କାଜଲଙ୍କ ସହିତ Bollywoodର ଏହି ସବୁ ହିରୋଇନ Akshay Kumar ଙ୍କୁ ପାଇବା ପାଇଁ କରିଥିଲେ ସବୁ ସୀମା ପାର

ନମସ୍କାର, ହିନ୍ଦୀ ଚଳଚିତ୍ର ଜଗତର ଖିଲାଡ଼ି କୁମାରଙ୍କର ନାମରେ ପରିଚିତ ଥିବା ସଫଳ ଅଭିନେତା ଆଉ କେହି ନୁହେଁ, ସେ ହେଉଛନ୍ତି ଅକ୍ଷୟ କୁମାର । ସେ ଏହି ନାମରେ ପରିଚିତ ହେବା କାରଣ ହେଉଛି, ସେ ତାଙ୍କର ସବୁ ଫିଲ୍ମରେ ନିଜେ ଷ୍ଟନ୍ଟ କରିଥାନ୍ତି । ସେ ତାଙ୍କ ଫିଲ୍ମରେ ବହୁତ୍ ଗୁଡ଼ିଏ ଷ୍ଟନ୍ଟ ନିଜେ ନିର୍ଦ୍ଦେଶିତ ମଧ୍ୟ କରିଛନ୍ତି, ଅକ୍ଷୟ କୁମାର ବର୍ଷକୁ ୪ ରୁ ୫ ଟି ଫିଲ୍ମ୍ ରିଲିଜ କରିଥାନ୍ତି । ଏଥି ଲାଗି ଦର୍ଶକ ମାନେ ତାଙ୍କ ଆଗାମୀ ଫିଲ୍ମ୍ ଦେଖିବା ପାଇଁ ବହୁତ୍ ଉତ୍ସାହିତ ହୋଇଥାନ୍ତି । ଏହା ସହ ଅକ୍ଷୟ କୁମାର ଧନ ଅର୍ଜନ କରିବା ସହ, ହିନ୍ଦୀ ଚଳଚିତ୍ର ଜଗତର ଏକ ନାମୀ ଦାମୀ ଅଭିନେତା ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି, ଏବଂ ସେ ତାଙ୍କ ପତ୍ନୀ ଟୁଇକଲ୍ ଖନ୍ନା ସହ ଖୁସି ଖୁସି ନିଜର ବୈବାହିକ ଜୀବନ ଅତିବାହିତ କରୁଛନ୍ତି ।

କିନ୍ତୁ ଆପଣ ମାନେ ଜାଣିଛନ୍ତି କି ଟୁଇକଲ୍ ଖନ୍ନା ସହ ବିବାହ ବନ୍ଧନରେ ବାନ୍ଧି ହେବା ଆଗରୁ ଅକ୍ଷୟ କୁମାର ଙ୍କ ନାମ ବହୁତ୍ ବଲିଉଡ୍ ଅଭିନେତ୍ରୀ ମାନଙ୍କ ସହ ଯୋଡ଼ା ଯାଇଥିଲା, ତାଙ୍କର ଅନେକ ବଡ଼ ବଡ଼ ଅଭିନେତ୍ରୀ ମାନଙ୍କୁ ସହ ଲଭ୍ ଆଫେୟର ଥିଲା । ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ ସେହି ବଲିଉଡ୍ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କର ଖିଲାଡ଼ି କୁମାରଙ୍କ ସହ ଲଭ୍ ଆଫେୟାର ରହିଥିଲା ।

୧. ଆୟେଶା ଯୁଲକା – ବହୁତ୍ ହିଁ କମ୍ ଲୋକ ଜାଣିଛନ୍ତି ଯେ, ହିନ୍ଦୀ ଚଳଚିତ୍ର ଜଗତର ଖିଲାଡ଼ି କୁମାର ଅର୍ଥାତ୍ ଅକ୍ଷୟ କୁମାର ଙ୍କ ଲଭ୍ ଆଫେୟର ସେହି ସମୟର ହିନ୍ଦୀ ଚଳଚିତ୍ର ଜଗତର ବହୁ ଚର୍ଚ୍ଚିତ ସୁନ୍ଦରୀ ଅଭିନେତ୍ରୀ ଆୟେଶା ଯୁଲକା ଙ୍କ ସହ ରହିଥିଲା । ସେହି ସମୟରେ ଏହି ଦୁଇ ଜଣଙ୍କର ସମ୍ପର୍କ ଅନେକ ଚର୍ଚ୍ଚା ରେ ଥିଲା, କିନ୍ତୁ ଦୁହେଁ କେବେ ହେଲେ ନିଜ ସମ୍ପର୍କର ବିଷୟରେ ଗଣ ମାଧ୍ୟମରେ ସ୍ବୀକାର କରିନଥିଲେ ।

ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ ୧୯୯୨ ମସିହାରେ ଆସିଥିବା ଫିଲ୍ମ୍ “ଖିଲାଡ଼ି” ରେ ଏକା ସହ ଅଭିନୟ କରିଥିଲେ । ଏହି ଫିଲ୍ମ୍ ରେ ଏମାନଙ୍କ ଯୋଡିକୁ ଲୋକେ ବହୁତ୍ ପସନ୍ଦ କରିଥିଲେ, ଏହି ଫିଲ୍ମରେ ଦୁହେଁ ବହୁତ୍ ଭଲ ରୋମାଣ୍ଟିକ ସିନ୍ ଦେଇଥିଲେ । ଏହା ପରେ ଦୁହେଁ ପରସ୍ପରର ନିକଟ ତର ହୋଇଥିଲେ, ଏବଂ ପ୍ରେମ ବନ୍ଧନରେ ବାନ୍ଧି ହୋଇଥିଲେ । କିନ୍ତୁ ସମୟର ସହ ଦୁହେଁ ଅଲଗା ହୋଇଯାଇଥିଲେ ।

୨. ରବିନା ଟଣ୍ଡନ – ଅକ୍ଷୟ କୁମାର ଏବଂ ରବିନା ଟଣ୍ଡନ ଙ୍କ ପ୍ରେମ ସଂପର୍କ ବିଷୟରେ କିଏ ଅବା ଅଜଣା ଅଟେ । ଗୋଟେ ସମୟରେ ଦୁହିଁଙ୍କର ପ୍ରେମ ସଂପର୍କର ଚର୍ଚ୍ଚା ଶିଖରରେ ଥିଲା । ରବିନା ଟଣ୍ଡନ ଏବଂ ଅକ୍ଷୟ କୁମାର ୧୯୯୪ ମସିହା ରେ ଆସିଥିବା ଫିଲ୍ମ୍ “ମୋହୋରା”ରେ ଅଭିନୟ କରୁଥିବା ସମୟରେ ପ୍ରେମ ସମ୍ପର୍କକୁ ଆସିଥିଲେ ।

ଦୁହେଁ ଗୋପନୀୟ ଭାବେ ବହୁତ୍ ସମୟ ଏକା ସହ ଅତିବାହିତ କରୁଥିଲେ ଏବଂ ସେମାନେ ରିଙ୍ଗ ସେରିମନି ମଧ୍ୟ କରିଦେଇଥିଲେ, ଏହା ରବିନା ଟଣ୍ଡନ ତାଙ୍କର ଏକ ଇଂଟର୍ବିୟୁ ରେ ସ୍ବୀକାର କରିଥିଲେ । କିନ୍ତୁ ତାଙ୍କର ସମ୍ପର୍କ ବହୁତ୍ ଦିନ ଯାଏଁ ଚାଲିପାରି ନଥିଲା ଏବଂ ଦୁହେଁ ପରସ୍ପର ଠାରୁ ଦୂରେଇ ଯାଇଥିଲେ ।

୩. କାଜଲ – ଆଜ୍ଞା ହଁ, ଏହା ବହୁତ୍ କମ୍ ଲୋକ ଜାଣିଛନ୍ତି ଯେ ଅକ୍ଷୟ କୁମାର କଜଳଙ୍କର ମଧ୍ୟ କ୍ରଶ୍ ଥିଲେ, ଏକ ଏମିତି ସମୟ ଥିଲା ଯେଉଁ ସମୟରେ କାଜଲ ଅକ୍ଷୟ କୁମାର ଙ୍କ ଗୋଟେ ଝଲକ୍ ଦେଖିବା ପାଇଁ ପାଗଳ ହୋଇ ଯାଉଥିଲେ । କାଜଲ ଫିଲ୍ମ ଏଭେଣ୍ଟ ରେ ଅକ୍ଷୟ କୁମାର ଙ୍କୁ ଦେଖିବାକୁ ବ୍ୟାକୁଳ ହୋଇଯାଆନ୍ତି ।

ସେହି ସମୟରେ କାଜଲ ଅକ୍ଷୟ ଙ୍କୁ ଭଲ ପାଉଥିଲେ, ଏହି କଥା ୧୯୯୨ ମସିହାରେ ଆସିଥିବା ଫିଲ୍ମ୍ “ହେରା ଫେରି” ର ପ୍ରୀମୀୟର ହୋଇଥିଲା । ଏହି କଥା କାଜଲ ଙ୍କ ପ୍ରିୟ ବନ୍ଧୁ କରନ ଯୋହର ଏକ ଇଣ୍ଟର୍ବିୟୁ ରେ ଲୋକ ଲୋଚନକୁ ଆଣିଥିଲେ । କିନ୍ତୁ ଏହା ଏକ ତରଫା ପ୍ରେମ ଥିଲା ଯାହା ବିଷୟରେ ଅକ୍ଷୟ ଙ୍କୁ ଜଣ ନଥିଲା । ଏଥିପାଇଁ ଏହି ଦୁହିଁଙ୍କର କଥା ବହୁତ୍ କମ୍ ଲୋକ ହିଁ ଜାଣିଥିଲେ । ଏହାକୁ ନେଇ ଆପଣ କଣ କହିବେ କମେଣ୍ଟ କରନ୍ତୁ । ଦେଶ ଦୁନିଆରେ ଘଟୁଥିବା ସବୁ ଘଟଣା ସମ୍ବଧରେ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *