ଆଣ୍ଠୁଗଣ୍ଠିରେ ଗ୍ରୀସ ବଢାଇବାର ସବୁଠୁ ସହଜ ଉପାୟ ! ବାସ ଏହାକୁ ପିଅନ୍ତୁ ବୁଢା ବୟସରେ ବି ଦୌଡିବେ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ହାଡ ସହିତ ହାଡ ସଂଯୁକ୍ତ ହେଉଥିବା ସ୍ଥାନକୁ ଜଏଣ୍ଟ ସ୍ଥାନ କୁହାଯାଇଥାଏ । ସେହି ଜାଗା ମାନଙ୍କରେ ପାଣି ଭଳି ଏକ ତରଳ ପଦାର୍ଥ ରହିଥାଏ । ଯାହାକୁ ସାଇନୋଭିଲ ଫ୍ଲୁଇଡ କୁହାଯାଇଥାଏ । ଏହି ଲିକ୍ୱିଡ ଯଦି ଠିକ ଭାବରେ ବଜାୟ ରହିଥାଏ । ତେବେ ଜଏଣ୍ଟ ଜାଗା ଗୁଡିକ ସୁସ୍ଥ ରହିଥାଏ । ଏହା ସହିତ ସେଠାରେ କୌଣସି ପ୍ରକାର କଷ୍ଟ ଯନ୍ତ୍ରଣା ଅନୁଭୂତ ହୋଇନଥାଏ ।

ଜଏଣ୍ଟ ସ୍ଥାନ ମାନଙ୍କରୁ ଲିକ୍ୱିଡ ଯେତେବେଳେ ଧୀରେ ଧୀରେ କରି କମିବାକୁ ଆରମ୍ଭ କରିଥାଏ । ସେତେବେଳେ ଜଏଣ୍ଟ ସ୍ଥାନ ବିଶେଷ କରି ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହୋଇଥାଏ । ଯାହା ଦ୍ଵାରା ବ୍ୟକ୍ତି ବସିବା, ଉଠିବା ଓ ଚାଲିବା ସମୟରେ କଷ୍ଟ ପାଇଥାଏ । ଲିକ୍ୱିଡ କମିବାର କେତେ ଗୁଡିଏ କାରଣମାନ ରହିଛି । ଯେପରି ପ୍ରଥମ କଥା ହେଉଛି ବୟସ ।

କାରଣ ଯେତେବେଳେ ବ୍ୟକ୍ତି ବୁଢା ହେବାକୁ ଲାଗିଥାଏ । ସେତେବେଳେ ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ଗୁଡିକ ଦୁର୍ବଳ ହୋଇଯାଇଥାଏ । ଖାସ୍ କରି ଜଏଣ୍ଟ ସ୍ଥାନରୁ ତରଳ ଲିକ୍ୱିଡ ଧୀରେ ଧୀରେ ଶୁଖିବାକୁ ଲାଗିଥାଏ । ତେବେ ଏହା ଯୋଗୁ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହୋଇଥାଏ । ଦିତୀୟରେ ଆଜି କାଲି ବହୁତ ଲୋକଙ୍କର ବୟସ ଅଧିକ ନହୋଇଥିବା ସ୍ଥଳେ ମଧ୍ୟ ଆଣ୍ଠୁ ଗଣ୍ଠି ପେନ୍ ହେବା ଆରମ୍ଭ ହୋଇଯାଉଛି ।

ଏହାର ମୂଳ କାରଣ ହେଉଛି । ସେମାନଙ୍କର ଆଧୁନିକ ଜୀବନଶୈଳୀର ଖାଦ୍ୟ ପାନୀୟର ବ୍ୟବହାର ପ୍ରଣାଳୀ । ତେଣୁ ଯଦି ନିଜର ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେଉଥାଏ ବା ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଆଗାମୀ ସମୟରେ ନହେବା ପାଇଁ ଚାହୁଁଥାନ୍ତି । ତେବେ ନିଜ ଖାଦ୍ୟ ରୁଟିରେ ଏବେ ଠାରୁ କିଛି ବିଶେଷ ଖାଦ୍ୟକୁ ସାମିଲ କରିକି ଖାଆନ୍ତୁ । ପ୍ରଥମେ ହେଉଛି ହରଶିଙ୍ଗାର ପତ୍ର ।

ଏହି ପତ୍ରରୁ ୧୦ ରୁ ୧୨ ଟି ତୋଳି ତାହାକୁ ଭଲ ଭାବରେ ଧୋଇ ତାହାକୁ କିଛି ପାଣିରେ ପକାଇ ସେହି ପାଣିକୁ ୨ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । ତାପରେ ସେହି ପାଣିକୁ ଛାଣି ତାହାର ସେବନ କରନ୍ତୁ । ଏହା ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ନିବାରଣରେ ବହୁତ ସାହାଜ୍ଯ କରିଥାଏ । ଏହା ଛଡା ଖାଦ୍ୟ ହିସାବରେ ଅଖରୋଟକୁ ନିଜ ଖାଦ୍ୟ ରୁଟିନରେ ସାମିଲ କରି ଖଆନ୍ତୁ ।

ଅଖରୋଟରେ ଥିବା ପୋଷକ ତତ୍ଵ ଆଣ୍ଠୁରୁ ଲିକ୍ୱିଡର ମାତ୍ରାକୁ ବଜାୟ ରଖିଥାଏ । ଏହା ବ୍ଯତୀତ ପଇଡ ପାଣିର ସେବନ କରନ୍ତୁ । ଏଥରେ ଆଣ୍ଟି ଇନଫ୍ଲାମେଣ୍ଟାରି ଗୁଣ ରହିଥାଏ । ଯାହା ଆଣ୍ଠୁର ଯନ୍ତ୍ରଣାକୁ କମାଇଥାଏ । ଏହା ସହିତ କ୍ୟାଲସିୟମ ଓ ଭିଟାମିନ – D ଯୁକ୍ତ ଖାଦ୍ୟର ସେବନ କରନ୍ତୁ । କ୍ଷୀର, ମାଛ ଓ ଛତୁର ଏବନ କରନ୍ତୁ । ସକାଳର ସୂର୍ଯ୍ୟ କିରଣରେ କିଛି ସମୟ ବସିବା ପାଇଁ ଚେଷ୍ଟା କରନ୍ତୁ ।

ଯେଉଁଥି ପାଇଁ ଶରୀରରେ ଭିଟାମିନ – D ତିଆରି ହୋଇଥାଏ । ଯାହା ହାଡକୁ ଶକ୍ତ ରଖିବାରେ ସାହାଜ୍ଯ କରିଥାଏ । ଏହିସବୁ କଥା ଉପରେ ଧ୍ୟାନ ଦେଇ ନିଜର ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ନିଜକୁ ମୁକ୍ତି ଦିଅନ୍ତୁ ।ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *