Vastu Tips- ପଢାଘରେ ରଖନ୍ତୁ ଏହି 5 ଟି ଜିନିଷ, ଧଡା ଧଡ଼ ମନେ ରହିବ ପାଠ

ନମସ୍କାର ବନ୍ଧୁଗଣ , ଆମେ ଅନେକ ସମୟରେ ଦେଖିଥାଉ ଯେ ପିଲାମାନେ ଦିନ ରାତି ଅବିଶ୍ରାମ ପରିଶ୍ରମ କରି ପାଠ ପଢନ୍ତି । କିନ୍ତୁ ସଠିକ ସମୟରେ ସେମାନଙ୍କୁ କିଛି ମନେ  ରହିନଥାଏ । ଏଭଳି କଣ ପାଇଁ ଘଟିଥାଏ କଣ ପିଲାମାନେ ଶ୍ରଦ୍ଧା ସହ ପାଠ କୁ ପଢିନଥାନ୍ତି ବା ପିଲାର ଭାଗ୍ୟ ତାଙ୍କୁ ସାଥ ଦେଇନଥାଏ । ଆମ ବାସ୍ତୁ ଶାସ୍ତ୍ର ରେ ଏହା ବିଷୟରେ ବର୍ଣନା କରାଯାଇଛି , ଯେ ଯଦି ଘରେ ବାସ୍ତୁ ଦୋଷ ରହିଥାଏ ତେବେ ପିଲା ଯେତେ ପଢିଲେ ମଧ୍ୟ ପାଠ ମନେ ରହିନଥାଏ ।

ଆମ ଘରର ନାକାରାତ୍ମକ ପରିବେଶ ପିଲାର ପାଠ କୁ ମନେ ରଖିବାରେ ବାଧା ସୃଷ୍ଟି କରିଥାଏ । ଯାହା ଫଳରେ କି ପିଲା ଯେତେ ପଢିଲେ ବି ସବୁ ପାଠ ଭୁଲିଯାଇଥାନ୍ତି । ତେଣୁ ଏହା ପ୍ରତି ବିଶେଷ  ରୂପରେ ଧ୍ୟାନ ଦେବା ଉଚିତ୍ । ଏହା ଦ୍ଵାରା ଘରେ ଥିବା ବାସ୍ତୁ ଦୋଷ ଦୂର  ହେବ ଏବଂ ପିଲାର ପାଠ ପ୍ରତି ଇଛା ମନେ ରଖିବାର ଶକ୍ତି ଉତ୍ପନ ହୋଇଥାଏ ।

ପ୍ରଥମ ବିଷୟ ହେଉଛି ମା  ‘ ସରସ୍ଵତୀଙ୍କର ମୂର୍ତ୍ତି ପିଲାମାନଙ୍କ ପାଠ ପଢୁଥିବା ଘରେ ନିଶ୍ଚିତ ଭାବରେ ରଖନ୍ତୁ । ମା ‘ ସରସ୍ଵତୀ ହେଉଛନ୍ତି ବିଦ୍ୟାର  ଦେବୀ ଆପଣମାନେ ଜାଣିଥିବେ ଯେ ସରସ୍ଵତୀ ପୂଜା ଦିନ ଆମେ ମା’ ଙ୍କ ପୂଜା କରିବା ସହ ଆମ ପାଠ ପଢା ବହି , ଖାତା ଓ ପୁସ୍ତକ ର ପୂଜା କରୁ । କାରଣ ସରସ୍ଵତୀଙ୍କୁ ପୂଜା କରିବା ଦ୍ଵାରା ଆମ ପାଠ ହୋଇଥାଏ ଶିକ୍ଷା ସ୍ତରରେ ଆମେ ଉନତ ସ୍ଥାନ ପ୍ରାପ୍ତ ହୋଇଥାଊ ।

ତେଣୁ ପିଲାପାଠ ପଢୁଥିବା ଘରେ ମା ‘ ସରସ୍ଵତିଙ୍କ ମୂର୍ତ୍ତିକୁ ରଖିବା ଦ୍ଵାରା ପିଲାର ଦୃଷ୍ଟି ସେହି ଫଟ ଉପରେ ପଢିଥାଏ ଏବଂ ପିଲାକୁ ପାଠ ମନେ ରହିଥାଏ । ଦ୍ଵିତୀୟ ପିଲାର ପାଠ ପଢା ଘରେ ଶୁଦ୍ଧ  ଘିଅର ଦୀପ ରଖନ୍ତି ଏବଂ ମା ‘ ସରସ୍ଵତୀଙ୍କ ଜନ୍ତ୍ର ରଖନ୍ତୁ । ଏହା କରିବା ଦ୍ଵାରା ପିଲାର ପାଠ ମନେ ରହିଥାଏ ଏବଂ ପିଲାର ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ ।

ତୃତୀୟ ଘରେ ମୟୂର ପର ରଖନ୍ତୁ ଏହାକୁ ରଖିବା ଦ୍ଵାରା ଘରେ ନାକାରାତ୍ମକ ଊର୍ଜା ପ୍ରବେଶ କରେ ନାହିଁ ଓ ଘର ଶାନ୍ତ ରହିଥାଏ । ପିଲାର ମନରେ ଖରାପ ଚିନ୍ତାକୁ ଏହା ପଶିବାକୁ ଦେଇନଥାଏ । ପିଲାର ଯେଉଁ ପାଠବିଷୟ ହୋଇନଥାଏ ସେହି ବହି ଭିତରେ ମୟୂର ପର ରଖିଲେ ପିଲାର ପାଠ ହୋଇଥାଏ । ଚର୍ତୁର୍ଥ ପିଲାଟି ପାଠ ପଢୁଥିବା ସମୟରେ ଏହା ମନେ ରଖିବେ ଯେ ପୂର୍ବ ଦିଗକୁ ମୁହଁ କରି ପଢିବ ।

କାରଣ ପୂର୍ବ ଦିଗକୁ ମୁହଁ କରିବା ଦ୍ଵାରା ପାଠ ମନେ ରହିଥାଏ । ପଞ୍ଚମ ହେଉଛି ହଂସ ର ଫଟ ଘରର ଦୁଆର ମୁହଁରେ ଲଗେଇବା ଦ୍ଵାରା ପିଲାର ମନ ଅସ୍ଥିର ହୋଇନଥାଏ , ପାଠ ପ୍ରତି ସଚେତନ ରହିଥାଏ । ବାସ୍ତୁ ଅନୁସାରେ ଏହୁ ସମସ୍ତ ବିଷୟ ଶୁଭ ହୋଇଥାଏ , ତେଣୁ ଆପଣଙ୍କ ଘରେ ଏହାକୁ ନିଶ୍ଚୟ କରନ୍ତୁ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *