ଆସନ୍ତା କାଲି ପବିତ୍ର ଧନୁ ସଙ୍କ୍ରାନ୍ତି ! କରନ୍ତୁ ଏହି ୩ ଟି କାମ, ହେବ ସବୁ ମନୋସ୍କାମନା ପୂର୍ଣ୍ଣ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଡିସେମ୍ବର ୧୬ ତାରିଖରେ ପବିତ୍ର ଧନୁ ସଙ୍କ୍ରାନ୍ତି ପାଳିତ ହେବା ପାଇଁ ଯାଉଛି । ଯାହାକୁ ମୁଆଁ ସଙ୍କ୍ରାନ୍ତି ନାମରେ ବି ବହୁତ ଲୋକ ଜାଣିଥାନ୍ତି । ଯେତେବେଳେ ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିଥାନ୍ତି । ସେହି ଦିନକୁ ସଙ୍କ୍ରାନ୍ତି ବୋଲି କୁହାଯାଇଥାଏ।  ସଂପୂର୍ଣ୍ଣ ବର୍ଷରେ ୧୨ ଟି ଭିନ୍ନ ଭିନ୍ନ ସଙ୍କ୍ରାନ୍ତି ପାଳିତ ହୋଇଥାଏ ।  ପ୍ରତ୍ଯେକ ସଙ୍କ୍ରାନ୍ତିର ନିଜସ୍ୱ କିଛି ମହତ୍ଵଉଦ୍ଧେଶ୍ୟ ରହିଥାଏ ।

ସଙ୍କ୍ରାନ୍ତିରେ ତିଥି ଓ ସମୟକୁ ହିନ୍ଦୁ ଧର୍ମ କ୍ଯାଲେଣ୍ଡରରେ ବହୁତ ହିଁ ଗୁରୁତ୍ଵ ଦିଆଯାଇଥାଏ । ତେବେ ପବିତ୍ର ଧନୁ ସଙ୍କ୍ରାନ୍ତିରେ ୩ ଟି କାମ ବ୍ୟକ୍ତି ମାନଙ୍କୁ ନିହାତି କରିବା ଉଚିତ । ଏହି କାର୍ଯ୍ୟ କରିବା ଦ୍ଵାରା ବ୍ୟକ୍ତିର ଅତ୍ୟନ୍ତ ମଙ୍ଗଳ ହେବା ସହିତ ବ୍ୟକ୍ତିର ମନସ୍ଥ ଇଛା ମଧ୍ୟ ପୂରଣ ହୋଇଥାଏ । ଧନୁ ସଙ୍କ୍ରାନ୍ତିରେ ଧନୁ ମୁଆଁର ବହୁତ ଅଧିକ ଚାହିଦା ରହିଥାଏ ।

ତେଣୁ କଥାରେ ଅଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରେ ପହିଲି ଧନୁମୁଆଁ ଲାଗି ହୋଇଥାଏ । ତାପରେ ବିଭିନ୍ନ ଦେବାଦେବୀ ମନ୍ଦିରରେ ଏହା ଲାଗିକରାଯାଇଥାଏ । ତେଣୁ ଯେଉଁ ବ୍ୟକ୍ତି ବିଶେଷ ମାନେ ଧନୁ ମୁଆଁ ନିଜେ ଘରେ ପ୍ରସ୍ତୁତ କରି ମନ୍ଦିରରେ ପୂଜା କରିବା ସହିତ ନିଜ ଘରେ ମଧ୍ୟ ଠାକୁରଙ୍କ ପାଖରେ ଲାଗିକରିଥାନ୍ତି ।

ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।ଯଦି ଘରେ ସମ୍ଭବ ନୁହେଁ, ତେବେ ବଜାରରୁ କିଣି ମଧ୍ୟ ଠାକୁରଙ୍କ ପାଖରେ ଭୋଗ ଲଗାଇପାରିବେ । ଠାକୁରଙ୍କ ପାଖରେ ଭୋଗ କରିସାରିବା ପରେ ଘରର ସମସ୍ତ ସଦସ୍ୟ ମିଶି ମୁଆଁ ଖାଇବା ଉଚିତ । ବନ୍ଧୁଗଣ ପ୍ରତ୍ଯେକ ଦିନ ସକାଳୁ ସ୍ନାନ କରି ସାରି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ବହୁତ ହିଁ ମହତ୍ଵ ପୂର୍ଣ୍ଣ କାର୍ଯ୍ୟ ହୋଇଥାଏ ।

ଦିତୀୟରେ ଏହା ବ୍ଯତୀତ ଧନୁ ସଙ୍କ୍ରାନ୍ତି ଦିନ ପ୍ରଭୁ ସୂର୍ଯ୍ୟଦେବଙ୍କର ବିଶେଷ ପୂଜା ଅର୍ଚନା କରିବାର ବିଧି ରହିଥାଏ । ତେଣୁ ଧନୁ ସଙ୍କ୍ରାତି ଦିନ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠି ନିଜର ନିତ୍ୟାଦି କର୍ମ ସାରି ସୂର୍ଯ୍ୟ ଉଦୟ ହେବା ମାତ୍ରେ ଯଦି ପ୍ରଭୁ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବେ । ତେବେ ଏହା ଅନେକ ଶୁଭଫଳ ପ୍ରଦାନ କରିବ । ଏହି ପବିତ୍ର ଦିନରେ ଯେଉଁ ବ୍ୟକ୍ତି ନିଷ୍ଟା ସହକାରେ ଏହି କାର୍ଯ୍ୟକୁ ସମ୍ପର୍ଣ୍ଣ କରିଥାଏ । ତେବେ ନିଶ୍ଚୟ ଭାବରେ ଭାଗ୍ୟର ଉଦୟ ହୋଇଥାଏ ।

ତୃତୀୟରେ ଏହି ଧନୁ ସଙ୍କ୍ରାନ୍ତି କୃଷିଭିତ୍ତିକ ପର୍ବ ହୋଇଥାଏ । ତେଣୁ ଏହି ଦିନ ଯଦି କୃଶକ ଭାଇ ମାନଙ୍କୁ ତାଙ୍କ କାର୍ଯ୍ୟରେ କିଛି ସାହାଜ୍ଯ କରିବା ସହିତ ଲୋକଙ୍କୁ କିଛି ଦାନ ଧର୍ମ ଆଦି କାର୍ଯ୍ୟ କରିବେ । ତେବେ ସୂର୍ଯ୍ୟଦେବଙ୍କ କୃପା ସହ ମା’ ଅର୍ଣ୍ଣପୂର୍ଣ୍ଣାଙ୍କ ଆଶ୍ରୀବାଦ ମଧ୍ୟ ପ୍ରାପ୍ତ କରିପାରିବେ ।

ତେଣୁ ପବିତ୍ର ଧନୁ ସଙ୍କ୍ରାତିରେ ଏହି ୩ ଟି କାମ ନିହାତି କରିବା ଉଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *