାଇଁ ଆମ କୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *