ବ୍ରେନ ଟ୍ଯୁମର କ’ଣ ? ଜାଣନ୍ତୁ ଏହାର କାରଣ ଓ ଲକ୍ଷଣ, ଦେଖନ୍ତୁ କଣ କୁହନ୍ତି Dr Atmaranjan Dash

ମସ୍ତିସ୍କ ଭିତରେ ଯେଉଁ ବିଭିନ୍ନ  ସେଲ୍ସ ବା ଯେଉଁ ହାଡ ସବୁ ରହିଛି, ଯଦି ସେଥିରୁ ବା କେବଳ ବ୍ରେନର କୌଣସି ଭାଗ ରୁ ଅନିୟନ୍ତ୍ରିତ ବୃଦ୍ଧି ଘଟିଲା ତେବେ ତାହା ଟ୍ଯୁମର ର ରୂପ ନେଇଯାଇ ଥାଏ ଏବ॰ ତାହାକୁ ବ୍ରେନ ଟ୍ଯୁମର ବୋଲି କୁହାଯାଇଥାଏ । ବ୍ରେନ ଟ୍ଯୁମର ୨ ପ୍ରକାରର ହୋଇପାରେ।ଯଥା, ସାଧାରଣ ଟ୍ଯୁମର ଓ କ୍ୟାନ୍ସେରେସ ଟ୍ଯୁମର । ଏହାଛଡା ଯଦି ଶରୀରର ଅନ୍ୟ କୌଣସି ଜାଗା ରୁ ବ୍ରେନ କୁ ମାଡି ଆସିଥାଏ ତେବେ ତାହାକୁ ମେଟେଷ୍ଟ୍ରାଟିକ ଟ୍ଯୁମର ବୋଲି କୁହାଯାଇଥାଏ । 

ବ୍ରେନ ଟ୍ଯୁମର ହେଲେ ଭୀଷଣ ମୁଣ୍ଡବ୍ୟଥା ସହ ବାନ୍ତି ହେବା, ବାତ ମାରିବା, ଶରୀରର ସନ୍ତୁଳନ ହରାଇ ବସିବା, ଦୃଷ୍ଟି ଶକ୍ତି ରେ କ୍ଷୀଣତା, ଶରୀରର କୌଣସି ସ୍ଥାନରେ ଦୁର୍ବଳତା ର ଅନୁଭବ, ଭ୍ରମିତ ହେଲାପରି ପରିସ୍ଥିତି ସୃଷ୍ଟି ହେବା, ଠିକ ଭାବରେ ଶୁଣି ନ ପାରିବା ତଥା ବାରମ୍ବାର ମୁଣ୍ଡ ଘୁରାଇବା ।

ଏହି ସବୁ ଲକ୍ଷଣ ବ୍ରେନ ଟ୍ଯୁମର ର ଆରମ୍ଭରେ ଦେଖିବାକୁ ମିଳେ ।ସାଧାରଣତଃ ବ୍ରେନ ଟ୍ଯୁମର କୌଣସି ବିଶେଷ କାରଣରୁ ହୋଇନଥାଏ । ପରନ୍ତୁ ବେଳେବେଳେ ଏହା ବ॰ଶାନୁକ୍ରମେ ହେବାର ଦେଖା ଯାଇଥାଏ । କିଛି କ୍ଷେତ୍ର ରେ ରେଡିଏସନ ସମ୍ପର୍କ ରେ ଆସିବାରୁ ମଧ୍ୟ ବ୍ୟକ୍ତିର ବ୍ରେନ ଟ୍ଯୁମର ରେ ବିକଶିତ ହୋଇ ଯାଇଥାଏ

ଯଦି ବହୁତ ଦିନ ଧରି ଆପଣଙ୍କର ମୁଣ୍ଡବ୍ୟଥା ହେଉଛି, ଔଷଧ ନେବା ପରେ ମଧ୍ୟ ଯନ୍ତ୍ରଣା ବନ୍ଦ ହେଉ ନାହିଁ, ବାରମ୍ବାର ବାନ୍ତି ହେଉଛି, ସକାଳେ ଉଠିବା ପରେ ଆଖିରେ ଧୂଆଁଧୂଆଁ ପରି ଦେଖାଯିବା.. ଯଦି ଏହିପରି ସଂକେତ ମାନ ଆପଣ ଅନୁଭବ କରୁଥାନ୍ତି, ତେବେ ଆପଣଙ୍କୁ ଯଥା ଶୀଘ୍ର ଡାଃ. ସଙ୍ଗେ ପରାମର୍ଶ କରିନେବା ଉଚିତ ।

ଆଜିକାଲି ଚିକିତ୍ସା ବିଜ୍ଞାନରେ ଖୁବ ପ୍ରଗତି ହୋଇ ଗଲାଣି । ବର୍ତମାନ ଆମ ଦେଶରେ ବ୍ରେନ ଟ୍ଯୁମର ର ସଂପୂର୍ଣ୍ଣ ସଠିକ ଚିକିତ୍ସା ସମ୍ଭବ ହୋଇପାରୁଛି । ପ୍ରଥମେ ରୋଗୀକୁ ଚିକିତ୍ସା କରିବା ସମୟରେ ସଂପୂର୍ଣ୍ଣ ଅଚେତ କରିଦିଆ ଯାଉଥିବା ସମୟରେ ବର୍ତମାନ ସମୟରେ କେବଳ ଅପ୍ରେସନ ସ୍ଥାନଟି କୁ ହିଁ ଅଚେତ କରାଯାଇ ସର୍ଜରୀ ସମୟରେ ରୋଗୀ ସହ କଥାବାର୍ତ୍ତା ମଧ୍ୟ ସମ୍ଭବ ହୋଇଗଲାଣି ।

ସର୍ଜରୀ ସମୟରେ ପୂର୍ବ ଭଳି ରୋଗୀ ଙ୍କର ବାଳ ବି କାଟିବା ଜରୁରୀ ହେଉନି । ଅପିତୁ ଅପରେସନ ପରେ ଜଣାମଧ୍ୟ ପଡୁ ନାହିଁ କି ରୋଗୀ ଜଣକ ଙ୍କର ବ୍ରେନ ଟ୍ଯୁମର ହୋଇଛି କିମ୍ବା ତାଙ୍କର ସର୍ଜରୀ ମଧ୍ୟ ସଫଳତା ପୂର୍ବକ ସମ୍ପର୍ଣ୍ଣ ହୋଇଯାଇଛି । ବର୍ତମାନ ସମୟରେ ବ୍ରେନ ସର୍ଜରୀ କୁ ସବୁଠାରୁ ସରଳତମ ଉପାୟ ରେ ସଫଳତା ପୂର୍ବକ ସର୍ଜରୀ କୁହାଯାଉଛି ।

ତେବେ ବନ୍ଧୁଗଣ, ଆଶା କରୁଛି ଏହି ବିବରଣୀ ଟି ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *