Health Tips- ଡାଇବେଟିସରେ ଆପଣ କେଉଁ କେଉଁ ଫଳ ଖାଇପାରିବେ ଓ କେଉଁ ଫଳ ଖାଇବେନି ?

ନମସ୍କାର ବନ୍ଧୁଗଣ, ଡାଇବେଟିସ ହେବାର ମୁଖ୍ୟା କାରଣ ହୋଇଥାଏ ଶରୀରରେ ସୁଗାର ଲେବୁଲ ବଢିବା । ଆମେ ଖାଉଥିବା ଖାଦ୍ୟରେ ସୁଗାର ମାତ୍ରା ଅଧିକ ଥିଲେଡାଇବେଟିସ ବଢିଥାଏ । ତେଣୁ ସବୁବେଳେ ଆମ ମନରେ ଗୋଟିଏ ଆଶଙ୍କା ରହିଥାଏ କି ସବୁ ଫଳ ତ ମିଠା ତେଣୁ କେଉଁ ଫଳ ବି ଖାଇ ହେବ ନାହିଁ  ନଚେତ ଡାଇବେଟିସ ବଢିଯିବ । ତେଣୁ ଆପଣଙ୍କ ମନରେ ଥିବା ଏହି ଆଶଙ୍କା ଆଜି ଆମେ ଦୂରେଇବା ସହ ଜଣାଇବା ପାଇଁ ଯାଉଛୁ ଡାଇବେଟିସ ହୋଇଥିଲେ ଆପଣ କେଉଁ କେଉଁ ଫଳ ଖାଇପାରିବେ । ତେବେ ଆସନ୍ତୁ ଜାଣିବା ।

ଡାଇବେଟିସ ରୋଗୀ ଫଳ ଖାଇପାରିବେ । ଆପଣ କୌଣସି ହେବି ଖାଦ୍ୟ ସହ ଫଳ ଖାଇବା ଉଚିତ ନୁହେଁ । ଖାଦ୍ୟ ଖାଇବାର ଦୁଇ ଘଣ୍ଟା ପୂର୍ବରୁ କିମ୍ବା ଦୁଇ ଘଣ୍ଟା ପରେ ଆପଣ ଫଳ ଖାଇପାରିବେ । 70 ରୁ 100 ଗ୍ରାମ ଭିତରେ ଆପଣ ଫଳ ଏକା ସାଙ୍ଗରେ ଖାଇବା ଉଚିତ । ଏବଂ ଗୋଟିଏ ଟାଇମରେ ଗୋଟିଏ ପ୍ରକାର ଫଳ ଡାଇବେଟିସ ରୋଗୀ ଖାଇବା ଆବଶ୍ୟକ ।

ଦିନକୁ ଆପଣ ତିନି ପ୍ରକାର ଫଳ ଖାଇପାରିବେ ।  ଫଳରେ ଭିଟାମିନ, ପଟାସିୟମ ତେଣୁ ଫଳ ଖାଇବା ଆବଶ୍ୟକ । ଡାଇବେଟିସ ରୋଗୀ ସମସ୍ତ ଫଳ ଖାଇପାରିବେ କିନ୍ତୁ ଧ୍ୟାନ ରଖିବାକୁ ପଡିବ ସେହି ଫଳରେ ଗ୍ଲାଇସେମିକ ଇଣ୍ଡେକ୍ସ ଅଧିକ ନ ହୋଇଥିବା ଦରକାର । ଏହାର ଅର୍ଥ ହୋଇଥାଏ କେତେ ଅଧିକ ସ୍ପିଡରେ ସୁଗାର ଶରୀରରେ ରିଲିଜ ହୋଇଥାଏ ।

ଯେଉଁ ଫଳର ଗ୍ଲାଇସେମିକ ଇଣ୍ଡେକ୍ସ ଅଧିକ ଶରୀରରେ ରିଲିଜ ହୋଇଥାଏ ତାହା କମ ମାତ୍ରାରେ ଖାଇବା ଦରକାର । ନଚେତ ବିଲକୁଲ ଖାଇବା ଉଚିତ ନୁହେଁ । ଅମୃତଭଣ୍ଡା, ସେଓ, କମଳା, କିୱି । ଏହିସବୁ ଫଳରେ ଲୋ ଗ୍ଲାଇସେମିକ ଇଣ୍ଡେକ୍ସ ରହିଥାଏ । ମଧ୍ୟମ ଧରଣର ଗ୍ଲାଇସେମିକ ଇଣ୍ଡେକ୍ସ ରହିଥାଏ ଆମ୍ବରେ । ଆଉ ଅଧିକ ମାତ୍ରାରେ ଗ୍ଲାଇସେମିକ ଇଣ୍ଡେକ୍ସ ରହିଥାଏ ତରଭୁଜ ଏବଂ ଖଜୁରୀରେ ।

ଏଥିରେ ଥିବା ଗ୍ଳୁକୋଜ ଅଧିକ ମାତ୍ରାରେ ଶରୀର ଭିତରକୁ ଯାଇଥାଏ । କୌଣସି ଫଳର ଜୁସ କରି ଆପଣ ସେବନ କରିବା ଅନୁଚିତ । ଡାଇବେଟିସ ରୋଗୀ ପ୍ରତ୍ୟକ ଦିନ ଅମୃତଭଣ୍ଡା, ପ୍ଲମ , ବେରିଜ, କିୱି, ସେଓ, କମଳା ଏବଂ ନାସ୍ପାତି ଖାଇପାରିବେ । ଆପଣ ଏହିସବୁ ଫଳକୁ ପ୍ରତ୍ୟକ ଦିନ ଖାଇବା ଦ୍ଵାରା ଆପଣଙ୍କ ସ୍ଵାସ୍ଥ୍ୟକର ଫାଇଦା ମିଳିବ । ଏହାଦ୍ୱାରା ଆପଣଙ୍କ ବ୍ଲଡ଼ ପ୍ରେସର କମ ରହିବ ।

ଡାଇବେଟିସ ରୋଗୀ ମାନେ ଫଳକୁ ସମ୍ପୂର୍ଣ ନା ନ କହି ଏହିସ ବୁ କଥାକୁ ଧ୍ୟାନରେ ରଖି ଖାଇବା ଦ୍ଵାରା କୌଣସି ଅସୁବିଧା ଆପଣଙ୍କ ପାଇଁ ଆସିନଥାଏ । ଏବଂ ଭଲ ଫାଇଦା ମଧ୍ୟ ମିଳିଥାଏ ଆପଣଙ୍କ ଶରୀରକୁ କିଛି ଫଳରୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର  କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *